Masthead

ଟିକା ପ୍ରମାଣପତ୍ରରୁ ହଟିବନି ପ୍ରଧାନମନ୍ତ୍ରୀଙ୍କ ଫୋଟ: ହାଇକୋର୍ଟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶର ବର୍ତ୍ତମାନ କରୋନା ସ୍ଥିତି ଆୟତ୍ୱ ହେବାରେ ଲାଗିଛି । ସେପଟେ କରୋନାକୁ ହରାଇବା ପାଇଁ ଦେଶରେ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହା ମଧ୍ୟରେ କେରଳ ହାଇକୋର୍ଟଙ୍କ ଦ୍ୱାରା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଣିକି ଟିକା ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀ ଫୋଟ ହଟିବନି । କେବଳ ଏତିକି ନୁହେଁ ବରଂ ଟିକାକରଣ ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋଟ ହଟାଇବା ନେଇ ଅଭିଯୋଗ କରିଥିବା ବ୍ୟକ୍ତିଙ୍କୁ କଡ଼ା କୋର୍ଟଙ୍କ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି । ତେବେ ଆବେଦନକାରୀଙ୍କ ମୁଖ୍ୟ ଅଭିଯୋଗ ହେଉଛି ଟିକାକରଣ ପ୍ରମାଣପତ୍ର ହେଉଛି ତାଙ୍କର ବ୍ୟକ୍ତିଗତ ।

ଏହା ଉପରେ ତାଙ୍କର କୌଣସି କିଛି ଅଧିକାର ରହିଛି । ବିଚାରପତି ଏନ. ନାଗରେଙ୍କେ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆବେଦନକୁ ଅନୁମତି ଦେବା ନେଇ ଏହାର ବ୍ୟାପକ ପ୍ରଭାବକୁ ବିଚାର କରି ମୌଖିକ ମନ୍ତବ୍ୟ ଦେଇଛନ୍ତି । ଏହା ଅତ୍ୟନ୍ତ ବିପଜ୍ଜନକ ପ୍ରସ୍ତାବ ବୋଲି ଖଣ୍ଡପୀଠ କହିଛନ୍ତି । ପରବର୍ତ୍ତୀ ସମୟରେ କେହି ବିରୋଧ କରିବେ ଯେ ସେମାନେ ମହାତ୍ମା ଗାନ୍ଧୀଙ୍କୁ ପସନ୍ଦ କରନ୍ତି ନାହିଁ । ତେଣୁ ଭାରତୀୟ ଟଙ୍କାରୁ ମହାତ୍ମା ଗାନ୍ଧୀଙ୍କ ଛବି ହଟାଇବାକୁ ଦାବି କରିପାରନ୍ତି । ସେ ପରିଶ୍ରମ କରି ଟଙ୍କା ଉପାର୍ଜନ କରୁଛନ୍ତି । ତେଣୁ ଏହା ତାଙ୍କର ବ୍ୟକ୍ତିଗତ ଟଙ୍କା । ଏଥିରୁ ମହାତ୍ମାଙ୍କ ଛବି ଉଠାଇନେବା ଆବଶ୍ୟକ ବୋଲି ହୁଏତ ଦାବି କରାଯାଇ ପାରେ ବୋଲି କୋର୍ଟ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ