Masthead

ମୌଳିକ ସୁବିଧାରୁ ବଞ୍ଚିତ ଏସିଆର ସବୁଠୁ ବଡ ଗାଁ

ଭୁବନ(ବଡ଼ ଖବର ବ୍ୟୁରୋ): ସରକାରଙ୍କର ଗରିବଙ୍କ ପାଇଁ ଜନ୍ମଠୁ ମୃତ୍ୟୁ ପଯ୍ୟନ୍ତ ଯୋଜନା । କିନ୍ତୁ ଏହି ଯୋଜନା ଅଧିକାଂଶ ସ୍ଥାନରେ ସେମାନଙ୍କ ପାଇଁ ସାତ ସପନ । ନାଁ ଅଛି ସେମାନଙ୍କର ଆଧାରକାର୍ଡ, ଭୋଟରକାର୍ଡ ନାଁ ମିଳିଛି ରାସନକାର୍ଡ । ଦେଶ ସ୍ୱାଧିନ ହେବାର ୭୩ ବର୍ଷ ପରେ ସରକାରଙ୍କ ମୌଳିକ ସୁବିଧାରୁ ବଞ୍ଚିତ ସେମାନେ । କୁଡିଆ ଘରେ ବିତୁଛି ଜୀବନ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ନୟାନିଳକଣ୍ଠପୁର ଗ୍ରାମରେ ।

ଗ୍ରାମର ତାରା ପ୍ରଧାନ ୬୫ ବର୍ଷ । ଦଶ ବର୍ଷ ପୂର୍ବେ ସ୍ୱାମୀଙ୍କ ଦେହାନ୍ତ ହୋଇଥିଲା । ପରିବାର କହିଲେ ଏକ ମାତ୍ର ପୁଅ ବୋହୁ ଓ ତିନି ନାତିନାତୁଣୀ । ପର ଘରେ ମୁଲ ମଜୁରୀ କରିବା ସହିତ ଖଜୁରି ଝାଡୁ ତିଆରି କରି ସେଥିରୁ ଯାହା ରୋଜଗାର ହୁଏ ପରିବାର ଚଳେ । ଆଜକୁ ୩୦ ବର୍ଷ ହେବ ସରକାରୀ ଜାଗାରେ କୁଡିଆରେ ରହୁଛନ୍ତି ସେମାନେ । ସରପଞ୍ଚ, ୱାର୍ଡମେମ୍ବରଙ୍କୁ ଗୁହାରି କରିଛନ୍ତି, ହେଲେ କେହି ଶୁଣି ନାହାନ୍ତି ସେମାନଙ୍କର ଦୁଃଖ । ତାରା ପ୍ରଧାନଙ୍କ ନାତିନାତୁଣୀଙ୍କୁ ମଧ୍ୟ ମିଳୁନି ସରକାରୀ ଯୋଜନା । ଆଧାରକାର୍ଡ ନଥିବାରୁ ବିଦ୍ୟାଳୟରେ ନାମ ଲେଖା ହୋଇପାରୁନାହିଁ । ଆଜି ପର୍ୟ୍ୟନ୍ତ ସେହି ପରିବାର ଭୋଟ ଦେଇ ନାହାନ୍ତି । ଆଜକୁ ୩୦ବର୍ଷ ହେଲା କୁଡିଆ କରି ରହୁଛନ୍ତି ତାରା ପ୍ରଧାନଙ୍କ ପରିବାର । ସ୍ଥାନୀୟ ବିଡିଓ ଓ ବ୍ଲକ ଅଧ୍ୟକ୍ଷଙ୍କୁ ପଚାରିବାରୁ ଖୁବ ଶୀଘ୍ର ସେମାନଙ୍କର ସମସ୍ୟାର ସମାଧାନ କରିବେ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା