୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅଫିମ ଚାଷ ନଷ୍ଟ କଲା ବନ ବିଭାଗ

ବାରିପଦା (ବଡ଼ ଖବର ବ୍ୟୁରୋ): ଶିମିଳିପାଳରେ ୧୦ କୋଟିର ଅଫିମ ଚାଷ ନଷ୍ଟ କଲା ପୋଲିସ । ଶିମିଳିପାଳ ଅଭୟାରଣ୍ୟର କୋର ଏରିଆ ବକୁଆ ଓ କୁକୁରଭୁକା ଗାଁରେ ବ୍ୟାପକ ପରିମାଣର ଅଫିମ ଚାଷ ହୋଇଥିଲା । ଖବର ପାଇ ବନ ବିଭାଗ, ଅବକାରୀ ବିଭାଗ ଓ ପୁଲିସ ଟିମ ମିଳିତ ଭାବେ ଚଢ଼ଉ କରିଥିଲେ। ଯଶିପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୫ ଲକ୍ଷ ୨୫ ହଜାରରୁ ଅଧିକ ଅଫିମ ଗଛକୁ ନଷ୍ଟ କରିଛି। ପ୍ରଥମ ଥର ଏତେ ପରିମାଣର ଅଫିମ ଗଛ ଦେଖି ତାଜୁବ ହୋଇଯାଇଥିଲା ପୋଲିସ ।

ଏହି ଅଫିମ ଗଛଗୁଡ଼ିକର ଆନୁମାନିକ ମୂଲ୍ୟ ପାଖାପାଖି ୧୦ କୋଟିରୁ ଉର୍ଦ୍ଧ ହେବ ବୋଲି ପୋଲିସ ପକ୍ଷରୁ ସୂଚନା। ଗତ ୨୪ତାରିଖରେ ମଧ୍ୟ ଶିମିଳିପାଳ ଅଂଚଳରେ ବ୍ୟାପକ ଅଫିମ ଚାଷକୁ ନଷ୍ଟ କରିଥିଲା ପୋଲିସ । ତେବେ ଶିମିଳିପାଳ ଅଭୟାରଣ୍ୟ ଭିତରେ ଏହି ଅଫିମ ଚାଷ କିଏ କରୁଥିଲା ଓ ଏହି ଅଫିମ ଚାଷ ପଛରେ କାହାର ହାତ ଅଛି ତାର ତଦନ୍ତ କରୁଛି ପୋଲୁିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’