Masthead

ଅକ୍ଟୋବରରେ ଆସିପାରେ କରୋନାର ୩ୟ ଲହର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ) : ଅକ୍ଟୋବରରେ ଆସିପାରେ କରୋନାର ୩ୟ ଲହର । ଅକ୍ଟୋବରରେ ପିକ ଛୁଇଁବ । ଏଥିରେ ଅଧିକ ଶିଶୁ ଆକ୍ରାନ୍ତ ହୋଇପାରନ୍ତି । ପ୍ରତି ୧୦୦ରେ ୨୩ ପିଲା ପଜିଟିଭ୍ ହେବେ ବୋଲି ଆକଳନ କରାଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଯଦି ତୃତୀୟ ଲହର ଆସୁଛି, ତାହେଲେ ଏହାର ପିକ୍ ପିରିୟଡ ପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ । ଶିଶୁମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି ।

ଶିଶୁଭବନରେ ସେଣ୍ଟ୍ରାଲ ଅଫ ଏକ୍ସିଲେନ୍ସି କରାଯାଉଛି । ଶିଶୁମାନଙ୍କର ଏବେ ସିଭିୟରିଟି ନାହିଁ ତଥାପି ତିକ୍ଷ୍ଣ ନଜର ରଖାଯାଇଛି । ଗତ ୩ ଦିନ ଭିତରେ କେହି ଭେଣ୍ଟିଲେଟରକୁ ଯାଇନାହନ୍ତି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । କରୋନାର ୩ୟ ଲହରକୁ ନେଇ ପିଏମଓଙ୍କୁ ସତର୍କ କରାଇଲା ଏମଏଚ୍ଏ ପ୍ୟାନେଲ । ଅକ୍ଟୋବର ସୁଦ୍ଧା ୩ୟ ୱେଭ ନେଇ ସଚେତନ କରାଇଛି । ତୃତୀୟ ଲହର ଶିଶୁଙ୍କୁ ସଂକ୍ରମିତ କରିବା ଆଶଙ୍କ ଥିବାରୁ ପିଲାଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଲାଗି ପରାମର୍ଶ ଦିଆଯାଇଛି । ସେପଟେ କରୋନା ୩ୟ ଲହର ନେଇ ଡିଏମଇଟିଙ୍କ ପ୍ରତିକ୍ରିୟା ରଖିଛନ୍ତି । ୩ୟ ଲହର ଆସିଲେ ଅଧିକ ପ୍ରଭାବିତ ହେବେ ପିଲା । ଅକ୍ଟୋବରରେ ୩ୟ ଳହର ପିକରେ ରହିବ ବୋଲି ବିଶେଷଜ୍ଞମାନେ ମତ ରଖରଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା