Masthead

ଅକ୍ଟୋବରରେ ପିକ ଛୁଇଁବ ସଂକ୍ରମଣ

(ବଡ଼ ଖବର ବ୍ୟୁରୋ): ଅକ୍ଟୋବରରେ ଆସିପାରେ ସମ୍ଭାବ୍ୟ ତୃତୀୟ ଲହର । ଦେଶରେ ଦିନକୁ ୫ଲକ୍ଷ, ରାଜ୍ୟରେ ୧୪ ହଜାର ପାର କରିପାରେ କରୋନା ପଜିଟିଭ୍ । ଟିକାକରଣ ଚାଲିଥିବାରୁ ଭୟଙ୍କର ହେବନି ଥାର୍ଡ ୱେଭ୍ । ସରକାର ସତର୍କ କହିଲେ ଡିଏମଇଟି । ଅକ୍ଟୋବରରେ ପିକ ଛୁଇଁବ । ଏଥିରେ ଅଧିକ ଶିଶୁ ଆକ୍ରାନ୍ତ ହୋଇପାରନ୍ତି । ପ୍ରତି ୧୦୦ରେ ୨୩ ପିଲା ପଜିଟିଭ୍ ହେବେ ବୋଲି ଆକଳନ କରାଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଯଦି ତୃତୀୟ ଲହର ଆସୁଛି, ତାହେଲେ ଏହାର ପିକ୍ ପିରିୟଡ ପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ ।

ଶିଶୁମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି । ଶିଶୁଭବନରେ ସେଣ୍ଟ୍ରାଲ ଅଫ ଏକ୍ସିଲେନ୍ସି କରାଯାଉଛି । ଶିଶୁମାନଙ୍କର ଏବେ ସିଭିୟରିଟି ନାହିଁ ତଥାପି ତିକ୍ଷ୍ଣ ନଜର ରଖାଯାଇଛି । ଗତ ୩ ଦିନ ଭିତରେ କେହି ଭେଣ୍ଟିଲେଟରକୁ ଯାଇନାହନ୍ତି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । କରୋନାର ୩ୟ ଲହରକୁ ନେଇ ପିଏମଓଙ୍କୁ ସତର୍କ କରାଇଲା ଏମଏଚଏ ପ୍ୟାନେଲ । ଅକ୍ଟୋବର ସୁଦ୍ଧା ୩ୟ ୱେଭ ନେଇ ସଚେତନ କରାଇଛି । ତୃତୀୟ ଲହର ଶିଶୁଙ୍କୁ ସଂକ୍ରମିତ କରିବା ଆଶଙ୍କ ଥିବାରୁ ପିଲାଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଲାଗି ପରାମର୍ଶ ଦିଆଯାଇଛି ।

ସେପଟେ କରୋନା ୩ୟ ଲହର ନେଇ ଡିଏମଇଟିଙ୍କ ପ୍ରତିକ୍ରିୟା ରଖିଛନ୍ତି । ୩ୟ ଲହର ଆସିଲେ ଅଧିକ ପ୍ରଭାବିତ ହେବେ ପିଲା । ଅକ୍ଟୋବରରେ ୩ୟ ଳହର ପିକରେ ରହିବ ବୋଲି ବିଶେଷଜ୍ଞମାନେ ମତ ରଖରଛନ୍ତି । ଦେଶରେ ୪ଲକ୍ଷ ଛୁଇଁ ପାରେ ଦୈନିକ ସଂକ୍ରମଣ । ଓଡ଼ିଶାରେ ଦୈନିକ ସଂକ୍ରମିତ ହେବେ ୧୪ହଜାର ତେଣୁ ଶିଶୁଙ୍କ ପାଇଁ ସବୁ ବ୍ୟବସ୍ଥା କରାଯାଇଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା