Masthead

ସର୍ବଦଳୀୟ ବୈଠକକୁ ନେଇ ବିଚଳିତ ହେଲାଣି ପାକିସ୍ତାନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କାଶ୍ମୀର ନେତାଙ୍କ ସହ ଡକାଇଛନ୍ତି ସର୍ବଦଳୀୟ ବୈଠକ । ତେବେ ଏହି ବୈଠକ ପୂର୍ବରୁ ଏବେ ପାକିସ୍ତାନରେ ଆରମ୍ଭ ହୋଇଛି ମାନସ ମନ୍ଥନ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସେଠାକାର ଗୁଇନ୍ଦା ସଂସ୍ଥା ଆଇଏସଆଇର ହେଡ଼ ଅଫିସକୁ ଗସ୍ତ କରିଛନ୍ତି । ସେଠାରେ ଏକ ବୈଠକ ମଧ୍ୟ କରିଛନ୍ତି ଇମ୍ରାନ । ଏହି ବୈଠକରେ ପାକିସ୍ତାନ ସେନାଧ୍ୟକ୍ଷ ଓ ଆଇଏସଆଇର ବଡ଼ ବଡ଼ ଅଧିକାରୀମାନେ ସାମିଲ ଥିଲେ । ତେବେ ସର୍ବଦଳୀୟ ବୈଠକ ପ୍ରଧାନମନ୍ତ୍ରୀ ଡକାଇବା ପରେ ଇମ୍ରାନ ଖାନ ଆଇଏସଆଇର ମୁଖ୍ୟାଳୟକୁ ଦୁଇଥର ଗସ୍ତ କରିସାରିଲେଣି । ଆଉ କାଶ୍ମୀରରେ ହେଉଥିବା ଗତିବିଧି ଉପରେ ମଧ୍ୟ ପାକିସ୍ତାନ ନଜର ରଖିଛି ।

ତେବେ ଏହା ମଧ୍ୟରେ ଦୁଇ ଦୁଇ ଥର ଆଇଏସଆଇର ହେଡ଼ କ୍ୱାଟରକୁ ଗସ୍ତ କରିବା ସାମାନ୍ୟ କଥା ନୁହେଁ ବୋଲି ଅନୁମାନ କରାଯାଉଛି । ସେପଟେ ପିଡିପି ମୁଖ୍ୟ ମେହବୁବା ମୁଫତି କାଶ୍ମୀର ପ୍ରସଙ୍ଗରେ କେନ୍ଦ୍ର ସରକାର ପାକିସ୍ତାନ ସହ ଆଲୋଚନା କରନ୍ତୁ ବୋଲି ମଧ୍ୟ ବୟାନ ଦେଇଛନ୍ତି । ତେବେ ଆଜି ସର୍ବଦଳୀୟ ବୈଠକରେ ଜମ୍ମୁ କାଶ୍ମୀରକୁ ନେଇ କି ଆଲୋଚନା କରିବେ ପ୍ରଧାନମନ୍ତନ୍ତ୍ରୀ ତାହା ଏବେ ବି ଆଶଙ୍କା ମଧ୍ୟରେ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା