Masthead

ଆଜି ପାକିସ୍ତାନ ବନାମ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ମୁକାବିଲା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆଜି ଚାଲିଛି ନୁ୍ୟଜିଲାଣ୍ଡ-ପାକିସ୍ତାନ ମଧ୍ୟରେ ମୁକାବିଲା । କର ବା ମର ସ୍ଥିତିରେ ନୁ୍ୟଜିଲାଣ୍ଡ ଓ ପାକିସ୍ତାନ । ଆଇସିସି ଦିନିକିଆ ବିଶ୍ୱକପ୍ ମୁକାବିଲାରେ ସେମିଫାଇନାଲକୁ ପ୍ରବେଶ କରିବା ପାଇଁ ଉଭୟ ଦଳଙ୍କୁ ଅଜିର ମ୍ୟାଚ ସହ ଅବଶିଷ୍ଠ ଲିଗ ମ୍ୟାଚ ଜିତିବାକୁ ପଡିବ । ଆଇସିସି ଦିନିକିଆ ବିଶ୍ବକପ ୧୩ତମ ସଂସ୍କରଣର ଏଥିମଧ୍ୟରେ ୩୪ଟି ଲିଗ୍‌ ମ୍ୟାଚ ଶେଷ ହୋଇଛି । ଏହାମଧ୍ୟରୁ ଆୟୋଜକ ଭାରତ ୭ଟି ବିଜୟ ସହ ସେମିଫାଇନାଲରେ ସ୍ଥାନ ନିଶ୍ଚିତ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ୬ଟି ମ୍ୟାଚ ଜିତିଛି। ଏବେ ସେମିଫାଇନାଲରେ ଭାରତ ସହ ଦକ୍ଷିଣ ଆଫ୍ରିକା ସ୍ଥାନ ପକ୍କା କରି ସାରିିଛନ୍ତି । ସେମିଫାଇନାଲର ଅବଶିଷ୍ଟ ଦୁଇଟି ସ୍ଥାନକୁ ନେଇ ରୋଚକ ସ୍ଥିତି ସୃଷ୍ଟି ହୋଇଛି । ଅବଶିଷ୍ଟ ଦୁଇଟି ସ୍ଥାନକୁ ନେଇ ଏବେ ୪ ଦଳ ମଧ୍ୟରେ ଛକାପଞ୍ଚା ଆରମ୍ଭ ହୋଇଛି। ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ପାକିସ୍ତାନ ଓ ଆଫଗାନିସ୍ତାନ ଏହି ଦୌଡ଼ରେ ରହିଛନ୍ତି। ସେମିଫାଇନାଲ ଦୌଡ଼ରୁ ବାଦ ପଡିଛନ୍ତି ଇଂଲଣ୍ଡ, ଶ୍ରୀଲଙ୍କା, ନେଦରଲ୍ୟାଣ୍ଡସ ଓ ବାଂଲାଦେଶ । ଶୁକ୍ରବାର ଆଫଗାନିସ୍ତାନ ନେଦରଲ୍ୟାଣ୍ଡକୁ ହରାଇ ସେମିଫାଇନାଲ ଦୌଡ଼ରେ ସାମିଲ ହୋଇଛି। ଆଜି ନ୍ୟୁଜିଲାଣ୍ଡ-ପାକିସ୍ତାନ ଓ ଅଷ୍ଟ୍ରେଲିଆ-ଇଂଲଣ୍ଡ ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି। ପାକିସ୍ତାନ ଏବେ ୭ଟି ମ୍ୟାଚରୁ ୩ଟି ବିଜୟ ହାସଲ କରିଛି। ଦଳକୁ ଶେଷ ଦୁଇ ମ୍ୟାଚରେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ବିପକ୍ଷରେ ବିଜୟୀ ହେଲେ ମଧ୍ୟ ଅନ୍ୟ ମ୍ୟାଚର ଫଳାଫଳ ଉପରେ ସେମିଫାଇନାଲ ଭାଗ୍ୟ ନିର୍ଦ୍ଧାରଣ କରିବ।
ଯଦି ପାକିସ୍ତାନ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୁଏ ତେବେ ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡିବ। ନ୍ୟୁଜିଲାଣ୍ଡ ନିକଟରେ ଆଉ ଦୁଇଟି ମ୍ୟାଚ ବାକି ରହିଛି। ଦଳ ଯଦି ପାକିସ୍ତାନ ଓ ଶ୍ରୀଲଙ୍କାକୁ ପରାସ୍ତ କରେ ତେବେ ୬ଟି ବିଜୟ ସହ ସେମିଫାଇନାଲରେ ପହଞ୍ଚିବ। ଅଷ୍ଟ୍ରେଲିଆ ୪ଟି ବିଜୟ ହାସଲ କରିଥିବା ବେଳେ ଦଳ ପାଖରେ ଆଉ ୩ଟି ମ୍ୟାଚ ବାକି ରହିଛି। ଦଳ ଇଂଲଣ୍ଡ,ବାଂଲାଦେଶ ଓ ଆଫଗାନିସ୍ତାନ ସହିତ ମ୍ୟାଚ ଖେଳିବ। ଏହି ୩ ମ୍ୟାଚ ମଧ୍ୟରୁ ୨ଟି ବିଜୟ ହାସଲ କରିପାରିଲେ ସେମିଫାଇନାଲରେ ପ୍ରବେଶ କରିବ। ଏଭଳି ସ୍ଥିତିରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ସେମିଫାଇନାଲରେ ପହଞ୍ଚିପାରିବେ। ଅନ୍ୟପକ୍ଷରେ ଯଦି ନ୍ୟୁଜିଲାଣ୍ଡ ପାକିସ୍ତାନ ଓ ଶ୍ରୀଲଙ୍କା ନିକଟରୁ ପରାଜିତ ହୁଏ ଓ ଆଫଗାନିସ୍ତାନ ଶେଷ ଦୁଇ ମ୍ୟାଚରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ନିକଟରୁ ପରାଜିତ ହୁଏ ପାକିସ୍ତାନ ନିକଟରେ ସେମିଫାଇନାଲ ନେଇ ସୁଯୋଗ ରହିବ। ଏଭଳି ସ୍ଥିତିରେ ଏବେ ଖେଳାଯିବାକୁ ଥିବା ମ୍ୟାଚ ଗୁଡ଼ିକ ଏହି ୪ ଦଳ ପାଇଁ ବେଶ ଗୁରୁତ୍ବ ବହନ କରିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ