Masthead

୫୦ ବର୍ଷର ରେକର୍ଡ ଭାଙ୍ଗିଲା ଯମୁନା ନଦୀର ଜଳସ୍ତର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ପ୍ରକୃତି ରଚିଛି ତାଣ୍ଡବ । ଚାରିଆଡ଼େ ଖାଲି ପାଣି, ପାଣି ଆଉ ପାଣି । ରାଜଧାନୀ ଦିଲ୍ଲୀର ବିଭିନ୍ନ ଜାଗାରେ ଲହଡି ଭାଙ୍ଗୁଛି ବନ୍ୟା ଜଳ । ଲଗାଣ ବର୍ଷା, ବନ୍ୟା ଓ ଭୂସ୍ଖଳନରେ ଯାଉଛି ଧନଜୀବନ । ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ଜମ୍ମୁକଶ୍ମୀର ପରି ପାହାଡିଆ ରାଜ୍ୟ ସହ ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ, ଆସାମ ଓ ପଞ୍ଜାବରେ ବେହାଲ ହୋଇଛି ସ୍ଥିତି । ଏବେ ସୁଦ୍ଧାର ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ସହ ଲକ୍ଷ ଲକ୍ଷ ଲୋକ ବାସହରା ହୋଇଛନ୍ତି ।

ଉତ୍ତର ଭାରତରେ ଲଗାଣ ବର୍ଷା ପରେ ଯମୁନା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ବୁଧବାର ନଦୀ ଜଳସ୍ତର ବୃଦ୍ଧି ଘଟି ୨୦୭.୫୫ ମିଟର ଛୁଇଁଥିବାବେଳେ ରାଜଧାନୀରେ ବନ୍ୟା ପରିସ୍ଥିତି ଉପୁଜିଛି। ଜଳସ୍ତର ବୃଦ୍ଧି ନେଇ ଯମୁନା ନଦୀ ୫୦ ବର୍ଷର ରେକର୍ଡ ଭାଙ୍ଗିଛି। ବିପଦ ଆଶଙ୍କା କରି ସ୍ଥାନୀୟ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ଧରି ଛାତରେ ରହୁଥିବା ଦେଖିବାକୁ ମିଳିଛି। ସ୍ଥିତିର ମୁକାବିଲା ପାଇଁ ଆପ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମନ୍ତ୍ରିମଣ୍ଡଳ ସ୍ତରୀୟ ଜରୁରିକାଳୀନ ବୈଠକ ଡାକିଥିଲେ। ତଳିଆ ଅଞ୍ଚଳରେ ଥିବା ଘରଗୁଡ଼ିକରେ ବନ୍ୟାଜଳ ପ୍ରବେଶ କରିବା ପରେ, ବିଳମ୍ବ ନ କରି ଘର ଖାଲି କରିବାକୁ କେଜରିଓ୍ବାଲ କହିଛନ୍ତି।

ବୁଧବାର ପୂର୍ବାହ୍ନ ୧୧ଟାବେଳେ ଓଲ୍ଡ ରେଲ୍‌ଓ୍ବେ ବ୍ରିଜ୍‌ରେ ନଦୀ ଜଳସ୍ତର ୨୦୭.୩୮ ମିଟର ମାପ କରାଯାଇଥିଲା। ୨୦୧୩ରେ ନଦୀ ଜଳସ୍ତର ୨୦୭.୩୨ ମିଟର ରେକର୍ଡ କରାଯାଇଥିବାବେଳେ ରାଜଧାନୀରେ ବନ୍ୟା ଦେଖିବାକୁ ମିଳିଥିଲା। ସେହିପରି ୧୯୭୮ରେ ଯମୁନା ଜଳସ୍ତର ସର୍ବାଧିକ ୨୦୭.୪୯ ମିଟର ଥିବାବେଳେ ବୁଧବାର ଏହା ୨୦୭.୫୫ ମିଟରରେ ପହଞ୍ଚିଛି। କେନ୍ଦ୍ରୀୟ ଜଳ ଆୟୋଗ ସୂଚନା ଅନୁସାରେ ଯମୁନା ଜଳସ୍ତର ୨୦୭.୫୭ ମଟରରେ ପହଞ୍ଚିବା ଆଶଙ୍କା ରହିଛି। ସ୍ଥିତିକୁ ଦୃଷ୍ଟିରେ ରଖି ପୁରୁଣା ଦିଲ୍ଲୀରେ ବନ୍ୟା ଆଲର୍ଟ ଜାରି କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼