Masthead

ପାଲା ଗାୟକ ସମ୍ମିଳନୀରେ ବିଜେପି ନେତା

ପିପିଲି(ବଡ଼ ଖବର ବ୍ୟୁରୋ): ପୁରୀଜିଲ୍ଲା ପିପିଲି ବ୍ଲକ ରଥପୁରୁଷୋତ୍ତମପୁର ଅନ୍ତର୍ଗତ ଛଣଘର ଠାରେ ଛଣେଶ୍ୱର ମହାଦେବଙ୍କ ପୀଠରେ ଜିଲ୍ଲା ମଣ୍ଡଳ ସ୍ତରୀୟ ତୃତୀୟ ବାର୍ଷିକ ସମ୍ମିଳନୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୀଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଯୋଗ ଦେଇଥିଲେ । ସେ ଓଡିଶାର ପୁରାତନ କଳା ସଂସ୍କୃତି ଓ କଳାକାରଙ୍କ ଭବିଷ୍ୟତ ଉପରେ ବକ୍ତବ୍ୟ ରଖିଥିଲେ । ପାଲା ଗାୟକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଝିଥିଲେ ।

କିପରି ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ହେବ ସେ ନେଇ ବିଜେପି ସରକାରଙ୍କ ପାଖରେ ଉପସ୍ଥାପନ କରିବ ବୋଲି କହିଥିଲେ । କରୋନା ଯୋଗୁଁ ହଜାର ହଜାର କଳାକାରଙ୍କ ଜୀବନ ଜୀବିକା ବହୁଳ ଭାବେ ପ୍ରଭାବିତ ହୋଇଥିବାବେଳେ ଏ ଦିଗରେ କଟକଣା କୋହଳ କରାଯାଉ ବୋଲି କଳାକାରଙ୍କ ସହ ସହମତି ପ୍ରକାଶ କରିଥିଲେ । ଏହି କାର୍ୟ୍ୟକ୍ରମରେ ପିପିଲି ସାମ୍ବାଦିକ ସଂଘ ସମ୍ପାଦକ ବରିଷ୍ଠ ସାମ୍ବାଦିକ ରାଜକିଶୋର ସ୍ୱାଇଁ ଯୋଗ ଦେଇଥିଲେ । କଳାକାରଙ୍କ ସମସ୍ୟାର ସମାଧାନ ପାଇଁ ସରକାର ପଦକ୍ଷେପ ନେବା ଜରୁରୀ ବୋଲି କହିଥିଲେ । ଜିଲ୍ଲାରୁ ଆସିଥିବା ସମସ୍ତ ଗାୟକ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ