Masthead

କୁକୁରକୁ ଗୁଳି କରୁଥିଲେ, ପୁଅକୁ ବାଜିଲା

(ବଡ଼ ଖବର ବ୍ୟୁରୋ): ଆମେରିକାର ଟେକ୍ସାସରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ମା’ ତାଙ୍କ ପୁଅକୁ ଗୁଳି କରିଛନ୍ତି । ହ୍ୟୁଷ୍ଟନ ପୋଲିସର ସୂଚନାନୁସାରେ ରାସ୍ତାରେ ଦୌଡୁଥିବା କୁକୁରକୁ ଗୁଳି କରିବାକୁ ଚାହୁଁଥିଲେ ମା’, ହେଲେ ଗୁଳିଟି ନିଜ ପୁଅ ଦେହରେ ବାଜିଥିଲା । ଆଲେଞ୍ଚିଆ ମିୟା ଭର୍ଗାସ ତାଙ୍କ ପୁଅ ଏବଂ ଅନ୍ୟ ସଦସ୍ୟମାନେ ରାସ୍ତାରେ ସାଇକେଲ ଚଳାଉଥିଲେ । ଏହି ସମୟରେ ୬ମାସର ବ୍ରୁନୋ (କୁକୁର) ମଧ୍ୟ ରାସ୍ତାରେ ବୁଲୁଥିଲା ।

ବ୍ରୁନୋର ମାଲିକ କହିଛନ୍ତି, ବ୍ରୁନୋ ଭୁକିବା କାରଣରୁ ସେ ଘରୁ ବାହାରକୁ ଦୌଡି ଆସିଥିଲେ । ସେ ଭାବିଥିଲେ ତାଙ୍କ ଭାଇ ଆସିଛନ୍ତି ତେଣୁ ବ୍ରୁନୋ ଭୁକୁଛି । ସେ ବାହାରକୁ ଯିବାପରେ ବ୍ରୁନୋ ତାଙ୍କ ପାଖକୁ ଦୌଡି ଆସିଥିଲା । ଡିଟେକ୍ଟିଭ ଜେ ହସଲି କହିଛନ୍ତି ଯେ, ମହିଳା ଜଣକ ୩ଟି ଗୁଳି କରିଥିଲେ । ସେଥିମଧ୍ୟରୁ ଗୋଟିଏ ତାଙ୍କ ପୁଅ ଦେହରେ ଲାଗିଥିଲା । ଗୁଳିଟି ତାଙ୍କ ପୁଅରୁ ପେଟରେ ପଶିଥିଲା । ଛୋଟ କ୍ୟାଲିବର ପିସ୍ତଲରୁ ଏହି ଗୁଳି କରାଯାଇଥିଲା । ବର୍ତ୍ତମାନ ତାଙ୍କ ପୁଅ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗୁଳି ପିଲାକୁ ମାରିବା ମାତ୍ରେ ପିତାମାତା ଚିକ୍ରାର କରି ଉଠିଥିଲେ । ବ୍ରୁନୋଙ୍କ ଗୋଟିଏ ଗୋଡରେ ସାମାନ୍ୟ ଆଘାତ ଲାଗିଛି । ବାକି ଶିଶୁର ଅବସ୍ଥା ସ୍ଥିର ଅଛି । ଏଥିସହ ମହିଳାଙ୍କୁ ପୋଲିସ ଗିରଫ କରି ପଚରାଉଚରା ଜାରି ରଖିଛି । ତାଙ୍କ ଉପରେ ଅନେକ ଅଭିଯୋଗ ମଧ୍ୟ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର 🔴 ଆଗକୁ ବଢ଼ିପାରେ ତାତି 🔴 ଭିଡି ସତୀଶନ କେରଳମ ମୁଖ୍ୟମନ୍ତ୍ରୀ 🔴 ପବନରେ ଉଡ଼ିଗଲେ ବ୍ୟକ୍ତି! 🔴 ଭିଜିଲାନ୍ସ ଜାଲରେ ଡିଭିଜନ ଯନ୍ତ୍ରୀ 🔴 ଚିନି ରପ୍ତାନି ବନ୍ଦ କଲା ଭାରତ 🔴 ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ଆଶଙ୍କା 🔴 ବିଧାନସଭାରେ ବିଜୟଙ୍କ ବଡ଼ ବିଜୟ 🔴 ଟ୍ରକକୁ ଧକ୍କା ଦେଲା କାର୍ , ଦୁର୍ଘଟଣାରେ ଜଣେ ମୃତ 🔴 ଆଜି ବିଜୟଙ୍କ ଫ୍ଲୋର୍‌ ଟେଷ୍ଟ  🔴 ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର 🔴 ଆଗକୁ ବଢ଼ିପାରେ ତାତି 🔴 ଭିଡି ସତୀଶନ କେରଳମ ମୁଖ୍ୟମନ୍ତ୍ରୀ 🔴 ପବନରେ ଉଡ଼ିଗଲେ ବ୍ୟକ୍ତି! 🔴 ଭିଜିଲାନ୍ସ ଜାଲରେ ଡିଭିଜନ ଯନ୍ତ୍ରୀ 🔴 ଚିନି ରପ୍ତାନି ବନ୍ଦ କଲା ଭାରତ 🔴 ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ଆଶଙ୍କା 🔴 ବିଧାନସଭାରେ ବିଜୟଙ୍କ ବଡ଼ ବିଜୟ 🔴 ଟ୍ରକକୁ ଧକ୍କା ଦେଲା କାର୍ , ଦୁର୍ଘଟଣାରେ ଜଣେ ମୃତ 🔴 ଆଜି ବିଜୟଙ୍କ ଫ୍ଲୋର୍‌ ଟେଷ୍ଟ