Masthead

ସପ୍ତାହକ ମଧ୍ୟରେ ବ୍ଲାକ ଫଙ୍ଗସ ଔଷଧ ଆଣିବ ପତଞ୍ଜଳୀ କହିଲେ ରାମଦେବ ବାବା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଏଲୋପାଥିକୁ ଷ୍ଟୁପିଡ଼ ସାଇନ୍ସ କହି ବିବାଦରେ ଘେରକୁ ଆସିଥିବା ବାବା ରାମଦେବ ଏବେ ପୁଣି ଏକ ବୟାନ ଦେଇଛନ୍ତି । ସେ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଆଚାର୍ଯ୍ୟ ବାଳକୃଷ୍ଣ କହିଛନ୍ତି ଯେ, ଗୋଟିଏ ସପ୍ତାହ ମଧ୍ୟରେ ଆଣିବେ ବ୍ଲାକ ଫଙ୍ଗସର ଔଷଧ । ସମ୍ପୂର୍ଣ୍ଣ ଆୟୁର୍ବେଦିକ ଉପାୟରେ ପ୍ରସ୍ତୁତ ହେବ ଏହି ଔଷଧ । ତେବେ ସେମାନେ ଏହା ଦାବି କରିଛନ୍ତି ଯେ, ପତଞ୍ଜଳୀ ଆୟୁର୍ବେଦ ଲିମିଟେଡ଼ ଓ ପତଞ୍ଜଳୀ ଯୋଗପୀଠ ଏହି ଔଷଧ ପ୍ରସ୍ତୁତି ନେଇ ସମସ୍ତ ଜରୁରୀ ଔପଚାରିକତା କୁରା କରିଛି । ସେପଟେ ହ୍ୱାଇଟ ଓ ୟେଲୋ ଫଙ୍ଗସ ପାଇଁ ଔଷଧ କାର୍ଯ୍ୟଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି କୁହାଯାଇଛି ।

ତେବେ ରାମଦେବ ବାବା କହିଛନ୍ତି ଯେ, ଏତେ ବିବାଦ ଘେରରେ ମଧ୍ୟ ସେ ଲୋକଙ୍କ ସେବାରେ ଲାଗିଛନ୍ତି । ସୂଚନା ଥାଉକି, କରୋନାର ପ୍ରଥମ ଲହର ବେଳେ ପତଞ୍ଜଳୀ ତରଫରୁ କରୋନା ନିରୋଧୀ କରୋନିଲ ଔଷଧ ପ୍ରସ୍ତୁତ କରାଯାଇ ବଜାରକୁ ଛଡାଯାଇଥିଲା । ହେଲେ ଏହାକୁ ନେଇ ବିବାଦ ଦେଖାଦେବା ପରେ ଏହାକୁ ସପୋର୍ଟିଂ ମେଡିସିନ ବା ଇମ୍ୟୁନିଟି ବୋଷ୍ଟର ବୋଲି କୁହାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା