Masthead

ଲୋକଙ୍କ ପସନ୍ଦ ଆରୋହି

ନୂଆପଡ଼ା (ବଡ଼ ଖବର ବ୍ୟୁରୋ): ଖରାଦିନ ଆସିଲେ ଲୋକଙ୍କ ପସନ୍ଦ ତରଭୁଜ। ନୂଆପଡ଼ା ବଜାରରରେ ଏବେ ହଳଦିଆ ତରଭୁଜର ବେସ ଚାହିଦା ଅଛି। ନୂଆପଡ଼ା ଗୋଡ଼ଫୁଲା ପଞ୍ଚାୟତ ଭେରା ଗାଁରେ ଏବେ ଚାଷ ହେଉଛି ହଳଦିଆ ତରଭୁଜ। ଚାଷୀ ତିରିଥରାମ୍ ପଟେଲ ହଳଦିଆ ତରଭୁଜ ଚାଷ କରି ଦି ପଇସା ରୋଜଗାର କରିପାରିଛନ୍ତି। ବଜାରରେ ବି ଏହି ଆରୋହି ନାମକ ତରଭୁଜକୁ ଲୋକ ପସନ୍ଦ କରୁଛନ୍ତି। ବିକ୍ରି ବି ଭଲ ହେଉଥିବାରୁ ଫଳ ଦୋକାନୀମାନେ ବି ତିରିଥରାମଙ୍କୁ ହଳଦିଆ ତରଭୁଜ ଯୋଗାଇଦେବା ପାଇଁ ଅଡ଼ର୍ର ଦେଉଛନ୍ତି।

ଏ ବର୍ଷ ନୂଆପଡ଼ା ଜିଲ୍ଲାରେ ଆଠ ଜଣ ଚାଷୀଙ୍କୁ ତରଭୁଜ ଚାଷ କରିବା ପାଇଁ ପ୍ରୋତ୍ସାହିତ କରିଛନ୍ତି ସହକାରୀ କୃଷି ଅଧିକାରୀ ସୁଧାଂଶୁ ଶେଖର ସାହୁ। ଅନ୍ୟପଟେ ବଜାରରେ ଜିଏ ଥରେ ନେଇଛି ସେ ବାରମ୍ବାର ନେବାକୁ ଦୋକାନଙ୍କୁ ଆସୁଛି। ବିଶେଷ କରି ଛୁଆଙ୍କ ଭିତରେ ଏହି ଆରୋହି ହଳଦିଆ ତରଭୁଜ ଆଦୃତ ହେଉଥିବା ଜଣାପଡିଛି। ପାଚିବା ପାଇଁ ୭୦ ରୁ ୮୦ ଦିନ ଲାଗୁଥିବା ଏହି ତରଭୁଜକୁ ଆଗାମୀ ଦିନରେ ଜିଲ୍ଲାରେ ଅଧିକରୁ ଅଧିକ ଚାଷ କରିବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖିଛନ୍ତି ସହକାରୀ କୃଷି ଅଧିକାରୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା