Masthead

ପରୀକୁ ନ୍ୟାୟ ଦିଅ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପରୀ ହତ୍ୟାକାଣ୍ଡକୁ ନେଇ ଲୋକଙ୍କ ଭିତରେ ଆକ୍ରୋଶ ରହିଛି । ଲୋକଙ୍କ ଭିତରେ ସେଇ ଗୋଟିଏ ଭାବନା, ଏତେ କୁନି ଛୁଆଟିକୁ ୟେଭଳି ଭାବେ ହତ୍ୟା କରାଯାଇଛି, ତାକୁ କୌଣସି ସଭ୍ୟ ସମାଜ ମାଫ କରିପାରିବ ନାହିଁ । ପରୀକୁ ନ୍ୟାୟ ମିଳୁ- ଏକଥା ସମସ୍ତେ ଚାହୁଁଛନ୍ତି । ବାପା ମାଆଙ୍କ ଅବସ୍ଥା- ଆମେ ସମସ୍ତେ ଦେଖିଛେ । ମାତ୍ର ୫ ବର୍ଷର ଝିଅକୁ ହରେଇଥିବା ବାପା ମାଆ, ପରୀକୁ ନ୍ୟାୟ ଦେବା ପାଇଁ, କଣ କରିନାହାନ୍ତି । ପୋଲିସ ଦୁଆର ଖଟ୍ ଖଟେଇଛନ୍ତି । ପୋଲିସ ପାଖରୁ ସମବେଦନା ମିଳିବା ପରିବରତେ, ଅତ୍ୟାଚାର ମିଳିଛି । ସବୁ ସହିଛନ୍ତି, କାରଣ ସେମାନେ ପରୀକୁ ନ୍ୟାୟ ଦେବାକୁ ଚାହୁଁଛନ୍ତି । ସେଥିପାଇଁ ନ୍ୟାୟଦାତାଙ୍କଠୁ, ଆଇନର ରକ୍ଷକଠୁ ଟର୍ଚରର ଶିକାର ହୋଇଛନ୍ତି ।

କୋହକୁ ସମ୍ଭାଳିବାକୁ ଚେଷ୍ଟା କରିଛନ୍ତି । ପାରିନାହାନ୍ତି, କୋର୍ଟ ଦୁଆରକୁ ଯାଇଛନ୍ତି । ସେଠି କାଳେ ମିଳିଯିବ ନ୍ୟାୟ ।। ଏମିତି ଏମିତିରେ ୫ ମାସ ଚାଲିଯାଇଛି । ସେମାନେ ବାଧ୍ୟହୋଇ ଆଇନ ତିଆରି ହେଉଥିବା ବିଧାନସଭା ଆଗକୁ ଆସିଛନ୍ତି ଆଉ ଆତ୍ମାହୂତି ଉଦ୍ୟମ କରିଛନ୍ତି । ଏସବୁ ପଛରେ କେବଳ ଗୋଟିଏ ଉଦେଶ୍ୟ – ଆମ ପରୀକୁ ନ୍ୟାୟ ମିଳୁ । ଅଭିଯୁକ୍ତଙ୍କୁ ଗିରଫ କର ।
ମଙ୍ଗଳବାର ଯେତେବେଳେ ପରୀର ବାପା ମାଆ ବିଧାନସଭା ଆଗରେ ଆତ୍ମହ୍ୟା ଉଦ୍ୟମ କରିଥିଲେ, ତାର କିଛି ସମୟ ପରେ ଏହି ପ୍ରସଙ୍ଗ ଉଠିଥିଲା ଗୃହରେ ।

କଥାଟା ପରୀ ପାଖରୁ ଯାଇ ବିଧାନସଭା ସୁରକ୍ଷା ପାଖରେ ପହଞ୍ଚିଯାଇଛି । ମାନ୍ୟବର ବିଧାୟକମାନେ, ବିଧାନସଭାର ସୁରକ୍ଷାକୁ ନେଇ ଅଧିକ ଚିନ୍ତାବ୍ୟକ୍ତ କରିଛନ୍ତି । ଏଭଳି ଚିନ୍ତା କରିବା ମଧ୍ୟ ଦରକାର । କାହିଁକି ନା ଏତେ ପୋଲିସର ସୁରକ୍ଷା ବଳୟ ଭିତରେ ବିଧାନସଭା ଥାଇ ମଧ୍ୟ ଦୁଇ ଜଣ କେମିତି ସେଇ ସୁରକ୍ଷା ବଳୟକୁ ଭାଙ୍ଗି ଆତ୍ମହତ୍ୟା ଉଦ୍ୟମ କରିପାରିଲେ । ଇଏ ନିହାତି ଭାବେ ଏକ ଚିନ୍ତାଜନକ ବିଷୟ । ଏକଥା ବି ଉଠିବା ଦରକାର । କିନ୍ତୁ ତା ସହିତ ଗୋଟିଏ ୫ ବର୍ଷର ଝିଅର ଅତ୍ୟନ୍ତ ନୃସଂଶ ଭାବେ ହତ୍ୟା ହେଉଛି, ବାପା ମାଆ ସାଢେ ୪ ମାସ ଧରି ନ୍ୟାୟ ପାଇଁ ପୋଲିସଠାରୁ କୋର୍ଟ ଯାଏ ଦୌଡୁଛନ୍ତି, ନ୍ୟାୟ ମିଳିବା ସ୍ଥାନରେ ଅକଥନୀୟ ଅତ୍ୟାଚାର ପାଉଛନ୍ତି, ପୋଲିସଠାରୁ ଚର୍ଚ୍ଚାର ହେଉଛନ୍ତି, ଏବଂ ଅଭିଯୁକ୍ତ ଜଣେ ମନ୍ତ୍ରୀଙ୍କ ପାଖ ଲୋକ ବୋଲି କୁହାଯାଉଛି, ଆଉ ସେ ବେଧଡ ବାହାରେ ବୁଲୁଛି, ସେତେବେଳେ ପରୀ ଘଟଣା ମଧ୍ୟ ସମାନ ଗୁରୁତ୍ୱ ରଖୁଛି, ଯେତିକି ବିଧାନସଭାର ସୁରକ୍ଷା ପ୍ରସଙ୍ଗ । କହିବାର ଅର୍ଥ, ପୁରା ମାମଲାରେ, ବିଧାନସଭାର ସୁରକ୍ଷା ୟେତିକି ଗୁରୁତ୍ୱପୂର୍ଣ୍ଣ, ଠିକ ସେତିକି ପରୀ ମାମଲା ମଧ୍ୟ ଗୁରୁତ ରଖୁଛି । ତେଣୁ କଥାଟା ଅନ୍ୟଆଡେ ନ ଯାଉ ।

ଏବେ ଯେତେବେଳେ ସରକାରଙ୍କ ଘୋଷଣା ଆସିଲାଣି, କ୍ରାଇମବ୍ରାଞ୍ଚ ତଦନ୍ତ ହେବ, ସେତେବେଳେ ବିରୋଧୀ ଅଧିକ କିଛି ଦାବି କରିଛନ୍ତି । ଶୁଣିବା ଏହି ଦାବିରେ କେତେ ଦମ୍ ଅଛି ।

କାହା ଦାବିରେ କେତେ ଦମ ଅଛି, ସେ କଥା ଆଗକୁ ଜଣାପଡିବ । ହେଲେ ସମସ୍ତଙ୍କର ଗୋଟିଏ ଦାବି ପରୀକୁ ନ୍ୟାୟ ମିଳୁ, ଅଭିୟୁକ୍ତ ଗିରଫ ହେଉ । କଥା ଅନ୍ୟ ଆଡେ ନ ଯାଉ, ଏହି ଘଟଣାକୁ କେହି ଡାଇଭର୍ଟ ନ କରନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ