ଥମୁନି ମଣିପୁର ହିଂସା, ଗଲାଣି ୭୧ ଜୀବନ

ମଣିପୁର (ବଡ଼ ଖବର ବ୍ୟୁରୋ):  ଥମୁନି ମଣିପୁର ହିଂସା । ହିଂସା ପରେ ପରିସ୍ଥିତି ଆହୁରି ବିଗିଡି ଯାଇଛି । କିଛି ବିକ୍ଷୋଭକାରୀ ବୁଧବାର ବିଷ୍ଣୁପୁର ଜିଲ୍ଲାର ପିଡବ୍ଲ୍ୟୁଡି ମନ୍ତ୍ରୀ କନଥୁଜାମ ଗୋବିନ୍ଦ ଦାସଙ୍କ ଘରେ ପଶିଥିଲେ। ଏହି ସମୟରେ ବିକ୍ଷୋଭକାରୀମାନେ ଦାବି କରିଥିଲେ ଯେ ସେମାନଙ୍କୁ ଅନ୍ୟ ସମ୍ପ୍ରଦାୟର ଆତଙ୍କବାଦୀଙ୍କଠାରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର କୌଣସି ଠୋସ୍ ପଦକ୍ଷେପ ନେଉନାହାଁନ୍ତି।

ତେବେ ଏହି ସମୟରେ ମନ୍ତ୍ରୀ ଏବଂ ତାଙ୍କ ପରିବାର ଘରେ ଉପସ୍ଥିତ ନଥିଲେ। ବିକ୍ଷୋଭକାରୀମାନେ ମନ୍ତ୍ରୀଙ୍କ ଘର ଆସବାପତ୍ର ଭାଙ୍ଗିଦେଇଥିଲେ । ସେନା ଓ ଅର୍ଦ୍ଧସାମରିକ ବଳ ଯବାନମାନେ କୁକି ଉଗ୍ରପନ୍ଥୀଙ୍କୁ ଦମନ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଦର୍ଶାଇ ଉପଦ୍ରବୀମାନେ କେତେଜଣଙ୍କ ଘରେ ନିଆଁ ଲଗାଇଦେଇଛନ୍ତି। ମୋଇରାଙ୍ଗ ରିଲିଫ୍ କ୍ୟାମ୍ପରେ ରହୁଥିବା ତୋଇଜାମ ଚନ୍ଦ୍ରମଣି ଗୁଳିମାଡ଼ର ଶିକାରହୋଇ ପ୍ରାଣ ହରାଇଛନ୍ତି। ସେପଟେ ମେ’ ୩ରୁ ଚାଲିଥିବା ସଂଘର୍ଷରେ ଅଦ୍ୟାବଧି ୭୧ ଜଣଙ୍କ ମୃତ୍ୟୁ ଘଟିଲାଣି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ