Masthead

ଟିକା ପ୍ରମାଣପତ୍ରରୁ ହଟିବନି ପ୍ରଧାନମନ୍ତ୍ରୀଙ୍କ ଫୋଟ: ହାଇକୋର୍ଟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶର ବର୍ତ୍ତମାନ କରୋନା ସ୍ଥିତି ଆୟତ୍ୱ ହେବାରେ ଲାଗିଛି । ସେପଟେ କରୋନାକୁ ହରାଇବା ପାଇଁ ଦେଶରେ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହା ମଧ୍ୟରେ କେରଳ ହାଇକୋର୍ଟଙ୍କ ଦ୍ୱାରା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଣିକି ଟିକା ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀ ଫୋଟ ହଟିବନି । କେବଳ ଏତିକି ନୁହେଁ ବରଂ ଟିକାକରଣ ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋଟ ହଟାଇବା ନେଇ ଅଭିଯୋଗ କରିଥିବା ବ୍ୟକ୍ତିଙ୍କୁ କଡ଼ା କୋର୍ଟଙ୍କ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି । ତେବେ ଆବେଦନକାରୀଙ୍କ ମୁଖ୍ୟ ଅଭିଯୋଗ ହେଉଛି ଟିକାକରଣ ପ୍ରମାଣପତ୍ର ହେଉଛି ତାଙ୍କର ବ୍ୟକ୍ତିଗତ ।

ଏହା ଉପରେ ତାଙ୍କର କୌଣସି କିଛି ଅଧିକାର ରହିଛି । ବିଚାରପତି ଏନ. ନାଗରେଙ୍କେ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆବେଦନକୁ ଅନୁମତି ଦେବା ନେଇ ଏହାର ବ୍ୟାପକ ପ୍ରଭାବକୁ ବିଚାର କରି ମୌଖିକ ମନ୍ତବ୍ୟ ଦେଇଛନ୍ତି । ଏହା ଅତ୍ୟନ୍ତ ବିପଜ୍ଜନକ ପ୍ରସ୍ତାବ ବୋଲି ଖଣ୍ଡପୀଠ କହିଛନ୍ତି । ପରବର୍ତ୍ତୀ ସମୟରେ କେହି ବିରୋଧ କରିବେ ଯେ ସେମାନେ ମହାତ୍ମା ଗାନ୍ଧୀଙ୍କୁ ପସନ୍ଦ କରନ୍ତି ନାହିଁ । ତେଣୁ ଭାରତୀୟ ଟଙ୍କାରୁ ମହାତ୍ମା ଗାନ୍ଧୀଙ୍କ ଛବି ହଟାଇବାକୁ ଦାବି କରିପାରନ୍ତି । ସେ ପରିଶ୍ରମ କରି ଟଙ୍କା ଉପାର୍ଜନ କରୁଛନ୍ତି । ତେଣୁ ଏହା ତାଙ୍କର ବ୍ୟକ୍ତିଗତ ଟଙ୍କା । ଏଥିରୁ ମହାତ୍ମାଙ୍କ ଛବି ଉଠାଇନେବା ଆବଶ୍ୟକ ବୋଲି ହୁଏତ ଦାବି କରାଯାଇ ପାରେ ବୋଲି କୋର୍ଟ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା