Before Header

ପରିବାର ଭଲ ପାଇଁ ବାପା ଚିନ୍ତା କରିବେ: ପ୍ରକାଶ ସୋରେନ

0 1,095

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦିଲ୍ଲୀରେ ଅଟକିଛି ମେଣ୍ଟ ନିଷ୍ପତ୍ତି। ଏପଟେ ସାମ୍ନାକୁ ଆସିଛି ବିଜେପି ବିଧାୟକ ପ୍ରକାଶ ସୋରେନଙ୍କ ପ୍ରତିକ୍ରିୟା । କହିଛନ୍ତି ଶୀର୍ଷ ଏବଂ କେନ୍ଦ୍ରୀୟ ନେତୃତ୍ୱ ଯାହା ନିଷ୍ପତି ନେବେ । ଦିଲ୍ଲୀ ନେତୃତ୍ୱଙ୍କ ଉପରେ ସବୁ ନିର୍ଭର କରେ, ସେମାନଙ୍କ ସରକାର ଚଳେଇବାର ଅଛି ଦଳକୁ ବି ଚଳେଇବାର ଅଛି ।

ଘରର ମୁରବି ହେଉଛନ୍ତି ‘ବାପା’ । ପରିବାର ଭଲ ପାଇଁ ବାପା ଚିନ୍ତା କରିବେ । ଯାହା ନିଷ୍ପତି ନେବେ ପରିବାରର ଭଲ ପାଇଁ ହିଁ ନେବେ । ରାଜ୍ୟର ଶୀର୍ଷ ନେତୃତ୍ୱ ଦିଲ୍ଲୀରେ ଡେରା ପକେଇଛନ୍ତି । ତାଙ୍କୁ ଡାକରା ଆସିଥିଲା । ଦଳ ସିଦ୍ଧାନ୍ତ ନେଉଛି ଏବଂ ଦଳ ସିଦ୍ଧାନ୍ତ ଶିରୋଧାର୍ଯ୍ୟ ।

Leave A Reply

Your email address will not be published.