Masthead

ନିଯୁକ୍ତିକୁ ନେଇ ଗଣ୍ଡଗୋଳ, ବିଧାୟକଙ୍କ କୁଶପୁତ୍ତଳିକା ଦାହ

ପାଲଲହଡ଼ା(ବଡ଼ ଖବର ବ୍ୟୁରୋ): ପାୱାରହାଉସରେ ନିଯୁକ୍ତିକୁ ନେଇ ଗଣ୍ଡଗୋଳ। ପାଲଲହଡା ବିଧାୟକଙ୍କ କୁଶପୁତ୍ତଳିକା ଦାହ କଲେ ଅଞ୍ଚଳବାସୀ। ଅନୁଗୋଳ ଜିଲ୍ଲା ପାଲଲହଡ଼ା କଣିହାଁ ବ୍ଲକ ରେଙ୍ଗାଳି ତାରିଣୀ ଛକରେ ବିଧାୟକ ମୁକେଶ କୁମାର ପାଳଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ରେଙ୍ଗାଳି ଡ୍ୟାମ ଓଏଚପିସିରେ ବିଧାୟକ ନିଜ ଦଳର ୩୫ଜଣ ସମର୍ଥକଙ୍କୁ ଠିକା ନିଯୁକ୍ତି ଦେବାକୁ ବାଧ୍ୟ କରିଥିଲେ । ଅନ୍ୟ ପକ୍ଷରେ ଠିକା ନିଯୁକ୍ତିରେ ରେଙ୍ଗାଳି ଅଞ୍ଚଳର କାହାକୁ ନିଯୁକ୍ତି ଦିଆଯାଇନାହିଁ । ଏହାର ପ୍ରତିବାଦ କରିବାରୁ ଓଏଚପିସିରେ ଏତେ ସଂଖ୍ୟାରେ ନିଯୁକ୍ତି ଦେବାକୁ ମନା କରି ଦିଆଯାଇଥିଲା । ଫଳରେ ଯୁବକମାନେ ଅସନ୍ତୋଷ ପ୍ରକାଶ କରିବା ସହ କାର୍ଯ୍ୟାଳୟରେ ତାଲା ପକାଇଥିଲେ । ବିଧାୟକ ଲାଞ୍ଚ ନେଇ ଚାକିରି ଦେଇଥିବା ଅଭିଯୋଗ କରିଛନ୍ତି । ଏଥିସହ ପଞ୍ଚାୟତ ଶ୍ରମିକ ନେତା ଧ୍ରୁବ ଚରଣ ଧୀରଙ୍କ ନେତୃତ୍ୱରେ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା