Masthead

ସବୁ ଭାରିଆଣ୍ଟକୁ ମାତ ଦେବାକୁ ଆସୁଛି ଭ୍ୟାକ୍ସିନ!

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କରୋନାର ବିଭିନ୍ନ ଭାରିଆଣ୍ଟକୁ ନେଇ ଏବେ ବିଶ୍ୱ ଚିନ୍ତିତ । ବିଭିନ୍ନ ଦୋରେ ଏହାର ଅଲଗା ଅଲଗା ଭାରିଆଣ୍ଟ ବିଶେଷଜ୍ଞଙ୍କ ଚିନ୍ତା ବଢ଼ାଉଛି । ତେବେ ଏହି ସମୟରେ ଆସୁଛି ଆଉ ଏକ ଖୁସି ଖବର ବିଶେଷଜ୍ଞ ମାନେ ଏବେ ଏକ ଟିକା ବନାଉଛନ୍ତି ଯାହାକି ସବୁ ଭାରିଆଣ୍ଟକୁ ମାତ ଦେଇ ପାରିବ । ଏହାଛଡ଼ା ଭବିଷ୍ୟତରେ ଆସିବାକୁ ଥିବା ସମସ୍ତ ମହାମାରୀକୁ ରୋକିବାରେ ସାହାଯ୍ୟ କରିବ । ଆମେରିକାର ନର୍ଥ କାରୋଲିନା ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏସମ୍ପର୍କରେ ଗବେଷଣା ଆରମ୍ଭ କରିଛନ୍ତି । ପ୍ରଥମେ ମୂଷା ଉପରେ ଏହି ଟିକାର ଟ୍ରାଏଲ କରାଯାଉଛି । ଏହାକୁ ‘ସେକେଣ୍ଡ ଜେନେରେସନ୍‌ ଭ୍ୟାକ୍ସିନ୍‌’ ବୋଲି କୁହାଯାଉଛି ।

ଯେଉଁ ବୈଜ୍ଞାନିକଙ୍କ ଟିମ୍‌ ଏହି ମିସନ୍‌ ଉପରେ କାମ କରୁଛି ସେମାନେ ଏମ୍‌ଆରଏନଏ ଉପାୟ ଅବଲମ୍ବନ କରୁଛନ୍ତି । ଏହି ଉପାୟକୁ ଫାଇଜର ଓ ମଡେର୍ଣ୍ଣା ବର୍ତ୍ତମାନର କରୋନା ଟିକା ପ୍ରସ୍ତୁତି ସମୟରେ ବ୍ୟବହାର କରିଥିଲେ । ସେପଟେ ମୂଷା ଉପରେ ଏହି ଟିକାକୁ ପ୍ରୟୋଗ କରାଯିବା ପରେ ସେମାନଙ୍କ ଶରୀରରେ ଆଣ୍ଟିବଡି ବିକଶିତ ହୋଇଥିବା ଲକ୍ଷ୍ୟ କରାଯାଇଛି । ଏବେ ଏ ସଂପର୍କରେ ଅଧିକ ଗବେଷଣା ଜାରି ରହିଛି । ଯଦି ସବୁ କିଛି ଠିକଠାକ୍‌ ରହେ ତା’ ହେଲେ ଏହି ଟିକାକୁ ଆସନ୍ତାବର୍ଷ ମନୁଷ୍ୟଙ୍କ ଉପରେ ଟ୍ରାଏଲ୍‌ କରାଯାଇପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ