Before Header

ଧାନ କିଣାରେ ଅବ୍ୟବସ୍ଥା ,ବିଡ଼ିଓଙ୍କ ଜରିଆରେ ଦାବିପତ୍ର

0 49

ସାହାରାପଡ଼ା (ବଡ଼ ଖବର ବ୍ୟୁରୋ):କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକରେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ସମୟରେ ଗତବର୍ଷ ଯୋଗାଣ ବିଭାଗ ଏବଂ ସମବାୟ ବିଭାଗ ତାର ଦାୟିତ୍ୱରେ ଯେଉଁ ଅବହେଳା କରିଥିଲେ ସେଥିରେ ସାହାରପଡା ବ୍ଲକ ବଦନାମ ହୋଇଥିଲା । ସେଥି ନିମନ୍ତେ ସାହାରପଡା ବ୍ଲକ ଅନ୍ତର୍ଗତ ସିଲିପଦା ପଞ୍ଚାୟତର ସମିତି ସଭ୍ୟ ଶିବାଜୀ ଗୌତମ ମହାନ୍ତ ବର୍ମା କ୍ଷୋଭ ପ୍ରକାଶ କରିଛନ୍ତି । ଏ ବର୍ଷ ଧାନ ସଂଗ୍ରହ ସମୟରେ ଯେପରି ତାର ପୁନଃରାବୃତ୍ତି ନ ହେବ ତା ନିମନ୍ତେ ୯ଦଫା ସମଳିତ ଏକ ଦାବିପତ୍ର ବିଡ଼ିଓଙ୍କ ଜରିଆରେ କେନ୍ଦୁଝର ଜିଲ୍ଲାପାଳ ଏବଂ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତିା

ଯୋଗାଣ ବିଭାଗ ଅଧୀକାରୀ ମାନେ ୨୦୨୦-୨୦୨୧ ବର୍ଷରେ ସାହାରପଡା ବ୍ଲକରେ କିପରି ସୁରୁଖୁରୁରେ ଧାନ ସଂଗ୍ରହ କରିପାରିବେ ସେଥିପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଲ୍ୟାମ୍ପସର ଭିତ୍ତିଭୂମି ଠିକ ଅଛି କି ନାହିଁ, ଧାନ ସଂଗ୍ରହ ପାଇଁ ଲ୍ୟାମ୍ପସ୍ ରେ ଉପଯୁକ୍ତ ପ୍ରଯ୍ୟାପ୍ତ କର୍ମଚାରୀ ଅଛନ୍ତି କି ନାହିଁ, ଧାନ ସଂଗ୍ରହ କେନ୍ଦ୍ର ଗୁଡିକରେ ଗୋଦାମ ଗୃହ ଗୁଡିକ ଠିକ ଅଛି କି ନାହିଁ ତାର ତଦାରଖ ହୋଇଛି କି ନାହିଁ ବୋଲି ପ୍ରଶ୍ନ କରିଥିଲୋ ସେଗୁଡିକ ଯଥା ଶୀଘ୍ର ତଦନ୍ତ ଭୁକ୍ତ କରାଯିବା ପାଇଁ ଦାବି କରିବା ସହିତ ଲ୍ୟାମ୍ପସରେ ଯୋଗ୍ୟତା ନଥିବା ଲୋକଙ୍କୁ ଏମଡିଙ୍କ ଅନୁପସ୍ଥିତିରେ ଦାୟିତ୍ୱ ଦେବାକୁ ବିରୋଧ କରି ସାହାରପଡା ଲ୍ୟାମ୍ପସ୍ ର ଏମଡି ପଦବୀ ସହିତ ଚାରୋଟି ଧାନ ସଂଗ୍ରହ କେନ୍ଦ୍ରରେ ଚାରିଜଣ ଅନୁମୋଦିତ ଏବଂ ଉପଯୁକ୍ତ କର୍ମଚାରୀ ନିୟୋଜିତ କରିବାକୁ ଦାବି କରିଛନ୍ତି । ସଂଗୃହିତ ଧାନ ଗୁଡିକୁ ନେବା ପାଇଁ ଚାରୋଟି ଧାନ ସଂଗ୍ରହ କେନ୍ଦ୍ର ନିମନ୍ତେ କେବଳ ଚାରୋଟି ପୃଥକ୍ ପୃଥକ୍ ମିଲରଙ୍କ ସହ ଚୁକ୍ତି, ଚାରୋଟି ପୃଥକ୍ ପୃଥକ୍ ପିପାସ ଆଇଡି ପାସୱାଡ଼ ସହିତ ପ୍ରତେକ ଧାନ ସଂଗ୍ରହ କେନ୍ଦ୍ରରେ ମିଲରଙ୍କ ଦ୍ୱାରା ନିଯୁକ୍ତ ପ୍ରତିନିଧି ରଖିବାକୁ ଦାବି କରିଛନ୍ତି । ଗତବର୍ଷ ଧାନ କିଣାରେ ଦୁର୍ନୀତି ଦର୍ଶାଇ ଦୁଇଜଣଙ୍କୁ ଗିରଫ କରି ଅନ୍ୟମାନେ ଦାୟିତ୍ୱରୁ ଖସିଯିବାକୁ ବିରୋଧ କରି ଏ ବର୍ଷ ଏପରି କିଛି ଘଟିଲେ ବିକ୍ରୟ କେନ୍ଦ୍ରର କର୍ମଚାରୀ ସହ ସମବାୟ ବିଭାଗର ଏମଡି,ଲ୍ୟାମ୍ପସ ସୁପରଭାଇଜିଙ୍ଗ୍ ଅଫିସରଙ୍କ ସହିତ ଯୋଗାଣ ବିଭାଗର ଏମଆଇ ଏବଂ ସି. ସ୍. ମଧ୍ୟ ଦାୟୀ ରହିବେ ବୋଲି ପ୍ରକାଶ କରିଛନ୍ତି ।

ଯୋଗାଣ ବିଭାଗର ଗୋଦାମ ଗୃହକୁ ସଂଗୃହିତ ଧାନକୁ ରଖିବାକୁ ଅନୁମତି ଦେବା, ଧାନ ସଂଗ୍ରହ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ସମବାୟ ବିଭାଗର ଏବଂ ଯୋଗାଣ ବିଭାଗର ଉପରିସ୍ଥ ଅଧିକାରୀମାନେ ଉପସ୍ଥିତ ରହିବା, ଚାଷୀଙ୍କ ପାଖକୁ ଯେତିକି କୁଣ୍ଟାଲ ଟୋକନ୍ ରାଜ୍ୟ ସରକାର ଅନୁମତି ଦେଇଛନ୍ତି ସେତିକି କୁଣ୍ଟାଲର ମାସ ଏବଂ ସାସ ସାହାରପଡା ଲ୍ୟାମ୍ପସ୍କୁ ପ୍ରଦାନ କରିବା, ମଣ୍ଡି ଖୋଲିବାକୁ ପ୍ରସ୍ତୁତି ବୈଠକ କରିବାକୁ, ମିଲରମାନେ ଧାର୍ୟ୍ୟ ସମୟରେ ଗାଡ଼ି,ମୁଲିଆ ପଠାଇବା କୁ ଚାଷୀମାନେ ଦାବି କରିଛନ୍ତି । ଏଥି ସହିତ ଏବର୍ଷ ସାହାରପଡା ବ୍ଲକରେ ଧାନ କିଣାରେ ଅନିୟମିତତା ହେଲେ କିମ୍ବା ଚାଷୀ ତାର ପ୍ରାପ୍ୟ ପାଇବାରେ ହଇରାଣ ହେଲେ ଚାଷୀ ଏବଂ ସାହାରପଡା ବିଜେପି ତରଫରୁ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରାଯିବ । ଚାଷୀଙ୍କ ପ୍ରତି କୌଣସି ବି ଅନ୍ୟାୟକୁ ସାହାରପଡା ବିଜେପି ବରଦାସ୍ତ କରିବ ନାହିଁ ବୋଲି ଦାବିପତ୍ରରେ ଚେତାଇଛନ୍ତି ।

Leave A Reply

Your email address will not be published.