Masthead

ନିହଣ ମୁନରେ ନିଖୁଣ ମୂର୍ତ୍ତି

ହାଟଡିହି  (ବଡ଼ ଖବର ବ୍ୟୁରୋ):  ପଥର କହୁଛି କଥା । ପାଉଛି ଜୀବନ । ନିହଣ ମୁନରେ ନିଖୁଣ ମୂର୍ତ୍ତି ତିଆରି କରୁଛନ୍ତି ହାଟଡିହିର ପଥର ଶିଳ୍ପୀ ପ୍ରମୋଦ ବରାଳ । ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟମାନଙ୍କୁ ଯୋଗାଉଛନ୍ତି ରୋଜଗାରର ପନ୍ଥା । କଳା ତାଙ୍କର ଜନ୍ମଜାତ। ସମୟ ଅନୁସାରେ ଏହା ମାର୍ଜିତ ହୋଇଛି, ପ୍ରଶଂସିତ ବି ହୋଇଛି। କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅନ୍ତର୍ଗତ ଅଳତି ଗାଁର ପ୍ରମୋଦ ବରାଳ, ସେ ଏବେ ଗାଁରୁ ସହର ସବୁଠି ପ୍ରଶଂସିତ। ପିଲାବେଳେ ଗାଁରେ କଣ୍ଢେଇ ନାଚ ଦେଖି କଣ୍ଢେଇ ତିଆରି କରିବାକୁ ମନ ବଳେଇଥିଲେ ପ୍ରମୋଦ ।

ପ୍ରଥମେ ମାଟିର କଣ୍ଢେଇ ତା ପରେ ତାଳପତ୍ର ହୋଇଥିଲା ତାଙ୍କ ଗବେଷଣାର ମାଧ୍ୟମ। ଅଳତି ଗ୍ରାମର ଦରିଦ୍ର ନାରାୟଣ ହାଇସ୍କୁଲରେ ପଢୁଥିବା ବେଳେ ତାଙ୍କର ଏହି ପ୍ରତିଭାକୁ ଆବିଷ୍କାର କରିଥିଲେ ସେହି ସ୍କୁଲର ତତ୍କାଳୀନ ପ୍ରଧାନ ଶିକ୍ଷକ ବୀରକିଶୋର ପଟ୍ଟନାୟକ ଓ ମାୟାଧର ରଥ ପ୍ରମୁଖ। ସେମାନଙ୍କ ପ୍ରେରଣା ପ୍ରମୋଦଙ୍କୁ ପ୍ରୋତ୍ସାହିତ କରିଥିଲା। ଏବେ ସେ ତାଙ୍କ ଗ୍ରାମରେ ଏକ ଫାର୍ମ ପ୍ରତିଷ୍ଠା କରି ୩୦ରୁ ଉର୍ଦ୍ଧ ଶିଳ୍ପୀଙ୍କୁ ନିଯୁକ୍ତି ଦେଇଛନ୍ତି। ତାଙ୍କ ମୂର୍ତ୍ତିଶାଳରୁ ଶତାଧିକ ଯୁବକ ତାଲିମ ନେଇ ନିଜେ ଆତ୍ମନିର୍ଭରଶୀଳ ହୋଇଛନ୍ତି ।

ଓଡ଼ିଶାର ବିଭିନ୍ନ ଅଞ୍ଚଳ ବ୍ୟତୀତ ଝାଡଖଣ୍ଡ, ଦିଲ୍ଲୀ, କୋଲକତା, ମୁମ୍ବାଇ, ଆସାମ, ବିହାର, ଗୁଜୁରାଟର ବିଭିନ୍ନ ପ୍ରତିଷ୍ଠାନ ଓ କାର୍ୟ୍ୟାଳୟରେ ଶୋଭାପାଉଛି ତାଙ୍କ ହାତ ତିଆରି ମୂର୍ତ୍ତି। ମାଲେସିଆ ଓ ଇଣ୍ଡନେସିଆରେ ମଧ୍ୟ ତାଙ୍କ ହାତତିଆରି ମୂର୍ତ୍ତିର ସ୍ଵତନ୍ତ୍ର ପରିଚୟ ରହିଛି। ଯାଜପୁର ରୋଡଠାରେ ଥିବା ଇନ୍ଦିରାଗାନ୍ଧୀ ମୂର୍ତ୍ତି, ଭୁନେଶ୍ବର ଓଡ଼ିଶା ଖଦୀ ବୋର୍ଡ କାର୍ୟ୍ୟାଳୟ ପରିସରରେ ଥିବା ମୁଗୁନି ପଥରର ନିର୍ମିତ ମହାତ୍ମା ଗାନ୍ଧୀଙ୍କ ଅରଟ ଚଳାଇବା ବେଳର ବିରାଟ ପ୍ରତିକୃତି ଏବଂ ଓଡ଼ିଶା ବିଧନ ସଭା ପରିସରରେ ଥିବା ମଧୁବାବୁଙ୍କ ପ୍ରତିମା ତାଙ୍କ ଅନନ୍ୟ କୃତିତ୍ୱ। ଆଗକୁ ଅଳତିକୁ କଳାଗ୍ରାମ ସହ ଏଠାରେ ଏକ କଳା ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼