Masthead

ପେଗାସସ୍ ଝଡ଼: ଇସ୍ରାଏଲି ଟେକ୍ନୋଲୋଜି ଫାର୍ମ ଏନଏସଓ ଗ୍ରୁପ ଏହାକୁ ଅସ୍ୱୀକାର କରିଛି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶରେ ଦେଖାଦେଇଛି ପେଗାସସ୍ ଝଡ଼ । ତେବେ ଇସ୍ରାଏଲି ଟେକ୍ନୋଲୋଜି ଫାର୍ମ ଏନଏସଓ ଗ୍ରୁପ ଏହାକୁ ଅସ୍ୱୀକାର କରିଛି । ଏନଏସଓ ଗ୍ରୁପ ଅନୁସାରେ ଯେଉଁ ସଫ୍ୱଓ୍ୱେରରେ କିଛି ଭାରତୀୟ ନେତା, ସାମ୍ବାଦିକ, ମନ୍ତ୍ରୀ, ବିଚାରପତିଙ୍କ ଫୋନ ନମ୍ବରକୁ ଟାର୍ଗେଟ କରାଯାଇଛି ବୋଲି ଅଭିଯୋଗ ଆସୁଛି, ସେହି ସଫ୍ୱଓ୍ୱେର ଆମର ନୁହେଁ । ଆମ ସଫ୍ୱଓ୍ୱେର ଦ୍ୱାରା ପୂର୍ବରୁ ବି କେବେ କାହାକୁ ଟାର୍ଗେଟ କରାଯାଇ ନଥିଲା ।

କମ୍ପାନୀର ମୁଖପାତ୍ର କହିଛନ୍ତିଯେ, ପ୍ୟାରିସ ସ୍ଥିତ ସଂଗଠନ ଫରବିଡେନ ଷ୍ଟୋରିଜ ପକ୍ଷରୁ ପ୍ରକାଶିତ ନାମ ତାଲିକା ସହ କମ୍ପାନୀ ସ୍ପାଇ ଓ୍ୱେୟାରର କୌଣସି ସମ୍ପର୍କ ନାହିଁ । ଆମେନଷ୍ଟି ଇଣ୍ଟରନ୍ୟାସନାଲ ସହ କାର୍ଯ୍ୟ କରୁଥିବା ଏହି ସଂସ୍ଥା ୫୦ ହଜାର ଫୋନର ଯେଉଁ ଡାଟାବେସ ପ୍ରସ୍ତୁତ ବୋଲି କୁହାଯାଉଛି ତାହା ସହ ସ୍ପାଇଓ୍ୱେୟାରର କୌଣସି ସମ୍ପର୍କ ନାହିଁ । ଏହି ଫୋନ ନମ୍ବର ଗୁଡିକ ସହ ଏନଏସଓ ଗ୍ରୁପର ସମ୍ପର୍କ ନାହିଁ ବା କେବେ ଟାର୍ଗେଟରେ ନଥିଲା । କୌଣସି ନମ୍ବରର ଗୋପନୀୟତାକୁ ଟାର୍ଗେଟ କରିବାକୁ କେବେ ବି କମ୍ପାନୀ ଚେଷ୍ଟା ବି କରିନାହିଁ । ଯଦି ଏହାର ପ୍ରଯୁକ୍ତିକୁ ଅପବ୍ୟବହାର କରାଯାଇଥାଏ ଏବଂ ସ୍ପଷ୍ଟ ପ୍ରମାଣ ମିଳେ ତେବେ ଏହାର ସବିଶେଷ ତଦନ୍ତ କରିବେ କମ୍ପାନୀ କର୍ତ୍ତୃପକ୍ଷ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ