Masthead

ଲୋକ ଫାଇନ ଗଣୁଛନ୍ତି ଏଣେ ତହସିଲଦାର ନାଚୁଛନ୍ତି

ସୁକିନ୍ଦା(ବଡ଼ ଖବର ବ୍ୟୁରୋ): କୋଭିଡ୍ କଟକଣାକୁ ଫୁ । କୌଣସି ସାଧାରଣ ବ୍ୟକ୍ତି ନୁହେଁ ନିୟମ ଉଲଂଘନ କରିଛନ୍ତିି ଖୋଦ ତହସିଲଦାର । ନିଜ ସାନ ଭାଇଙ୍କ ବାହାଘରରେ ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲିଦାର କରିଛନ୍ତି । ସୁକିନ୍ଦା ତହସିଲିଦାର ମ୍ୟାଡମ ବୁଲବୁଲ ବେହେରା ଲୋକଙ୍କୁ କରୋନା କଟକଣାର ପାଠପଢ଼ାଉଥିବା ବେଳେ ଅନ୍ୟ ଏକ ଜିଲ୍ଲାକୁ ଯାଇ କିଭଳି ନିୟମ ଉଲଂଘନ କରିଛନ୍ତି ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନା ମୁତାବକ ଚଳିତ ମାସ ୨୧ ତାରିଖରେ ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ୍ ଜଗନ୍ନାଥପୁର ଗାଁରେ ତହସିଲିଦାରଙ୍କ ଭାଇ ବାହାଘର ହେଉଥିଲା। ଯାହାକି ସମ୍ପୂର୍ଣ୍ଣ କୋଭିଡ୍ କଟକଣା ବାହାରେ ।

ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦିନରେ୨୫ ଜଣଙ୍କ ଭିତରେ ବାହାଘର ପାଇଁ ନିୟମ ରହିଥିବା ବେଳେ ତାହାର ସମ୍ପୂର୍ଣ ଉଲଘଂନ କରାଯାଇଥିଲା ଏହି ବାହାଘରରେ । ସବୁଠାରୁ ବଡ଼କଥା ହେଲା ବାଣ ଫୁଟାଇ ଜୋରଦାର ବାଜାବଜାଇ କଟକଣା ବାହାରେ ସୁକିନ୍ଦା ତହସିଲଦାର ବୁଲବୁଲ ବେହେରାଙ୍କ ଭାଇ ବର ହୋଇ ଆସିଥିବାବେଳେ ଖୋଦ୍ ତହସିଲଦାର ମୁହଁରୁ ମାସ୍କ ଖୋଲି ବରଯାତ୍ରୀରେ ଡ୍ୟାନ୍ସ କରୁଥିଲେ।ସ୍ଥାନୀୟ ପୋଲିସ ପ୍ରଶାସନ ଖବର ପାଇବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଥିଲା । ମାତ୍ର ଜରିମାନା ଆଦାୟ ନ କରି ଫେରି ଆସିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ