ମମିତା ମୃତ୍ୟୁ ଘଟଣା, ସହଯୋଗୀ ରାଧେ ଗିରଫ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ବଲାଙ୍ଗିର ଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା କାଣ୍ଡରେ ମୁଖ୍ୟ ଅଭିଯୁକ୍ତ ସ୍କୁଲ ପରିଚାଳକ ଗିରଫ ହୋଇଥିବାବେଳେ ଆଜି ତାର ଆଉ ଜଣେ ସହଯୋଗୀ ରାଧେକୁ ଗିରଫ କରିଛି ପୋଲିସ । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। ପୂର୍ବରୁ ପୋଲିସ୍ ଏହି ମାମଲାରେ ତିନି ଜଣଙ୍କୁ ଅଟକ ରଖି ତଦନ୍ତ କରିଥିଲା। ଯେଉଁଥିରେ ଜେଶିବି ଡ୍ରାଇଭର ପୁଷ୍ପ ଭୋଇ, ସହଯୋଗୀ ରାଧେ ଓ ଷ୍ଟାଡିୟମ୍ ମୁନସୀ ତଥା ତାର କାର ଡ୍ରାଇଭରକୁ ପୋଲିସ୍ ଅଟକ ରଖି ଜେରା କରିଥିଲା।

ତେବେ ଆଜି ସହଯୋଗୀ ରାଧେ ବିରୋଧରେ ବଳିଷ୍ଠ ପ୍ରମାଣ ମିଳିବା ପରେ ପୋଲିସ୍ ତାକୁ ଗିରଫ କରିଛି। ଏବଂ ବଙ୍ଗୋମୁଣ୍ଡା ଯେଏମଏଫସି କୋର୍ଟ ଚାଲାଣ କରିଛି। ତେବେ ଏହି ସହଯୋଗୀ ରାଧେ ମମିତା ମେହେର ହତ୍ୟା କାଣ୍ଡରେ ସେ କେମିତି ସଂପୃକ୍ତ ଥିଲା ତାହା ପୋଲିସ୍ ସ୍ପଷ୍ଟ କରି ନଥିବାବେଳେ ସେ ମଧ୍ୟ ହତ୍ୟାରେ ସାମିଲ ଥିବାର ସ୍ପଷ୍ଟ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!