Masthead

ଧୋଇ ଯାଇଥିବା ରାସ୍ତାକୁ ମରାମତି କଲେ ଗ୍ରାମବାସୀ

ପାପଡାହାଣ୍ଡି (ବଡ଼ ଖବର ବ୍ୟୁରୋ): ଦୁର୍ଗମ ଅଞ୍ଚଳରେ ଗ୍ରାମବାସୀଙ୍କ ମହତ କାର୍ଯ୍ୟ । ପଥର ମାଟି ପକାଇ ରାସ୍ତା ସମତୁଲ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଗ୍ରାମବାସୀ । ଗ୍ରାମର ଯୁବକମାନେ ମିଶି ଟ୍ରାକ୍ଟରରେ ମାଟି ଓ ନାଳର ପଥର କାଢି ଗାତ ମଧ୍ୟରେ ଦେଇ ସମତୁଲ କରିଥିବା ଦେଖିବାକୁ ମିଳିଛି । ଯେଉଁ କାର୍ଯ୍ୟ ପ୍ରଶାସନ କରିବା କଥା କିନ୍ତୁ ଗ୍ରାମବାସୀ ମିଶି କରିଛନ୍ତି । ରାସ୍ତା କଲଭର୍ଟ ପାର୍ଶ୍ୱରେ ମାଟି ଧସି ଯାଇ ଯାତାୟତରେ ବାଧା ସୃଷ୍ଟି ହୋଉଥିଲା ।

ଏହାକୁ ମରାମତି କରିବାରେ ସଫଳ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଗାଦବାକତ୍ରା ପଞ୍ଚାୟତର ଗୁଡପାଣିପଦର ଗାଁରେ ଏପରି କାର୍ଯ୍ୟ ଦେଖିବାକୁ ମିଳିଛି । ଗ୍ରାମବାସୀ କହିବା ପ୍ରକାରେ ଗ୍ରାମରେ ୭୦ ପରିବାର ରହୁଥିବା ବେଳେ ପ୍ରାୟ ତିନି ଶହ ଲୋକ ବସବାସ କରନ୍ତି ।ଏହି ଗାଁ ପାପଡାହାଣ୍ଡି ବ୍ଲକ ସଦର ଠାରୁ ୨୫ କିମି ଓ ମୋଇଦଲପୁର ଠାରୁ ପ୍ରାୟ ୧୦ କିମି ଦୂରରେ ଅବସ୍ଥିତ ଏହି ଗ୍ରାମ । ଜଙ୍ଗଲ ମଧ୍ୟରେ ଆଜକୁ ୫୦ ବର୍ଷ ତଳେ ଗାଁ ସ୍ଥାପିତ ହୋଇଥିବା ଗମନାଗମନର ସୁବିଧା ସେତେଟା ଠିକ ନାହିଁ ।

ପଞ୍ଚାୟତ କାର୍ଯ୍ୟାଳୟ ଗାଦବାକୋତ୍ରା ଆସିବାକୁ ହେଲେ କାଦୁଅ ରାସ୍ତା ୩ କିମି ଚାଲିବାକୁ ପଡେ । କୌଣସି ଲୋକ ରୋଗାକ୍ରାନ୍ତ ହେଲେ ଆମ୍ବୁଲାନ୍ସ ଯିବାର ସମ୍ବାବନା ନାହଁ । ଗାଁ ନିକଟରେ ଗୋଟିଏ ନାଳ ରହିଛି ଯେଉଁଠାରେ ଏକ କୋଲଭର୍ଟ ରହିଛି । ଏହି କୋଲଭର୍ଟ ଗୋଟିଏ ପଟେ ମାଟି ଧସି ବିପଦ ସଂକୁଳ ଅବସ୍ଥାରେ ରହିଥିଲା । କେତେବେଳେ କୌଣସି ଅଘଟଣ ଘଟିବ ସେନେଇ ଗ୍ରାମବାସୀ ଏକତ୍ର ହୋଇ ରାସ୍ତା ମରାମତି କରିବାକୁ ଆଲୋଚନା କରି ରାସ୍ତା କାର୍ଯ୍ୟ ଆରମ୍ଭ କରିଛନ୍ତି ।

ନାଳରେ ଥିବା ବଡ଼ ପଥର ଗୁଡିକ କାଢି ଓ ମାଟି ଆଣି ଗାତରେ ପକାଇ ସମତୁଲ କରିଛନ୍ତି । ବର୍ତ୍ତମାନ ବର୍ଷାଋତୁ ଚାଲିଥିବା ବେଳେ ଆଗକୁ ଆହୁରି ଅଧିକ ବର୍ଷା ରହିଛି ଯାହା ଫଳରେ ଏହି ରାସ୍ତା ଅଧିକ ଖରାପ ହେବାର ବହୁତ ସ୍ଵମ୍ଭାବନା ରହିଛି । ତେଣୁ ଗ୍ରାମବାସୀ ଏହି ମାଟି ରାସ୍ତାକୁ ପକ୍କାରାସ୍ତା ନିର୍ମାଣ କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ