Masthead

ଖୁବଶୀଘ୍ର ଚାଲିବ ପାସେଞ୍ଜର ଟ୍ରେନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଯାତ୍ରୀଙ୍କ ଅସୁବିଧାକୁ ନଜରରେ ରଖି ଗଡିବ ମେମୁ ଟ୍ରେନ । ଭୁବନେଶ୍ୱର-କେନ୍ଦୁଝର ଓ ପୁରୀ-ଅନୁଗୁଳକୁ ଚଳାଚଳ କରିବ ଏହି ଟ୍ରେନ । ଏଥିସହ ପୁରୀ-ହଟିଆ, ପୁରୀ-ସମ୍ବଲପୁର ଓ ପୁରୀ-ପାରାଦୀପ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବା ନେଇ ସ୍ଥିର କରାଯାଇଛି । ପାସେଞ୍ଜର/ମେମୁ ଟ୍ରେନ ଚଳାଚଳ ହେଉ ନଥିବାରୁ ଯାତ୍ରୀ ହଇରାଣ ହେଉଥିବାରୁ ପୂର୍ବତଟ ରେଳପଥ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି ।

ଭୁବନେଶ୍ୱର-କେନ୍ଦୁଝରଗଡ ମେମୁ ମାର୍ଚ୍ଚ ୩୦ରୁ ଅପରାହ୍ନ ୪ଟା ୩୫ରେ ଭୁବନେଶ୍ୱରରୁ ଛାଡି ରାତି ୯ଟା ୩୫ରେ କେନ୍ଦୁଝରଗଡରେ ପହଞ୍ଚିବ ଏବଂ କେନ୍ଦୁଝରଗଡ-ଭୁବନରଶ୍ୱର ମେମୁ ସକାଳ ୬ଟା ୩୦ରେ କେନ୍ଦୁଝରଗଡରୁ ବାହାରିପୂର୍ବାହ୍ନ ୧୧ଟା ୫ରେ ଭୁବନେଶ୍ୱରରେ ପହଞ୍ଚିବ । ସେହିପରି ପୁରୀ-ଅନୁଗୁଳ ମେମୁ ଏପ୍ରିଲ ୫ରୁ ଅପରାହ୍ନ୪ଟା ୪୫ରେ ପୁରୀରୁ ବାହାରି ରାତି ୯ଟା ୩୦ରେ ଅନୁଗୁଳରେ ପହଞ୍ଚିବ ।

ଅନୁଗୁଳ-ପୁରୀ ମେମୁ ସକାଳ ୫ଟା ୪୫ରେ ଅନୁଗୁଳରୁ ବାହରି ପୂର୍ବାହ୍ନ ୧୦.୨୦ରେ ପୁରୀରେ ପହଞ୍ଚିବ । ଅନ୍ୟପଟେ ପୁରୀ-ହଟିଆ-ପୁରୀ, ସମ୍ବଲପୁର-ପୁରୀ-ସମ୍ବଲପୁର, ପୁରୀ-ପାରାଦୀପ-ପୁରୀ ମଧ୍ୟରେ ମଧ୍ୟ ଗଡିବ ସ୍ୱତନ୍ତ୍ର ଟ୍ରେନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ