କୋମାରେ ଅବକାରୀ ବିଭାଗ, ଚାଲିଛି ଖୁଲମଖୁଲା ଚୋରା ମଦ ବେପାର

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ଚାନ୍ଦବାଲି ବ୍ଲକରେ ଚୋରା ମଦର ଆସର ଦେଖିବାକୁ ମିଳୁଛି। ଅବକାରୀ ବିଭାଗ ଏବେ କୋମାରେ। ରାଧେ ରାଧେ ତମର ଅଧେକୁ ଆମର ଅଧେରେ ଚାନ୍ଦବାଲି ଅବକାରୀ ବିଭାଗ। ଚାନ୍ଦବାଲି ବ୍ଲକରେ ଘଣ୍ଟେଶ୍ୱର, ମୋତୋ, ଚାନ୍ଦବାଲି ଅଞ୍ଚଳରେ ପାନ ଦୋକାନ ପାଖରୁ ଆରମ୍ଭ କରି ସମସ୍ତ ଛକ ଛକରେ ଦେଖିବାକୁ ମିଳୁଛି ଚୋରା ମଦ କାରବାର। ସମସ୍ତ ସରକାରୀ ସ୍ୱୀକୃତି ପ୍ରାପ୍ତ ମଦ ଦୋକାନ ଅବକାରୀ ବିଭାଗକୁ ହାତ ବାରିସ କରି ଖୁଲମ ଖୁଲା ଚୋରା ମଦ କାରବାର କରୁଥିବା ଅଭିଯୋଗ ହୋଇଛି।

ଚାନ୍ଦବାଲି ବ୍ଲକରେ ଅବକାରୀ ନିୟମକୁ ପାଳନ କରୁ ନାହାନ୍ତି ସମସ୍ତ ସରକାରୀ ମଦ ଦୋକାନ ମାଲିକମାନେ। ମଦର ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ଦାମରେ ମଦବିକ୍ରି କରିବା ଚୋରାରେ ମଦ ଲୋକାଲରେ ଅଧିକ ପରିମାଣରେ ବିକ୍ରି କରିବା ଏବଂ ସରକାରଙ୍କ ଜିଏସଟି ଟିକସ ଠକିବା ପାଇଁ ଅନଲାଇନ ବ୍ୟବସ୍ଥା ବନ୍ଦ କରୁଥିବା ଦେଖିବାକୁ ମିଳୁଛି। ଏନେଇ ମୋତୋ ଏବଂ ଘଣ୍ଟେଶ୍ୱର ଅଞ୍ଚଳରେ ଏମିତି ଅଭିଯୋଗ ଦେଖିବାକୁ ମିଳୁଛି। ଯଦି ଆଗାମୀ ଦିନରେ ଏହାର ତଦନ୍ତ କରାଯାଇ ସମାଧାନ କରା ନଯାଏ ସମସ୍ତ ସରକାରୀ ମଦ ଦୋକାନର ତାଲା ଝୁଲିବା ପାଇଁ ଚେତାବନୀ ଦେଇଛନ୍ତି ବୁଦ୍ଧିଜୀବୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି