ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶରେ ଏନଡିଏ ସରକାର ବହୁ ଜନମତ ପାଇବା ପରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କ କ୍ୟାବିନେଟର ଅନେକ ସଦସ୍ୟ ମଧ୍ୟ ଶପଥପାଠ କରିଥିଲେ । ସେପଟେ ଏଥର ଆନ୍ଧ୍ରରେ ଗଢିବାକୁ ଯାଉଛି ଏନଡିଏ ସରକାର। ବିଜେପି ନେତୃତ୍ୱାଧୀନ ଏନଡିଏର ସହଯୋଗୀ ଦଳ ତେଲୁଗୁ ଦେଶମ ପାର୍ଟି(ଟିଡିପି) ଓ ଜନସେନା ମିଳିତ ଭାବେ ସରକାର ଗଠନ କରିବାକୁ ଯାଉଛନ୍ତି।

ଆସନ୍ତାକାଲି ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବାବେଳେ ଜନସେନାର ପବନ କଲ୍ୟାଣ ଉପମୁଖ୍ୟମନ୍ତ୍ରୀ ପଦ ମାଗିଥିବା ଚର୍ଚ୍ଚା ହେଉଛି। ବିଶେଷ ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଅଭିନେତା ତଥା ରାଜନେତା ପବନ କଲ୍ୟାଣ ନିଜ ଦଳ ପାଇଁ ପାଞ୍ଚଟି କ୍ୟାବିନେଟ ପଦବୀ ସହ ଉପମୁଖ୍ୟମନ୍ତ୍ରୀ ପାଇଁ ଦାବି କରୁଛନ୍ତି। ସେପଟେ ଏନଡିଏ ବିଧାୟକମାନେ ଚନ୍ଦ୍ରବାବୁ ନାଇଡୁଙ୍କୁ ସେମାନଙ୍କ ନେତା ଭାବେ ନିର୍ବାଚିତ କରିବା ପୂର୍ବରୁ ଜନସେନାର ବିଧାୟକମାନେ ପୱନ କଲ୍ୟାଣଙ୍କୁ ଦଳର ମୁଖ୍ୟ ଭାବେ ମନୋନୀତ କରିଛନ୍ତି।

୧୭୫ ଆସନ ବିଶିଷ୍ଟ ଆନ୍ଧ୍ର ବିଧାନସଭାରେ ଏଥର ଜନସେନାର ୨୧ ଜଣ ବିଧାୟକ ନିର୍ବାଚିତ ହୋଇଛନ୍ତି। ପୱନ କଲ୍ୟାଣ ୱାଇଆରଏସ କଂଗ୍ରେସର ପ୍ରତିଦ୍ୱନ୍ଦ୍ୱୀ ଭଙ୍ଗା ଗୀତାଙ୍କୁ ୭୦,୦୦୦ରୁ ଅଧିକ ଭୋଟରେ ପରାସ୍ତ କରି ପିଥାପୁରମ୍ ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି।

Leave a Reply

Your email address will not be published. Required fields are marked *