କେଉଁ ଅଦୃଶ୍ୟ ଶକ୍ତିର ଚାପରେ ପୋଲିସ ନିରବ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନୟାଗଡର ପରୀକୁ ନ୍ୟାୟ ଦିଅ । ଅନେକ ପିଲା ସମାନ ଦାବି କରୁଛନ୍ତି, ହାତଯୋଡି ନିବେଦନ କରୁୁଛନ୍ତି ନୟାଗଡର ପରୀକୁ ନ୍ୟାୟ ଦେବା ପାଇଁ ।

ତେବେ ପରୀ ମୃତ୍ୟୁ ମାମଲାର ଅଭିଯୁକ୍ତ କିଏ ? କିଏ ସେହି ନର ପିସାଚ ? ଯିଏ ୫ ବର୍ଷର କୋମଳମତି ଶିଶୁ ପରୀକୁ ହତ୍ୟା କଲା । ସାଙ୍ଗ ପିଲାମାନଙ୍କ ସହ ଖେଳୁଥିବା ବେଳେ କିଏ ପରୀକୁ ଅତି ବୀଭତ୍ସ ଭାବେ ମାରି ପାରିଲା । ପରୀ ହତ୍ୟାକାରୀକୁ ଚିହ୍ନଟ କରିବାରେ ଯଦିଓ ପୋଲିସ ବିଫଳ ହୋଇଛି, ହେଲେ ବାବୁଲି ନାୟକ ନାମକ ଜଣେ ବ୍ୟକ୍ତିଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ତେବେ କିଏ ଏହିି ବାବୁଲି ନାୟକ । ସୋସିଆଲ ମିଡିଆରେ ବାବୁଲି ନାୟକଙ୍କୁ ନେଇ ଅନେକ କଥା କୁହାଯାଉଛି । ଇଏ ହେଉଛନ୍ତି ବିଜେଡି
ନେତା ବାବୁଲି ନାୟକ, ଯାହାଙ୍କର ନୟାଗଡ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କ ସହ ସମ୍ପର୍କ ରହିଥିବା ନେଇ ଚର୍ଚ୍ଚା ହେଉଛି । ବାବୁଲି ନାୟକ ଏବଂ ତାଙ୍କ ପୁଅ ସହିତ ମନ୍ତ୍ରୀ ଅରୁଣ ସାହୁଙ୍କର ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି ।

ଏହି ଘଟଣାରେ ଆଉ ଗୋଟେ ଟ୍ୱିଷ୍ଟ ବି ଆସିଛି । ପରୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁୁହାଯାଉଥିବା ବାବୁଲି ନାୟକଙ୍କ ନାଁରେ ଜଘନ୍ୟ ଅଭିଯୋଗ ଆଣିଛନ୍ତି ପରୀର ବାପା ଅଶୋକ ସାହୁ ଓ ମାଆ ସୌଦାମିନୀ ସାହୁ । ବାବୁଲି ନାୟକ କୀଡନୀ ଚୋରୀ ରାକେଟ୍ ରେ ସଂପୃକ୍ତ ଅଛନ୍ତି । ତା ସହ ଗଞ୍ଜେଇ ବେପାର କରୁଥିବା ସେମାନେ ଅଭିଯୋଗ କରିଛନ୍ତିି ।

ସେପଟେ ପରୀକୁ ନ୍ୟାୟ ଦେବା ଦାବିରେ, ଅଭିଯୁକ୍ତମାନଙ୍କ ଗିିରଫ କରିିବା ଦାବିିରେ ମଙ୍ଗଳବାର ବିଧାନସଭା ଆଗରେ ପରୀର ବାପା ମାଆ ଆତ୍ମହତ୍ୟା ଉଦ୍ୟମ କରିିବା ପରେ ନୟାଗଡରେ ମଧ୍ୟ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ମନ୍ତ୍ରୀ ଅରଣ ସାହୁଙ୍କ ଇସ୍ତଫା ଦାବି କରିଛନ୍ତି । ବିଜେପି ପକ୍ଷରୁ ନୟାଗଡ ଜିିଲ୍ଲାପାଲଙ୍କ କାର୍ଯ୍ୟାଳୟ ଘେରାଓ କରାଯାଇଛି ।

ଗତ ଜୁଲାଇ ୧୪ ତାରିଖରେ ନୟାଗଡ ସଦର ଥାନା ଅନ୍ତର୍ଗତ ଯଦୁପୁର ଗାଁର ପରୀକୁ ଖେଳୁଥିବା ବେଳେ ଅପହରଣ କରିନିଆଯାଇଥିଲା । ଚାରିଆଡେ ଖୋଜାଖୋଜି କରିଥିଲେ ମଧ୍ୟ ପରୀର କୌଣସି ଖୋଜ ଖବର ପାଇନଥିଲେ ପରିବାର ଲୋକେ । ପୋଲିସକୁ ଜଣାଇଥିଲେ ମଧ୍ୟ ଏହି କୁନି ଝିଅର କୌଣସି ସନ୍ଧାନ ମିଳିନଥିଲା । ଘଟଣାର ୧୦ ଦିନ ପରେ ଘର ପାଖ ପୋଖରୀ କୂଳରୁ ଏକ ବସ୍ତାରେ ବନ୍ଧାଥିବା ଅବସ୍ଥାରେ ପରୀର ଖଣ୍ଡବିଖଣ୍ଡିତ ଗଳିତ ମୃତଦେହ ମିଳିଥିଲା । ଏହି ଘଟଣାକୁ ସାଢେ ୪ ମାସ ବିତିଯାଇଥିଲେ ମଧ୍ୟ ପୋଲିସ ହତ୍ୟାକାରୀକୁ ଧରିବାରେ ବିଫଳ ହୋଇଛି । ସବୁଠାରୁ ବଡ କଥା ହେଉଛି କୁଆଡେ କେଉଁ ଅଦୃଶ୍ୟ ଶକ୍ତିର ଚାପରେ ପୋଲିସ ଜାଣିଶୁଣି ଅଭିଯୁକ୍ତକୁ ଧରିବାକୁ ଚାହୁଁନାହିଁ ବୋଲି ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ