କାହାର ଜୀବନ ବଞ୍ଚାଇ ମୋତେ ବହୁତ ଖୁସି ଲାଗୁଛି: ମହମ୍ମଦ ସାମି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ଭାରତୀୟ କ୍ରିକେଟର ମହମ୍ମଦ ସାମିଙ୍କ ମହାନତା । ନିଜ ଗାଡ଼ି ଅଟକାଇ ବଞ୍ଚାଇଲେ ଅନ୍ୟ ଜଣଙ୍କ ଜୀବନ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସାମି ନୈନିତାଲ ଯାଉଥିବାବେଳ ତାଙ୍କ ଆଖି ଆଗରେ କାରଟି ପାହାଡ଼ ତଳକୁ ଖସିଯାଇଥିଲା । ଯେଉଁଥିରେ ଜଣେ ଲୋକ ଥିଲେ । ସାମି ସଙ୍ଗେ ସଙ୍ଗେ କାର ଅଟକାଇ ତାଙ୍କୁ ବଞ୍ଚାଇବା ପାଇଁ ପାହାଡ଼ ତଳକୁ ଯାଇଥିଲେ । ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହିତ ତାଙ୍କ ହାତରେ ପଟି ବାନ୍ଧିଥିଲେ । ଏହି ଭିଡିଓକୁ ସାମି ନିଜ ଇନଷ୍ଟାଗ୍ରାମ ପେଜରେ ମଧ୍ୟ ସେୟାର କରିଛନ୍ତି । ସେ ଲେଖିଛନ୍ତି କାହାର ଜୀବନ ବଞ୍ଚାଇ ବହୁତ ଖୁସି ଲାଗୁଛି । ମୁଁ ବହୁତ ଭାଗ୍ୟବାନ । ଆହତ ବ୍ୟକ୍ତିଙ୍କ କାର ମୋ ଗାଡ଼ି ଆଗରେ ପାହାଡ଼ି ରାସ୍ତାରେ ତଳକୁ ଖସି ପଡ଼ିଲା । ଆମେ ତାଙ୍କୁ ସୁରକ୍ଷିତ ବାହାରକୁ ଆଣିଥିଲୁ । ଖାଲି ସେତିକି ନୁହେଁ ମହମ୍ମଦ ସାମି ଆହତଙ୍କ ହାତରେ ପଟି ବାନ୍ଧୁଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ