୩ ଦଳର ଛିଣ୍ଡୁନି ଟିକେଟ ଅଙ୍କ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କେବେ ଆସିବ ବଳକା ପ୍ରାର୍ଥୀ ତାଲିକା । ୩ ଦଳର ଛିଣ୍ଡୁନି ଟିକେଟ ଅଙ୍କ । ପାଖେଇ ଆସୁଛି ପ୍ରଥମ ପର୍ଯ୍ୟାୟ ଭୋଟ । ବିଜେଡିର ୩୯, ବିଜେପିର ୩୫ ବିଧାନସଭା ସିଟରେ ପ୍ରାର୍ଥୀ ଦେବା ବାକି ରହିଛି । କଂଗ୍ରେସର ମଧ୍ୟ ୯୮ ସିଟରେ ପ୍ରାର୍ଥୀ ଦେବ । କଂଗ୍ରେସ ମଧ୍ୟ ୧୩ ଲୋକସଭା ସିଟରେ ପ୍ରାର୍ଥୀ ଘୋଷଣା କରିନାହିଁ । ସେପଟେ ଟିକେଟକୁ ନେଇ ସାରା ରାଜ୍ୟରେ ଦେଖାଦେଇଛି ଅସନ୍ତୋଷ ।

ଅନ୍ୟପଟେ ଗୋଷ୍ଠୀ କନ୍ଦଳ ଓ ଦଳ ଡିଆଁ ଭୟ ଘାରିଛି ଶାସକ ଦଳକୁ। ଯେଉଁଥି ପାଇଁ ବିଜେଡି ଓ ବିଜେପି ଭିତରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ରାଜ୍ୟର ପ୍ରାୟ ୧୮ ନିର୍ବାଚନ ମଣ୍ଡଳୀରେ ଉଭୟ ଦଳ ଏପର୍ୟ୍ୟନ୍ତ ଟିକେଟ ଘୋଷଣା କରିନାହାନ୍ତି। ଯାହାକୁ ନେଇ ରାଜନୈତିକ ଉଷ୍ମତା ବଢିଯାଇଛି। ଜଗତସିଂହପୁର ସଂସଦୀୟ କ୍ଷେତ୍ରର ବାଲିକୁଦା ଏରସମା ଓ କାକଟପୁରରେ ଉଭୟ ଦଳ କାହାରିକୁ ଏଯାଏ ଟିକେଟ ଦେଇନାହାନ୍ତି। ଭୁବନେଶ୍ୱର ମଧ୍ୟ ଆସନ ମଧ୍ୟ ଟଳମଳ ।

କେବଳ ଏତିକି ନୁହେଁ, ଜୟପୁର, ଚିତ୍ରକୋଣ୍ଡା, ଚମ୍ପୁଆ, କେନ୍ଦ୍ରାପଡା, ଭୋଗରାଇ, ନୀଳଗିରି, ତେଲକୋଇ, ବରୀ ଆଦି ୧୮ଟି ଆସନରେ ବିଜେଡି କି ବିଜେପି କେହି ପ୍ରାର୍ଥୀ ଘୋଷଣା କରିନାହାନ୍ତି। ବିଜେପି ଏଯାଏ ୧୧୨ ସିଟରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ୩ଟି ପର୍ଯ୍ୟାୟରେ ୧୦୮ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ତେବେ ବଳକା ସିଟ୍ ପାଇଁ କାହିଁକି ବିଳମ୍ବ ହେଉଛି ପ୍ରାଥୀଙ୍କ ନାଁ ଘୋଷଣା? ଛକା ପଞ୍ଝା ଭିତରେ ଝୁଲି ରହିଛି ୧୮ ବିଧାନସଭାର ପ୍ରାର୍ଥୀଙ୍କ ଭାଗ୍ୟ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’