Masthead

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଜୋର ଧରିଲା ପଲିଟିକ୍ସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କାଲି ଲୋକାର୍ପଣ, ଆଜି ରାଜନୀତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଜୋର ଧରିଲା ପଲିଟିକ୍ସ। ଲୋକାର୍ପଣକୁ ଐତିହାସିକ କହିଲା ବିଜେଡି। ‘ଧାର୍ମିକ କାର୍ଯ୍ୟରେ ସରକାରୀ ଅର୍ଥ ଖର୍ଚ୍ଚ ହୋଇଛି’। ‘ବିରୋଧୀ ପ୍ରକଳ୍ପକୁ ବିରୋଧ କଲେ ଲୋକେ ଗ୍ରହଣ କରିବେନି’। ହବିଷ୍ୟାଳିମାନେ ପୁରୀ ଗଲେ ବି ଖର୍ଚ୍ଚ ହେଉଛି। ଏବେ ସାଧାରଣ ଲୋକ ଯିବେ। ଏବେ ଯିବେ ସୁରୁଖୁରରେ ଦର୍ଶନ କରିବେ କହିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅମର ଶତପଥୀ।

ସେପଟେ ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି। ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ ଜଗନ୍ନାଥଙ୍କୁ ଟ୍ରେଡ ମାର୍କ ଭାବେ ବ୍ୟବହାର କରୁଛି ବିଜେଡି। ନାଟକର ରାଜ୍ୟ ସରକାରଙ୍କୁ ଓସ୍କାର ମିଳିବା କଥା। ମୋଦିଙ୍କୁ ଅନୁସରଣ କରୁଛନ୍ତି ନବୀନ। ରାମ ମନ୍ଦିରରେ ସରକାରୀ ଅର୍ଥ ଖର୍ଚ୍ଚ ହୋଇନାହିଁ। ଚାଉଳ ସଂଗ୍ରହ ଲୋକ ଦେଖାଣିଆ କହି ସମାଲୋଚନା କରିଛନ୍ତି ପ୍ରତାପ। ସେପଟେ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି ଶ୍ରୀମନ୍ଦିରକରୁ ନେଇ ରାଜନୀତି କରିବା ଠିକ ନୁହେଁ। ଯଦି ରାଜ୍ୟ ସରକାର ଏହାକୁ ନେଇ ନିର୍ବାଚନ ଲଢିବାକୁ ଯାଉଛନ୍ତି ତାହେଲେ ଜଗନ୍ନାଥ କ୍ଷମା କରିବେ ନାହିଁ। ଭୋଟର ଜବାବ ଦେବେ। ଲୋକାର୍ପଣ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏହାକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ