Masthead

ଆଖିରେ ପଟିବାନ୍ଧି ଦେଖିପାରନ୍ତି ସବୁକିଛି

ଭୁବନ (ବଡ଼ ଖବର ବ୍ୟୁରୋ): ଆଖିରେ ପଟି ବାନ୍ଧି ସମସ୍ତଙ୍କୁ ଚିହ୍ନିବା ସହିତ ପଢିବା ଓ ଲେଖିବାର ସାମର୍ଥ୍ୟ ରହିଛି ଦୁଇ କୁନି ଭାଇଭଉଣୀଙ୍କଠି । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ବାର୍ଡ ନଂ-୨ ରେ। ଏହି ଓ୍ବାର୍ଡର ବାସିନ୍ଦା ମାନସ ବେଜ ଓ ସ୍ତ୍ରୀ ପ୍ରମିଳା ବେଜଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ । ଝିଅ ନିବେଦିତା ୯ ବର୍ଷ ଓ ପୁଅ ରଶ୍ମିରଞ୍ଜନ ୭ ବର୍ଷଙ୍କୁ ନେଇ ତାଙ୍କର ସୁଖଦୁଃଖର ସଂସାର ।

ଝିଅ ନିବେଦିତା ୪ର୍ଥ ଓ ପୁଅ ରଶ୍ମିରଞ୍ଜନ ୨ୟ ଶ୍ରେଣୀରେ ଅଧ୍ୟୟନ କରନ୍ତି । ଆଜକୁ ତିନି, ଚାରି ମାସ ତଳେ ଝିଅ ଆଖି ବନ୍ଦ କରି ଦେଖି ପାରୁଥିବାର ଖବର ପାଇଥିଲେ ବାପା ମାଆ। ଫଳରେ ଏହି ଅଲୋକିକ ଶକ୍ତି ସତ କି ମିଛ ପ୍ରମାଣ କରିବାକୁ ବାପାମାଆ ବ୍ୟଗ୍ର ହୋଇପଡିଥିଲେ । ତେଣୁ ଝିଅର ଆଖିରେ ବିଭିନ୍ନ ପ୍ରକାର ରଙ୍ଗର ରୁମାଲ ବାନ୍ଧି ଓଡିଆ ଓ ଇଂରାଜୀ ବହି ପଢାଇଥିଲେ । ଝିଅ ନିବେଦିତା ସବୁକିଛି ଠିକଭାବେ ଲେଖାପଢା କରି ପାରିଥିଲା। ଏହା ପରେ ବାପାଙ୍କ ପରାମର୍ଶକ୍ରମେ ଶିକ୍ଷକ ଟୁଟୁ ରଥ ଭୁବନ ଆସି ନିବେଦିତାକୁ ଆଧ୍ୟାତ୍ମିକ ଶକ୍ତି ଟ୍ରେନିଂ ଦେବା ସହିତ ରଶ୍ମିରଂଜନଙ୍କୁ ମଧ୍ୟ ଶିକ୍ଷାଦାନ ଦେଇଥିଲେ । ଯାହାଫଳରେ ଛାତ୍ରୀ ନିବେଦିତାଙ୍କ ଆଧ୍ୟାତ୍ମିକ ଶକ୍ତି ବଢିବା ସହିତ ରଶ୍ମିରଂଜନଙ୍କର ମଧ୍ୟ ଆଧ୍ୟାତ୍ମିକ ଶକ୍ତି ବଢିବାରେ ଲାଗିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା 🔴 ଜ୍ୟୋତିଙ୍କ ୟୁପି ଲିଙ୍କ 🔴 ଯେବେ ସିନ୍ଦୂର ବାରୁଦ ହୁଏ…. 🔴 ବିଜେଡି କର୍ମୀଙ୍କୁ ମାଡ଼ 🔴 ପହଲଗାମ ଆଟାକକୁ ମାସେ, ଆଜି ବି ମନେପଡିଲେ… 🔴 ଡଙ୍ଗା ବୁଡ଼ି ୨ ଛୁଆ ମୃତ, ମା’ ନିଖୋଜ 🔴 ପୁଣି ଓଡ଼ିଶାକୁ ଫେରିଲା କରୋନା 🔴 ମିଳିଲା ଡାଏରି, ଖୋଲିବ ଜ୍ୟୋତିଙ୍କ ଗୁମର 🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା 🔴 ଜ୍ୟୋତିଙ୍କ ୟୁପି ଲିଙ୍କ 🔴 ଯେବେ ସିନ୍ଦୂର ବାରୁଦ ହୁଏ…. 🔴 ବିଜେଡି କର୍ମୀଙ୍କୁ ମାଡ଼ 🔴 ପହଲଗାମ ଆଟାକକୁ ମାସେ, ଆଜି ବି ମନେପଡିଲେ… 🔴 ଡଙ୍ଗା ବୁଡ଼ି ୨ ଛୁଆ ମୃତ, ମା’ ନିଖୋଜ 🔴 ପୁଣି ଓଡ଼ିଶାକୁ ଫେରିଲା କରୋନା 🔴 ମିଳିଲା ଡାଏରି, ଖୋଲିବ ଜ୍ୟୋତିଙ୍କ ଗୁମର