Masthead

ଧୋଇ ଯାଇଥିବା ରାସ୍ତାକୁ ମରାମତି କଲେ ଗ୍ରାମବାସୀ

ପାପଡାହାଣ୍ଡି (ବଡ଼ ଖବର ବ୍ୟୁରୋ): ଦୁର୍ଗମ ଅଞ୍ଚଳରେ ଗ୍ରାମବାସୀଙ୍କ ମହତ କାର୍ଯ୍ୟ । ପଥର ମାଟି ପକାଇ ରାସ୍ତା ସମତୁଲ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଗ୍ରାମବାସୀ । ଗ୍ରାମର ଯୁବକମାନେ ମିଶି ଟ୍ରାକ୍ଟରରେ ମାଟି ଓ ନାଳର ପଥର କାଢି ଗାତ ମଧ୍ୟରେ ଦେଇ ସମତୁଲ କରିଥିବା ଦେଖିବାକୁ ମିଳିଛି । ଯେଉଁ କାର୍ଯ୍ୟ ପ୍ରଶାସନ କରିବା କଥା କିନ୍ତୁ ଗ୍ରାମବାସୀ ମିଶି କରିଛନ୍ତି । ରାସ୍ତା କଲଭର୍ଟ ପାର୍ଶ୍ୱରେ ମାଟି ଧସି ଯାଇ ଯାତାୟତରେ ବାଧା ସୃଷ୍ଟି ହୋଉଥିଲା ।

ଏହାକୁ ମରାମତି କରିବାରେ ସଫଳ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଗାଦବାକତ୍ରା ପଞ୍ଚାୟତର ଗୁଡପାଣିପଦର ଗାଁରେ ଏପରି କାର୍ଯ୍ୟ ଦେଖିବାକୁ ମିଳିଛି । ଗ୍ରାମବାସୀ କହିବା ପ୍ରକାରେ ଗ୍ରାମରେ ୭୦ ପରିବାର ରହୁଥିବା ବେଳେ ପ୍ରାୟ ତିନି ଶହ ଲୋକ ବସବାସ କରନ୍ତି ।ଏହି ଗାଁ ପାପଡାହାଣ୍ଡି ବ୍ଲକ ସଦର ଠାରୁ ୨୫ କିମି ଓ ମୋଇଦଲପୁର ଠାରୁ ପ୍ରାୟ ୧୦ କିମି ଦୂରରେ ଅବସ୍ଥିତ ଏହି ଗ୍ରାମ । ଜଙ୍ଗଲ ମଧ୍ୟରେ ଆଜକୁ ୫୦ ବର୍ଷ ତଳେ ଗାଁ ସ୍ଥାପିତ ହୋଇଥିବା ଗମନାଗମନର ସୁବିଧା ସେତେଟା ଠିକ ନାହିଁ ।

ପଞ୍ଚାୟତ କାର୍ଯ୍ୟାଳୟ ଗାଦବାକୋତ୍ରା ଆସିବାକୁ ହେଲେ କାଦୁଅ ରାସ୍ତା ୩ କିମି ଚାଲିବାକୁ ପଡେ । କୌଣସି ଲୋକ ରୋଗାକ୍ରାନ୍ତ ହେଲେ ଆମ୍ବୁଲାନ୍ସ ଯିବାର ସମ୍ବାବନା ନାହଁ । ଗାଁ ନିକଟରେ ଗୋଟିଏ ନାଳ ରହିଛି ଯେଉଁଠାରେ ଏକ କୋଲଭର୍ଟ ରହିଛି । ଏହି କୋଲଭର୍ଟ ଗୋଟିଏ ପଟେ ମାଟି ଧସି ବିପଦ ସଂକୁଳ ଅବସ୍ଥାରେ ରହିଥିଲା । କେତେବେଳେ କୌଣସି ଅଘଟଣ ଘଟିବ ସେନେଇ ଗ୍ରାମବାସୀ ଏକତ୍ର ହୋଇ ରାସ୍ତା ମରାମତି କରିବାକୁ ଆଲୋଚନା କରି ରାସ୍ତା କାର୍ଯ୍ୟ ଆରମ୍ଭ କରିଛନ୍ତି ।

ନାଳରେ ଥିବା ବଡ଼ ପଥର ଗୁଡିକ କାଢି ଓ ମାଟି ଆଣି ଗାତରେ ପକାଇ ସମତୁଲ କରିଛନ୍ତି । ବର୍ତ୍ତମାନ ବର୍ଷାଋତୁ ଚାଲିଥିବା ବେଳେ ଆଗକୁ ଆହୁରି ଅଧିକ ବର୍ଷା ରହିଛି ଯାହା ଫଳରେ ଏହି ରାସ୍ତା ଅଧିକ ଖରାପ ହେବାର ବହୁତ ସ୍ଵମ୍ଭାବନା ରହିଛି । ତେଣୁ ଗ୍ରାମବାସୀ ଏହି ମାଟି ରାସ୍ତାକୁ ପକ୍କାରାସ୍ତା ନିର୍ମାଣ କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର