Masthead

ପୁଣି ବୃଦ୍ଧି ପାଇଛି ପେଟ୍ରୋଲ ଦର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦିନକ ପରେ ପୁଣି ବୃଦ୍ଧି ପାଇଛି ପେଟ୍ରୋଲ ଓ ଡିଜେଲର ଦର । ଫଳରେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ପେଟ୍ରୋଲ ଲିଟର ପିଛା ୧୧୦.୧୧ ଟଙ୍କା ହୋଇଥିବା ବେଳେ ଡିଜେଲ ୧୦୫.୦୧ ଟଙ୍କାରେ ବିକ୍ରି ହେଉଛି । ସେହିଭଳି ମାଲକାନଗିରି ସହରରେ ପେଟ୍ରୋଲ ୧୦୯.୧୧ ଟଙ୍କା ଏବଂ ଡିଜେଲ ୧୦୪.୭୨ ଟଙ୍କାରେ କାରବାର ହେଉଛି । ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମ (ଆଇଓସିଏଲ)ର ସୂଚନା ଅନୁସାରେ ମଙ୍ଗଳବାର ଭୁବନେଶ୍ୱରରେ ଡିଜେଲ ୩୩ ପଇସା ଏବଂ ପେଟ୍ରୋଲ ୨୫ ପଇସା ବଢିଛି ।

ଫଳରେ ଏଠାରେ ଡିଜେଲ ଲିଟର ପିଛା ୯୯.୩୧ଟଙ୍କା, ପେଟ୍ରୋଲ୧୦୩.୫୨ ଟଙ୍କାରେ ପହଞ୍ଚିଛି । ସେହିପରି ନୂଆଦିଲ୍ଲୀରେ ମଧ୍ୟ ଡିଜେଲ ୩୦ ପଇସା ଏବଂ ପେଟ୍ରୋଲ୨୫ ପଇସା ବଢିଛି । ଫଳରେ ସେଠାରେ ଡିଜେଲ ଲିଟର ପିଛା ୯୧.୦୭ ଟଙ୍କା ଏବଂ ପେଟ୍ରୋଲ ୧୦୨.୬୪ ଟଙ୍କାରେ କାରବାର ହେଉଛି। ତାସହ ଚେନ୍ନାଇ, କୋଲକାତା, ଏବଂ ମୁମ୍ବାଇରେ ମଧ୍ୟ ଡିଜେଲ ଦର ୨୯ରୁ ୩୨ ପଇସା ବଢି ଯଥାକ୍ରମେ ୯୫.୫୯ଟଙ୍କା, ୯୪.୧୭ ଟଙ୍କା ଏବଂ ୯୮.୮୦ ଟଙ୍କାରେ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ