Before Header

ସବୁ ଭାରିଆଣ୍ଟକୁ ମାତ ଦେବାକୁ ଆସୁଛି ଭ୍ୟାକ୍ସିନ!

0 154

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କରୋନାର ବିଭିନ୍ନ ଭାରିଆଣ୍ଟକୁ ନେଇ ଏବେ ବିଶ୍ୱ ଚିନ୍ତିତ । ବିଭିନ୍ନ ଦୋରେ ଏହାର ଅଲଗା ଅଲଗା ଭାରିଆଣ୍ଟ ବିଶେଷଜ୍ଞଙ୍କ ଚିନ୍ତା ବଢ଼ାଉଛି । ତେବେ ଏହି ସମୟରେ ଆସୁଛି ଆଉ ଏକ ଖୁସି ଖବର ବିଶେଷଜ୍ଞ ମାନେ ଏବେ ଏକ ଟିକା ବନାଉଛନ୍ତି ଯାହାକି ସବୁ ଭାରିଆଣ୍ଟକୁ ମାତ ଦେଇ ପାରିବ । ଏହାଛଡ଼ା ଭବିଷ୍ୟତରେ ଆସିବାକୁ ଥିବା ସମସ୍ତ ମହାମାରୀକୁ ରୋକିବାରେ ସାହାଯ୍ୟ କରିବ । ଆମେରିକାର ନର୍ଥ କାରୋଲିନା ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏସମ୍ପର୍କରେ ଗବେଷଣା ଆରମ୍ଭ କରିଛନ୍ତି । ପ୍ରଥମେ ମୂଷା ଉପରେ ଏହି ଟିକାର ଟ୍ରାଏଲ କରାଯାଉଛି । ଏହାକୁ ‘ସେକେଣ୍ଡ ଜେନେରେସନ୍‌ ଭ୍ୟାକ୍ସିନ୍‌’ ବୋଲି କୁହାଯାଉଛି ।

ଯେଉଁ ବୈଜ୍ଞାନିକଙ୍କ ଟିମ୍‌ ଏହି ମିସନ୍‌ ଉପରେ କାମ କରୁଛି ସେମାନେ ଏମ୍‌ଆରଏନଏ ଉପାୟ ଅବଲମ୍ବନ କରୁଛନ୍ତି । ଏହି ଉପାୟକୁ ଫାଇଜର ଓ ମଡେର୍ଣ୍ଣା ବର୍ତ୍ତମାନର କରୋନା ଟିକା ପ୍ରସ୍ତୁତି ସମୟରେ ବ୍ୟବହାର କରିଥିଲେ । ସେପଟେ ମୂଷା ଉପରେ ଏହି ଟିକାକୁ ପ୍ରୟୋଗ କରାଯିବା ପରେ ସେମାନଙ୍କ ଶରୀରରେ ଆଣ୍ଟିବଡି ବିକଶିତ ହୋଇଥିବା ଲକ୍ଷ୍ୟ କରାଯାଇଛି । ଏବେ ଏ ସଂପର୍କରେ ଅଧିକ ଗବେଷଣା ଜାରି ରହିଛି । ଯଦି ସବୁ କିଛି ଠିକଠାକ୍‌ ରହେ ତା’ ହେଲେ ଏହି ଟିକାକୁ ଆସନ୍ତାବର୍ଷ ମନୁଷ୍ୟଙ୍କ ଉପରେ ଟ୍ରାଏଲ୍‌ କରାଯାଇପାରେ ।

Leave A Reply

Your email address will not be published.