Masthead

ଥମୁନି ମଣିପୁର ହିଂସା, ଗଲାଣି ୭୧ ଜୀବନ

ମଣିପୁର (ବଡ଼ ଖବର ବ୍ୟୁରୋ):  ଥମୁନି ମଣିପୁର ହିଂସା । ହିଂସା ପରେ ପରିସ୍ଥିତି ଆହୁରି ବିଗିଡି ଯାଇଛି । କିଛି ବିକ୍ଷୋଭକାରୀ ବୁଧବାର ବିଷ୍ଣୁପୁର ଜିଲ୍ଲାର ପିଡବ୍ଲ୍ୟୁଡି ମନ୍ତ୍ରୀ କନଥୁଜାମ ଗୋବିନ୍ଦ ଦାସଙ୍କ ଘରେ ପଶିଥିଲେ। ଏହି ସମୟରେ ବିକ୍ଷୋଭକାରୀମାନେ ଦାବି କରିଥିଲେ ଯେ ସେମାନଙ୍କୁ ଅନ୍ୟ ସମ୍ପ୍ରଦାୟର ଆତଙ୍କବାଦୀଙ୍କଠାରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର କୌଣସି ଠୋସ୍ ପଦକ୍ଷେପ ନେଉନାହାଁନ୍ତି।

ତେବେ ଏହି ସମୟରେ ମନ୍ତ୍ରୀ ଏବଂ ତାଙ୍କ ପରିବାର ଘରେ ଉପସ୍ଥିତ ନଥିଲେ। ବିକ୍ଷୋଭକାରୀମାନେ ମନ୍ତ୍ରୀଙ୍କ ଘର ଆସବାପତ୍ର ଭାଙ୍ଗିଦେଇଥିଲେ । ସେନା ଓ ଅର୍ଦ୍ଧସାମରିକ ବଳ ଯବାନମାନେ କୁକି ଉଗ୍ରପନ୍ଥୀଙ୍କୁ ଦମନ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଦର୍ଶାଇ ଉପଦ୍ରବୀମାନେ କେତେଜଣଙ୍କ ଘରେ ନିଆଁ ଲଗାଇଦେଇଛନ୍ତି। ମୋଇରାଙ୍ଗ ରିଲିଫ୍ କ୍ୟାମ୍ପରେ ରହୁଥିବା ତୋଇଜାମ ଚନ୍ଦ୍ରମଣି ଗୁଳିମାଡ଼ର ଶିକାରହୋଇ ପ୍ରାଣ ହରାଇଛନ୍ତି। ସେପଟେ ମେ’ ୩ରୁ ଚାଲିଥିବା ସଂଘର୍ଷରେ ଅଦ୍ୟାବଧି ୭୧ ଜଣଙ୍କ ମୃତ୍ୟୁ ଘଟିଲାଣି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ