Masthead

ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ଆସିଲା ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ଆସନ୍ତା ବର୍ଷ ହେବାକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ୟୁପିରେ ରାଜନୈତିକ ବାତାବରଣ ସରଗରମ ହୋଇ ଉଠିଛି । ଏବେଠାରୁ ହିଁ କ୍ଷମତାସୀନ ବିଜେପି ସମେତ ସବୁ ରାଜନୀତିକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିପଡିଛନ୍ତି । ବିଜେପି ଏଠାରେ କ୍ରମାଗତ ଦ୍ୱିତୀୟ ଥର ପାଇଁ କ୍ଷମତାରେ ରହିବାକୁ ଉଦ୍ୟମ କରୁଥିବା ବେଳେ ସମାଜବାଦୀ ପାର୍ଟି ସରକାରକୁ ଫେରିବାକୁ ଲକ୍ଷ୍ୟ ରଖିଛି । କଂଗ୍ରେସ ଓ ବିଏସପି ମଧ୍ୟ ରାଜନୀତିକ ସମୀକରଣକୁ ଓଲଟପାଲଟ କରିବାକୁ ଯୋଜନା କରିଛନ୍ତି । ସର୍ଭେ ଅନୁସାରେ, ଯୋଗୀ ଆଦିତ୍ୟନାଥଙ୍କ ସରକାର ପୁଣିଥରେ ଉତ୍ତରପ୍ରଦେଶରେ ରାଜ କରିବ ।

୨୦୨୨ ନିର୍ବାଚନରେ ଯୋଗୀ ଆଦିତ୍ୟନାଥଙ୍କୁ କ୍ଷମାତାଚ୍ୟୁତ କରିବାକୁ ସମାଜବାଦ ପାର୍ଟି,ବିଏସ,କଂଗ୍ରେସ କିମ୍ବା ଅନ୍ୟ କୌଣସି ବିରୋଧୀ ଦଳ ଏଯାଓ ଭୋଟରଙ୍କ ବିଶ୍ୱାସ ଜିତି ପାରିନାହିଁ । ହୋଇଥିବା ସର୍ଭେରୁ ଜଣାପଡିଛି ଜେ ବର୍ତ୍ତମାନ କ୍ଷମତାରେ ଥିବା ଯୋଗୀ ହିଁ ଉତ୍ତରପ୍ରଦେଶବାସୀଙ୍କ ପ୍ରଥମ ପସନ୍ଦ । ୨୦୨୨ ନିର୍ବାଚନରେ ବିଜେପି ୪୧.୩% ଭୋଟ ଶେୟାର ପାଇବେ । ୨୦୧୭ରେ ଦଳ ରାଜ୍ୟରେ ୪୧.୪% ପ୍ରତିଶତ ଭୋଟ ପାଇଥିଲା । ଏଥର ଭୋଟ ପ୍ରତିଶତ ସାମାନ୍ୟ ହ୍ରାସ ପାଇବ ବୋଲି ଜଣପଡିଛି ।

ସେପଟେ ଦେଶର ସବୁଠୁ ପୁରଣା ରାଜନୀତିକ ଦଳ କଂଗ୍ରେସର ଭୋଟ ଶେୟାର ସବୁଠାରୁ କମ ଅର୍ଥାତ ୫.୬ ରହିବ । ୨୦୧୭ରେ ଦଳ ଏଠାରେ ୬.୩ ପ୍ରତିଶତ ଭୋଟ ପାଇଥିଲା । ତେବେ ଉତ୍ତରପ୍ରଦେଶ ନିର୍ବଚନରେ କେଉଁ ଦଳ କେତେଗୋଟି ଆସନ ପାଇବ, ସେ କଥା ମଧ୍ୟ ସର୍ଭେ ରିପୋର୍ଟରେ ଆକଳନ କରାଯାଇଛି । ଆକଳନ ଅନୁଯାୟୀ ଉତ୍ତରପ୍ରଦେଶରେ ୪୦୩ ବିଧାନସଭା ଆସନରୁ ବିଜେପି ନେତୃତ୍ୱାଧୀନ ମେଣ୍ଟ ୨୪୧ରୁ ୨୪୯ଟି ସ୍ଥାନରେ ବାଜିମାତ କରିବ ।

୨୦୧୭ରେ ବିଜେପି ମେଣ୍ଟ ୩୨୫ଟି ଆସନରେ ଜିତିଥିଲେ । ତେଣୁ ଦଳ ପ୍ରାୟ ୭୦ରୁ ଅଧିକ ସ୍ଥାନରେ ପରାସ୍ତ ହେବାର ସମ୍ଭାବନା ରହିଛି । ସମାଜବାଦୀ ପାର୍ଟି ସବୁଠାରୁ ଭଲ ପ୍ରଦର୍ଶନ କରିବ । ୨୦୧୭ରେ ଦଳ ଏଠାରେ ୪୮ଟି ଆସନ ଜିତିଥିଲେ । କିନ୍ତୁ ୨୦୨୨ରେ ଦଳ ଏଠାରେ ଆସନ ସଂଖ୍ୟା ୧୩୦ରୁ ୧୩୮ ମଧ୍ୟରେ ରହିବ । ବିଏସପି ୨୦୧୭ରେ ୧୯ଟି ଆସନ ଜିତିଥିବା ବେଳେ ୨୦୨୨ରେ ଦଳର ଆସନ ସଂଖ୍ୟା ୧୫ରୁ ୧୯ ମଧ୍ୟରେ ରହିବ ।ସେହିପରି ୧୦ଟି ଆସନମ ଜିତିବାକୁ ମଧ୍ୟ ସକ୍ଷମ ହେବନି । ୩ରୁ ୭ଟି ଆସନ ମଧ୍ୟରେ କଂଗ୍ରେସ ରହିବାର ଆଶଙ୍କା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା