Before Header

ଟିଏମସିର ମେଣ୍ଟ ଜନତାଙ୍କ ସହ ହେବ: ମମତା ବାନାର୍ଜୀ

0 41

କୋଲକାତା (ବଡ଼ ଖବର ବ୍ୟୁରୋ):  ଦିଦିଙ୍କ ବଡ଼ ବୟାନ । କହିଛନ୍ତି ଟିଏମସି ଏକେଲା ଲଢିବ ଲୋକସଭା ନିର୍ବାଚନ । ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ବିରୋଧି ଏକାଠି ହେଉଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ଅଧ୍ୟକ୍ଷ ଏକ ବଡ ଝଟକା ଦେଇଛନ୍ତି । ଗୁରୁବାର ମମତା ବାନାର୍ଜୀ କହିଛନ୍ତି ତ୍ରୁଣମୂଳ କଂଗ୍ରେସ(ଟିଏମସି) ୨୦୨୪ର ଲୋକସଭା ନିର୍ବାଚନ ଏକେଲା ଲଢିବ, କୌଣସି ରାଜନୈତିକ ଦଳ ସହ ମେଣ୍ଟ କରିବ ନାହିଁ । ଟିଏମସିର ମେଣ୍ଟ ଜନତାଙ୍କ ସହ ହେବ । ସେ ଆହୁରି ମଧ୍ୟ କହିଛନ୍ତି ଯଦି ଲୋକେ ଭାରତୀୟ ଭାଜପାକୁ ଗାଦିଚ୍ୟୁତ କରିବାକୁ ଚାହୁଁଛନ୍ତି ତେବେ ଆମକୁ ଭୋଟ ଦେବେ । ସେ ଦାବି କରିଛନ୍ତି ଯେ ଜନତା ଆମ ସହ ରହିଛନ୍ତି ।

Leave A Reply

Your email address will not be published.