Masthead

ଆଜି ଚାମ୍ପିଅନ୍ସ ଟ୍ରଫିରେ ଭାରତ-ପାକିସ୍ତାନ ମହାମୁକାବିଲା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଭାରତ- ପାକିସ୍ତାନ ମଧ୍ୟରେ ହେବ କଡ଼ ଟକ୍କର । ଦୁୁବାଇରେ ମୁହାଁମୁହିଁ ହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଦଳ । ଅପରାହ୍ନ ୨ଟା ୩୦ରେ ଖେଳାଯିବ ମ୍ୟାଚ୍ ।୨୦୧୭ ମ୍ୟାଚର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ରୋହିତ ବାହିନୀ । କୁଲଦୀପଙ୍କ ଜାଗାରେ ଖେଳିପାରନ୍ତି ବରୁଣ ଚକ୍ରବର୍ତ୍ତୀ । ଉଭୟ ଦେଶର କ୍ରିକେଟ ପ୍ରେମୀଙ୍କ ମନରେ ନାହିଁ ନ ଥିବା ଉତ୍ସାହ। ଏଥିରେ ବିଜୟୀ ହୋଇ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ସେମିଫାଇନାଲରେ ପ୍ରବେଶ ଲକ୍ଷ୍ୟ ରଖିଛି। ମହମ୍ମଦ ରିଜଓ୍ବାନଙ୍କ ପାକିସ୍ତାନ ଦଳ ପାଇଁ ଏହି ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଭାରତ ନିକଟରୁ ହାରିଲେ ଦଳର ସେମିଫାଇନାଲ ପ୍ରବେଶ ଆଶା କ୍ଷୀଣ ହୋଇଯିବ।

ତେଣୁ ଟୁର୍ନାମେଣ୍ଟରୁ ଶୀଘ୍ର ବିଦାୟକୁ ଏଡ଼ାଇବା ପାଇଁ ଏହି ଦଳ ନିଶ୍ଚିତ ଚେଷ୍ଟା କରିବ। ବାଂଲାଦେଶ ବିପକ୍ଷରେ ୬ ଉଇକେଟରେ ବିଜୟ ଫଳରେ ଭାରତର ମନୋବଳ ବହୁ ଉଚ୍ଚରେ ରହିଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡଠାରୁ ୬୦ ରନରେ ହାରିବାପରେ ପାକିସ୍ତାନ ଆଶଙ୍କା ମଧ୍ୟରେ ରହିଛି। ଦୁଇ ଉପମହାଦେଶୀୟ ଦଳ ମଧ୍ୟରେ ୨୦୧୭ ଫାଇନାଲରେ ଶେଷଥରପାଇଁ ମୁକାବିଲା ହୋଇଥିଲା। ଏଥିରେ ବିଜୟୀ ହୋଇ ପାକିସ୍ତାନ ଚାମ୍ପିୟନ ହୋଇଥିଲା। ଏହି ମ୍ୟାଚରୁ ପ୍ରେରଣା ହାସଲ କରି ରିଜଓ୍ବାନଙ୍କ ଦଳ ଆଗାମୀ ମ୍ୟାଚରେ ଅବତୀର୍ଣ୍ଣ ହେବାକୁ ଲକ୍ଷ୍ୟ ରଖିଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ