Masthead

ଚାଷ ଅଭାବରୁ ଦାଦନ ଖଟିବାକୁ ଯାଉଛନ୍ତି ଚାଷୀ

ପାରଳାଖେମୁଣ୍ଡି(ବଡ଼ ଖବର ବ୍ୟୁରୋ): ଜମିକୁ ମିଳୁନି ପାଣି, ଚାଷୀ ଯାଉଛନ୍ତି ଦାଦନ ଖଟି । ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗଜପତି ଜିଲ୍ଲା ଗୋଷାଣି ବ୍ଲକର ଆଡାଗାଁ, ବଡକତୁରୁ, ଛତ୍ରପୁରୁ, କାଶୀନ୍ପେଟ ଆଦି ଗାଁରେ ସହ ବ୍ଲକର ଅନେକ ଗ୍ରାମର ଘର ଗୁଡିକରେ ବର୍ଷ ବର୍ଷ ତାଲା ଝୁଲିଥିବାର ଦେଖିବାକୁ ପାଇବେ । ଅନେକ ଦିନ ହେବ ଏମାନେ ନିଜ ପରିବାର ସହ ଦାଦନ ଖଟିବାକୁ ଚାଲିଯାଉଛନ୍ତି ଅନ୍ୟ ରାଜ୍ୟକୁ । ଆଉ ଏହାର ମୁଖ୍ୟ କାରଣ ହେଉଛି ନିଜ ଚାଷ ଜମିକୁ ଚାଷ ନିମନ୍ତେ ଜଳ ସେଚନର ଅଭାବ । କେବଳ ଗୋଷାଣି ବ୍ଲକରେ ୩୦ ହଜାର ଏକରରୁ ଅଧିକ ଚାଷ ଜମି ରହିଛି । ଧାନ, ମାଣ୍ଡିଆ, କପା ଇତ୍ୟାଦି ଖରିଫ ଚାଷ ଏବଂ ମୁଗ, ବିରି, ରାସି ଭଳି ଚାଷ ପ୍ରାୟ ୧୦ ହଜାର ଏକର ରବି ଚାଷ କରିଥାନ୍ତି ।

ବ୍ଲକର ରମ୍ପା, ଲାବାନ୍ୟଗଡ, ସୋବରା,ତାଲସିଂ, କତଲକଇଠା,ଗୁରାଣ୍ଡି,ବଡ ଗୋଷାଣି ଭଲି ଅନେକ ପଞ୍ଚାୟତ ଚାଷ କାର୍ଯ୍ୟ ଉପରେ ନିର୍ଭର କରୁଥିବା ବେଳେ ଚାଷ ପାଇଁ ଆବଶ୍ୟକତା ଅନୁଯାଇ ଜଳସେଚନର ସୁବିଧା ସରକାର କିମ୍ବା ପ୍ରଶାସନ ପକ୍ଷରୁ କରାଯାଇ ପାରୁନଥିବା ଅଭିଯୋଗ କରିଛନ୍ତି ଚାଷି । ସରକାର ଯଦି ଚାଷୀ ମାନଙ୍କ ନିମନ୍ତେ ଜଳସେଚନର ବ୍ୟବସ୍ଥା କରିଥାନ୍ତେ ତେବେ ଚାଷୀ ପରିବାର ଦାଦନ ଖଟିବା ନିମନ୍ତେ ଅନ୍ୟ ରାଜ୍ୟକୁ ଯାଇନଥାନ୍ତେ କି ତାଙ୍କ ପିଲାମାନେ ମଧ୍ୟ ବାହାର ରାଜ୍ୟରେ ପାଠ ପଢିନଥାନ୍ତେ । ଗୋଟିଏ ବର୍ଷରେ ତିନି ତିନୋଟି ଫସଲ ଅମଳ କରି ନିଜ ଗ୍ରାମ ଏବଂ ଘରେ ଦୁଇ ମୁଠା ଖାଇବା ସହ ପରିବାର ସହ ଖୁସିରେ ଜୀବନ ଅତିବାହିତ କରିଥାନ୍ତେ ତେବେ ଦେଖିବାକୁ ବାକି ରହିଲା ଚାଷିଙ୍କ ଜଲସଙ୍କଟ ସମସ୍ୟା କେବେ ଦୁର ହେଉଛି ଏବଂ ସେମାନେ କେବେ ନିଜ ଗ୍ରାମକୁ ଫେରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ