Masthead

ଆସନ୍ତା ୬ରେ ଚାଷୀଙ୍କ ଚକାଜାମ ଆନ୍ଦୋଳନ

ନୂଆଦିଲ୍ଲୀ (ବଡ଼ ଖବର): କେନ୍ଦ୍ରର ନୂତନ କୃଷି ଆଇନ ବିରୋଧରେ ଦୀର୍ଘ ୨ମାସ ହେବ ଜାରି ରହିଛି କୃଷକ ଆନ୍ଦୋଳନ । କୃଷି ଆଇନ ପ୍ରତ୍ୟାହାର ଦାବିରେ ନିଜ ଜିଦରେ ଅଟଳ ରହି ବିଭିନ୍ନ କୃଷକ ସଙ୍ଗଠନ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି । ତେବେ ଏହି ଆନ୍ଦୋଳନକୁ ଆହୁରି ତୀବ୍ର କରିବା ପାଇଁ ନିଷ୍ପତ୍ତି ନେଇଛି କିଶାନ ମୋର୍ଚ୍ଚା । ଏଥିପାଇଁ କିଶାନ ମୋର୍ଚ୍ଚା ତରଫରୁ ଆସନ୍ତା ୬ ତାରିଖରେ ସମଗ୍ର ଭାରତରେ ଚକାଜାମ ଆନ୍ଦୋଳନର ଡାକରା ଦିଆଯାଇଛି । ଏହି ଦିନ ରାସ୍ତାରେ କୌଣସି ଗାଡ଼ି ଗଡ଼ିବ ନାହିଁ । ଦିନ ୧୨ଟାରୁ ଅପରାହ୍ନ ୩ଟା ଯାଏଁ ଦେଶର ସବୁଆଡ଼େ ଚାଷୀମାନେ ଆନ୍ଦୋଳନ କରି ଚକା ଜାମ କରିବେ ବୋଲି ମୋର୍ଚ୍ଚା ପକ୍ଷରୁ ଘୋଷଣା କରାଯାଇଛି ।

ଏହି ସମୟରେ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥକୁ ଚାଷୀମାନେ ଅବରୋଧ କରିବେ ବୋଲି ସ୍ୱରାଜ ଇଣ୍ଡିଆର ମୁଖ୍ୟ ଯୋଗେନ୍ଦ୍ର ଯାଦବ କହିଛନ୍ତି । ଅନ୍ୟପଟେ ଜାନୁଆରୀ ୨୬ରେ ଚାଷୀଙ୍କ ପକ୍ଷରୁ କୃଷି ଆଇନକୁ ବିରୋଧ କରି ଟ୍ରାକ୍ଟର ରାଲି କରିଥିଲେ । ଯେଉଁଥିରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା । ଏହାକୁ ଦୃଷ୍ଟିରେ ରଖି ଗତକାଲି ଚାଷୀମାନେ ନିଜର ସଂସଦ ଘେରାଉ ଅଭିଯାନକୁ ବନ୍ଦ ରଖିଥିଲେ । କିନ୍ତୁ ଆଗାମୀ ୬ ତାରିଖରେ ଚକା ଜାମ ଆନ୍ଦୋଳନ କରିବେ ବୋଲି ଘୋଷଣା କରାଯାଇଛି । ସେପଟେ ଆଜି ବସିବ କେନ୍ଦ୍ର ଓ କୃଷକ ୧୧ ତମ ବୈଠକ । ଦିଲ୍ଲୀ ବିଜ୍ଞାନ ଭବନରେ ଏହି ଆଲୋଚନା ହେବ । ଆଜି ବାହାରିପାରେ ସମାଧାନର ବାଟ । ତେଣୁ ଆଜିର ବୈଠକ ଉପରେ ରହିଛି ସମାଧାନର ବାଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଫେରି ପାଇଲେ ୫୪ଟି ହଜିଯାଇଥିବା ଦାମୀ ଫୋନ୍ 🔴 ବନ୍ୟା ବିପନ୍ନଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା 🔴 ନୌସେନା ଯବାନଙ୍କ ପରିବାରକୁ ଶେଷ ବିଦାୟ,ଏକାଠି ଜଳିଲା ୪ ଜଣଙ୍କ ଜୁଇ 🔴 ପାଚେରୀ ଡେଇଁ ହଷ୍ଟେଲରୁ ୬ ଅନ୍ତେବାସୀ ଫେରାର 🔴 ବନ୍ୟା ଘେରରେ ୩୦ରୁ ଅଧିକ ପରିବାର 🔴 ୩ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତି 🔴 ଆଜି ବି ପ୍ରବଳ ବର୍ଷିବ; ୨ ଜିଲ୍ଲାକୁ ରେର୍ଡ, ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ 🔴  ଲଗାଣ ବର୍ଷାରେ ଦବିଲା ରେଳ ଲାଇନ୍ 🔴 ସରିଲା DGP ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ 🔴 ଟିଏମ୍‌ସି ନେତାଙ୍କ ମୃତଦେହ ଉଦ୍ଧାର 🔴 ଫେରି ପାଇଲେ ୫୪ଟି ହଜିଯାଇଥିବା ଦାମୀ ଫୋନ୍ 🔴 ବନ୍ୟା ବିପନ୍ନଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା 🔴 ନୌସେନା ଯବାନଙ୍କ ପରିବାରକୁ ଶେଷ ବିଦାୟ,ଏକାଠି ଜଳିଲା ୪ ଜଣଙ୍କ ଜୁଇ 🔴 ପାଚେରୀ ଡେଇଁ ହଷ୍ଟେଲରୁ ୬ ଅନ୍ତେବାସୀ ଫେରାର 🔴 ବନ୍ୟା ଘେରରେ ୩୦ରୁ ଅଧିକ ପରିବାର 🔴 ୩ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତି 🔴 ଆଜି ବି ପ୍ରବଳ ବର୍ଷିବ; ୨ ଜିଲ୍ଲାକୁ ରେର୍ଡ, ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ 🔴  ଲଗାଣ ବର୍ଷାରେ ଦବିଲା ରେଳ ଲାଇନ୍ 🔴 ସରିଲା DGP ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ 🔴 ଟିଏମ୍‌ସି ନେତାଙ୍କ ମୃତଦେହ ଉଦ୍ଧାର