Masthead

ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ଇସ୍ରାଏଲ

ନୂଆଦିଳ୍ଲୀ (ବଡ଼ ଖବର ବ୍ୟୁରୋ): ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ଇସ୍ରାଏଲ । ଅସ୍ତ୍ରବିରତି ଚୁକ୍ତି ଆଉ ଦିନକ ପାଇଁ ବୃଦ୍ଧି କରିବାକୁ କଥାବାର୍ତ୍ତା ଚାଲିଥିବା ବେଳେ, ରକେଟ୍‌ ନିକ୍ଷେପ କରିଛି ଇସ୍ରାଏଲ । ଇସ୍ରାଏଲ୍‌ ସେନା ପୁଣି ଗାଜାରେ ଆକ୍ରମଣ ଆରମ୍ଭ କରିଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ସପ୍ତାହକ ପାଇଁ କରାଯାଇଥିବା ଏହି ସାମୟିକ ଚୁକ୍ତିର ସମୟ ଅବଧି ଆଜି ସକାଳେ ଶେଷ ହୋଇଛି। କିନ୍ତୁ, ଏହି ଚୁକ୍ତିକୁ ବୃଦ୍ଧି କରିବା ଲାଗି ବୁଝାମଣା ହୋଇଥିବା କଥା କୌଣସି ପକ୍ଷ ଘୋଷଣା କରିନାହାନ୍ତି।

ଅସ୍ତ୍ରବିରତି ପରିସମାପ୍ତିର କିଛି ସମୟ ପୂର୍ବରୁ ଇସ୍ରାଏଲ୍‌ କହିଛି ଯେ, ଗାଜା ଆଡୁ ନିକ୍ଷେପ କରାଯାଇଥିବା ଏକ ରକେଟ୍‌କୁ ସେମାନେ ବାଧା ଦେଇଛନ୍ତି। ସେହିପରି, ଗାଜାର ଉତ୍ତର ପ୍ରାନ୍ତରେ ବିସ୍ଫୋରଣ ଓ ଗୁଳି ଫୁଟିବା ଶବ୍ଦ ଶୁଭୁଥିବା କଥା ହମାସ୍‌ ସହିତ ଅନୁବନ୍ଧିତ ଗଣମାଧ୍ୟମ ମଧ୍ୟ ରିପୋର୍ଟ କରିଛନ୍ତି।ସେପଟେ ୪ ଦିନିଆ ଅସ୍ତ୍ରବିରତି ପାଇଁ ଉଭୟଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା। ପ୍ରଥମ ପର୍ୟ୍ୟାୟରେ ୧୩ ପଣବନ୍ଦୀଙ୍କୁ ମୁକ୍ତ କରିଥିଲା ହମାସ । ଗତ ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇଥିବା ଇସ୍ରାଏଲ ଓ ହମାସ ମଧ୍ୟରେ ଅସ୍ତ୍ରବିରତି ଗୁରୁବାରଠାରୁ ଆରମ୍ଭ ହେବାର ଥିଲା, କିନ୍ତୁ ତାହା ହୋଇ ନ ଥିଲା । ୪ ଦିନରେ ୫୦ ପଣବନ୍ଦୀଙ୍କୁ ମୁକ୍ତ କରିବାକୁ ହୋଇଥିଲା ଚୁକ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି