Masthead

୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅଫିମ ଚାଷ ନଷ୍ଟ କଲା ବନ ବିଭାଗ

ବାରିପଦା (ବଡ଼ ଖବର ବ୍ୟୁରୋ): ଶିମିଳିପାଳରେ ୧୦ କୋଟିର ଅଫିମ ଚାଷ ନଷ୍ଟ କଲା ପୋଲିସ । ଶିମିଳିପାଳ ଅଭୟାରଣ୍ୟର କୋର ଏରିଆ ବକୁଆ ଓ କୁକୁରଭୁକା ଗାଁରେ ବ୍ୟାପକ ପରିମାଣର ଅଫିମ ଚାଷ ହୋଇଥିଲା । ଖବର ପାଇ ବନ ବିଭାଗ, ଅବକାରୀ ବିଭାଗ ଓ ପୁଲିସ ଟିମ ମିଳିତ ଭାବେ ଚଢ଼ଉ କରିଥିଲେ। ଯଶିପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୫ ଲକ୍ଷ ୨୫ ହଜାରରୁ ଅଧିକ ଅଫିମ ଗଛକୁ ନଷ୍ଟ କରିଛି। ପ୍ରଥମ ଥର ଏତେ ପରିମାଣର ଅଫିମ ଗଛ ଦେଖି ତାଜୁବ ହୋଇଯାଇଥିଲା ପୋଲିସ ।

ଏହି ଅଫିମ ଗଛଗୁଡ଼ିକର ଆନୁମାନିକ ମୂଲ୍ୟ ପାଖାପାଖି ୧୦ କୋଟିରୁ ଉର୍ଦ୍ଧ ହେବ ବୋଲି ପୋଲିସ ପକ୍ଷରୁ ସୂଚନା। ଗତ ୨୪ତାରିଖରେ ମଧ୍ୟ ଶିମିଳିପାଳ ଅଂଚଳରେ ବ୍ୟାପକ ଅଫିମ ଚାଷକୁ ନଷ୍ଟ କରିଥିଲା ପୋଲିସ । ତେବେ ଶିମିଳିପାଳ ଅଭୟାରଣ୍ୟ ଭିତରେ ଏହି ଅଫିମ ଚାଷ କିଏ କରୁଥିଲା ଓ ଏହି ଅଫିମ ଚାଷ ପଛରେ କାହାର ହାତ ଅଛି ତାର ତଦନ୍ତ କରୁଛି ପୋଲୁିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ