Masthead

ଜିଲ୍ଲାପାଳଙ୍କ ଦାଦାଗିରି

ରାୟପୁର(ବଡ଼ ଖବର ବ୍ୟୁରୋ): ଜିଲ୍ଲାପାଳଙ୍କ ଦାଦାଗିରି । ଜଣେ ଜିଳ୍ଲାପାଳ ଏମିତି ହୋଇପାରନ୍ତି? ଗଣତାନ୍ତ୍ରିକ ରାଷ୍ଟ୍ରରେ ଜନତା ହିଁ ମୁଖ୍ୟ । ତାଙ୍କରି ଟିକସରେ ଦରମା ପାଉଥିବା ସରକାରୀ ବାବୁମାନେ ଆଇନକୁ ହାତକୁ ନେବାକୁ ଭୁଲୁନାହାନ୍ତି । ଏ ହେଉଛି ଛତିଶଗଡ଼ ସୁରଜପୁରର ଦୃଶ୍ୟ। ଲକଡାଉନ ସମୟରେ ଜଣେ ଯୁବକ ଜରୁରୀ କାମରେ ଘରୁ ବାହାରକୁ ବାହାରିଥିଲେ । ଏହି ସମୟରେ ସେ ଜିଲ୍ଲାପାଳ ରଣବୀର ଶର୍ମାଙ୍କ ହାବୁଡରେ ପଡିଯାଇଥିଲେ । ତେବେ ଜିଲ୍ଲାପାଳ ଯୁବକଙ୍କ ସମସ୍ୟା ବୁଝିବା ପରିବର୍ତ୍ତେ ତାଙ୍କ ମୋବାଇଲକୁ ରାସ୍ତାରେ କଚାଡି ଭାଙ୍ଗି ଦେଇଥିଲେ । ସେତିକିରେ ଜିଲ୍ଲାପାଳଙ୍କ ମନ ବୁଝି ନଥିଲା ।

ନିଜର ସୁରକ୍ଷା କର୍ମୀଙ୍କୁ ଲଗାଇ ମାଡ ମରାଇଲେ । ଜିଲ୍ଲାପାଳଙ୍କ ଦାଦଗିରିର ଭିଡିଓ ଭାଇରାଲ ହେବା ପରେ ଦେଶର ବହୁ ଆଇଏଏସ୍ ଓ ଆଇପିଏସ୍ ନିନ୍ଦା କରିଛନ୍ତି । ଚାରିଆଡୁ କଟୁ ସମାଲୋଚନା ହେବାରୁ ବାଧ୍ୟ ହୋଇ ଜିଲ୍ଲାପାଳ ରଣବୀର ଶର୍ମା କ୍ଷମା ମାଗିଛନ୍ତି । ଛତିଶଗଡ଼ ସରକାର ଏହି ଘଟଣାକୁ ଅତି ଗୁରୁତର ସହ ନେଇଛନ୍ତି । ତୁରନ୍ତ ରଣବୀର ଶର୍ମାଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ଗୌରବ କୁମାର ସିଂଙ୍କୁ ନିଯୁକ୍ତି ଦିଆଯାଇଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଟ୍ୱିଟ ଏହାକୁ ନିନ୍ଦା କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, କୌଣସି ପ୍ରଶାସନିକ ଅଧିକାରୀଙ୍କ ଏଭଳି କାର୍ୟ୍ୟ ସଭ୍ୟ ସମାଜ ପାଇଁ ଗ୍ରହଣୀୟ ନୁହେଁ । ସେଥିପାଇଁ ସେ ଦୁଃଖ ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା