Masthead

ବିବାଦରେ ନେସଲେ କମ୍ପାନୀ, ୬୦% ଖାଦ୍ୟ ଓ ପାନୀୟ ଶରୀର ପ୍ରତି କ୍ଷତିକାରକ

(ବଡ଼ ଖବର ବ୍ୟୁରୋ): ପୁଣି ବିବାଦ ଘେରରେ ନେସଲେ କମ୍ପାନୀ । ଆମେରିକାର ଫାଇନାନ୍ସିଆଲ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ନେସଲେର ୬୦ପ୍ରତିଶତ ଖାଦ୍ୟ ଓ ପାନୀୟ ସାମଗ୍ରୀ ସ୍ୱାସ୍ଥ୍ୟ ପ୍ରତି ହାନିକାରକ । ଆଉ ଏନେଇ ନେସଲେ କମ୍ପାନୀ ନିଜେ ସ୍ୱୀକାର ମଧ୍ୟ କରିଛି । ସ୍ୱିଡେନର ଏହି କମ୍ପାନୀର ଏକ ଅଡିଟ ରିପୋର୍ଟକୁ ନେଇ ତର୍ଜମା ଚାଲିଥିବା ବେଳେ ନିଜର ପ୍ରଡକ୍ଟ ସ୍ୱାସ୍ଥ୍ୟପ୍ରତି ହାନିକାରକ ବୋଲି ସ୍ୱୀକାର କରିଛି କମ୍ପାନୀ । ଏହି ରିପୋର୍ଟରେ କୁହାଯାଇଛି ଯେ, ନେସଲେର ୩୭% ଖାଦ୍ୟ ପାନୀୟ ଜଳର ରେଟିଂ ରହିଛି ୩.୫ । ଏହା ଅଷ୍ଟ୍ରେଲିଆର ହେଲଥ ଷ୍ଟାର ରେଟିଂ ସିଷ୍ଟମ ଦ୍ୱାରା ଜାରି କରାଯାଇଛି। ଏହି ସିଷ୍ଟମ୍ ଅଧୀନରେ ଉତ୍ପାଦର ମୂଲ୍ୟାୟନ ମୋଟ ୫ ଷ୍ଟାର ଯାଏ ଦିଆଯାଏ। ଏହି ରେଟିଂକୁ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଗୁରୁତ୍ୱ ଦିଆଯାଉଥିବାର ନଜିର ରହିଛି। ନେସଲେ କମ୍ପାନୀ କହିଛି ଏହାର କିଛି ଉତ୍ପାଦନ ଏପରି ରହିଛି ଯେ, ଏହାକୁ ଯେତେ ଚେଷ୍ଟା କଲେ ମଧ୍ୟ ସ୍ୱାସ୍ଥ୍ୟପ୍ରତି ତାହା ଅନୁକୂଳ ହୋଇ ପାରିବନାହିଁ । ତଥାପି କମ୍ପାନୀ ସମସ୍ତ ଉତ୍ପାଦର ପୋର୍ଟଫୋଲିଓ ଉପରେ ଦୃଷ୍ଟି ରଖିଛି।

ଲୋକମାନେ କିଭଳି ସୁରକ୍ଷିତ ଓ ସନ୍ତୁଳିତ ଖାଦ୍ୟ ପାଇପାରିବେ ତାଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ନେସଲେର ମୁଖପାତ୍ର କହିଛନ୍ତି। ଏହାଛଡ଼ା ନେସଲେ କମ୍ପାନୀ ଏହା ମଧ୍ୟ କହିଛି ଯେ, ଏହାର ୭୦ ପ୍ରତିଶତ ଖାଦ୍ୟ ପଦାର୍ଥ, ୯୬% ପାନୀୟ, ୯୯ ପ୍ରତିଶତ ଚିନି ଓ ବେକେରୀ ପ୍ରଡକ୍ଟ ଏବଂ ଆଇସ୍କ୍ରିମ୍ ସ୍ୱାସ୍ଥ୍ୟର ମାନଦଣ୍ଡକୁ ପୂରଣ କରୁନାହିଁ। କିନ୍ତୁ କଫି ସ୍ୱାସ୍ଥ୍ୟର ମାନଦଣ୍ଡ ପୂରଣ କରୁଛି ବୋଲି କହିଛି। ସେହିପରି କମ୍ପାନୀ ପ୍ରସ୍ତୁତ କରୁଥିବା ୬୦% ଦୁଗ୍ଧଜାତ ଦ୍ରବ୍ୟ ଓ ୮୨% ଜଳ ଉତ୍ପାଦ ସ୍ୱାସ୍ଥ୍ୟ ପାଇଁ ଗୁଣାତ୍ମକ ପୂରଣ କରୁଛି । ଏହିସବୁକୁ ପୁଷ୍ଟିକର ପ୍ରୋଫାଇଲ କରାଯାଇ ଉନ୍ନତ କରାଯିବ । ତେବେ ନେସଲେ କମ୍ପାନୀ ଭାରତରେ କିଟକାଟ ଚକୋଲେଟ, ଆଇସ କ୍ରିମ, ଦୁଗ୍ଧଜାତ ସାମଗ୍ରୀ, କଫି, ମାଗି ଭଳି ଅନେକ ସାମଗ୍ରୀ ବିକ୍ରି କରୁଛି । ପୂର୍ବରୁ ଏହି କମ୍ପାନୀ ପ୍ରସ୍ତୁତ କରୁଥିବା ମାଗିରେ ସୀସାର ପରିମାଣ ଅଧିକ ରହିଥିବା ନେଇ ବିବାଦ ଘେରକୁ ଆସିଥିଲା । ଏପରିକି ଏହାକୁ ଭାରତରେ କିଛି ଦିନ ପାଇଁ ବ୍ୟାନ ମଧ୍ୟ କରାଯାଇଥିଲା । ତେବେ ବିଶ୍ୱରେ ଖାଦ୍ୟ ପ୍ରସ୍ତୁତ କରୁଥିବା ବଡ଼ ବଡ଼ କମ୍ପାନୀ ମାନଙ୍କ ମଧ୍ୟରୁ ନେସଲେ ଅନ୍ୟତମ । ବର୍ତ୍ତମାନ କମ୍ପାନୀର ଭାବମୂର୍ତ୍ତିକୁ ନେଇ ପ୍ରଶ୍ନ ଉଠିବା ପରେ ନିଜ ଭାବମୂର୍ତ୍ତିକୁ ସଜାଡ଼ିବାକୁ ପ୍ରୟାସ କରୁଛି କମ୍ପାନୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ