Masthead

୮୭ ବର୍ଷ ତଳେ ପ୍ରଥମ ଥର ଭାରତରେ ଶୁଭିଥିଲା ରେଡିଓ, ଜାଣନ୍ତି କେଉଁ ଷ୍ଟୁଡିଓରେ ହୋଇଥିଲା ପ୍ରସାରଣ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କେବଳ ଭାରତରେ ନୁହେଁ ବିଶ୍ୱରେ ରେଡିଓର ରହିଛି ଏକ ସ୍ୱତନ୍ତ୍ର ସ୍ଥାନ । ଆଜି ବି ଗ୍ରାମାଞ୍ଚଳରେ ଦେଖିବାକୁ ମିଳେ ରେଡିଓ । ଭିଡ଼ ଭିତରେ ଟେଲିଭିଜନକୁ ଛାଡ଼ି ଅନେକ ଲୋକେ ଶୁଣନ୍ତି ରେଡିଓ । ଆଜିର ଯୁବପିଢିଙ୍କ ହୃଦୟରେ ବି ଅଛି ରେଡିଓ ବା ବେତାର ଯନ୍ତ୍ର । କର୍ମମୟ ଜଞ୍ଜାଳରୁ ଟିକେ ସମୟ କାଢି ଯବୁପିଢି ହୁଅନ୍ତୁ ବା ବୟସ୍କ ଲୋକେ ରେଡିଓ ଶୁଣିବା ପାଇଁ ଭଲପାଆନ୍ତି । ତେବେ ଭାରତରେ ପ୍ରଥମ ପ୍ରସାରଣର ମାଧ୍ୟମ ହେଉଛି ଅଲ୍ ଇଣ୍ଡିଆ ରେଡିଓ (ଏଆଇଆର) ।

ରେଡିଓ ପ୍ରସାରଣର ସ୍ମୃତିକୁ ମନେପକେଇବା ନେଇ ପ୍ରତିବର୍ଷ ‘ଜାତୀୟ ପ୍ରସାରଣ ଦିବସ’ ଭାବରେ ପାଳନ କରାଯାଏ। ୨୩ ଜୁଲାଇ ୧୯୨୭ରେ ଭାରତୀୟ ବ୍ରୋଡକାଷ୍ଟିଂ କମ୍ପାନୀ ବମ୍ବେ ଷ୍ଟେସନ୍‌ରୁ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା । ସେବେଠାରୁ ସମ୍ବାଦ, ମ୍ୟାଚ୍ ପ୍ରସାରଣ ଏବଂ ମନୋରଞ୍ଜନ ଆକାରରେ ରେଡିଓ ପ୍ରସାରଣ ଭାରତୀୟ ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ଆସିଛି। ୧୮୮୦ରେ ବୈଦ୍ୟୁତିକ ଚୁମ୍ବକୀୟ ତରଙ୍ଗ ଆବିଷ୍କୃତ ହୋଇଥିଲା। ୧୮୯୦ ମସିହାରେ ମାର୍କୋନିଙ୍କ ଦ୍ୱାରା ରେଡିଓ ଉଦ୍ଭାବନ କରାଯାଇଥିଲା ।

କିନ୍ତୁ ତାଙ୍କୁ ଏହାର ପେଟେଣ୍ଟ ରେକର୍ଡ ୧୮୯୬ରେ ମିଳିଥିଲା। ଏହା ପରେ ମାର୍କୋନି ରେଡିଓର ଉଦ୍ଭାବକ ଭାବରେ ବିବେଚିତ ହୋଇଥିଲେ। ୧୯୨୭ ମସିହାରେ ଆଜିର ଦିନରେ ଦେଶର ପ୍ରଥମ ରେଡିଓ ପ୍ରସାରଣ ଘରୋଇ କମ୍ପାନୀ ଭାରତୀୟ ବ୍ରୋଡ୍‌କାଷ୍ଟିଂ କମ୍ପାନୀ ଅଧୀନରେ ବମ୍ବେ ଷ୍ଟେସନରୁ ପ୍ରସାରିତ ହୋଇଥିଲା। ୧୯୨୭ ରେ ମୁମ୍ବାଇ ଏବଂ କୋଲକାତାରେ ୨ ଟ୍ରାନ୍ସମିଟର ସହିତ ପ୍ରସାରଣ ସେବା ଆରମ୍ଭ ହୋଇଥିଲା । କିନ୍ତୁ ୧୯୩୦ ମସିହାରେ ସରକାର ଏହି ଟ୍ରାନ୍ସମିଟରଗୁଡ଼ିକୁ ନିଜ ଅଧୀନକୁ ନେଇଥିଲେ ଏବଂ ‘ଇଣ୍ଡିଆନ୍ ବ୍ରୋଡକାଷ୍ଟିଂ ସେବା’ ନାମରେ କାର୍ଯ୍ୟ ଆରମ୍ଭ କରିଥିଲେ। ୮ ଜୁନ୍ ୧୯୩୬ରେ ଭାରତୀୟ ରାଜ୍ୟ ପ୍ରସାରଣ ସେବା ଅଲ୍‌ ଇଣ୍ଡିଆ ରେଡିଓ ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ