Masthead

ବିବାଦରେ ମୋଦୀଙ୍କ ଫଟୋ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):କୋଭିଡ ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି । ସାରା ଦେଶରେ କୋଭିଡ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଥିବା ବେଳେ ଟିକା ନେଉଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଉଛି । ଏହି ପ୍ରମାଣପତ୍ରରେ ମୋଦିଙ୍କ ଏକ ଫଟୋ ରହିଛି । ଏଥିରେ ଲେଖାଯାଇଛି, ଏକାଠି ଲଢିଲେ ଭାରତ କରୋନା ବିରୋଧୀ ଲଢେଇରେ ଜିତିବ । ସେହିପରି ଟିକା ସହ ସର୍ତକତା ମଧ୍ୟ ଜରୁରୀ ବୋଲି ଲେଖାଅଛି ।

ତେବେ ଏହାକୁ ନେଇ ଆପତ୍ତିି ଉଠାଇଛନ୍ତି ଟିଏମସି । ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବ ତୃଣମୂଳ କଂଗ୍ରେସ । ଏହାକୁ ପବ୍ଲିସିଟି ଷ୍ଟଂଟ କହିଛନ୍ତି ଟିଏମସି ସାଂସଦ ଶାନ୍ତନୁ ସେନ୍ । ନିର୍ବାଚନ ଆଚରଣ ବିଧିର ଉଲଙ୍ଘନ, ଲୋକଙ୍କ ଟଙ୍କାରେ ନିଜସ୍ୱ ପ୍ରଚାର କରୁଛନ୍ତି ମୋଦୀ ବୋଲି ଟିଏମସି କହିଛି । ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସିକୁ ମିଳିଗଲା ବଡ ପ୍ରସଙ୍ଗ । ସେପଟେ ପଶ୍ଚିମବଙ୍ଗରେ ଟିଏମସି ବିଜେପି ମଧ୍ୟରେ ହେଉଛି କଡା ମୁକାବିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା