Masthead

ପ୍ରେମ ବିବାହ ପରେ ନିର୍ଯାତନା

ପଦ୍ମପୁର, (ବଡ଼ ଖବର ବ୍ୟୁରୋ): ବରଗଡ଼ ଜିଲ୍ଲା ଲୁହୁରାକୋଟ ଗ୍ରାମର ନଳିନୀ ଭୋଇ (୨୧) ସେହି ଗ୍ରାମର ଖଗେଶ୍ୱର ଭୋଇ (୨୪)ଙ୍କୁ ପ୍ରାୟ ତିନିବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ। ବିବାହ ପରେ ଦୁହେଁ ଏକାଠି ପଦ୍ମପୁରରେ ରହୁଥିଲେ। ସମୟ କ୍ରମେ ଶ୍ୱଶୁରଘର ଲୋକେ ଯୌତୁକ ପାଇଁ ମାନସିକ, ଶାରୀରିକ ନିର୍ଯାତନା ଦେଉଥିଲେ। ତାଙ୍କୁ ଜୋର ଜବରଦସ୍ତ ଔଷଧ ଖୁଆଇ ଗର୍ଭପାତ ମଧ୍ୟ କରାଇଥିବା ଅଭିଯୋଗ କରିଛନ୍ତି ନଳିନୀ। ଗତ ଅଗଷ୍ଟ ୨୮ ତାରିଖରେ ପଦ୍ମପୁର କୋର୍ଟ ପରିସରକୁ ନଳିନୀଙ୍କୁ ନେଇ ଚଞ୍ଚକତା ପୂର୍ବକ ଆଫିଡେଭିଟ୍ କାଗଜରେ ଦସ୍ତଖତ କରିବାକୁ କୁହାଯାଇଥିଲା। ଦସ୍ତଖତ ଦେବାର କାରଣ ପଚାରିବାରୁ ତୁମେ କୋର୍ଟ ମ୍ୟାରେଜର ପଇସା ପାଇବ ବୋଲି କୁହାଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କଠାରୁ ଛାଡ଼ପତ୍ର ପାଇଁ ଦସ୍ତଖତ ନିଆଯାଇଥିଲା ବୋଲି ଜାଣିପାରିଥିଲେ। ସେହିପରି ସେପ୍ଟେମ୍ବର ୨ ତାରିଖରେ ନଳିନୀଙ୍କୁ ବୁଲେଇ ନେବା ବାହାନାରେ ବରଗଡ଼ ଜିଲ୍ଲା ଚକର କେନ୍ଦ୍ର ମାତୃଛାୟା ଆଶ୍ରମରେ ଛାଡ଼ିଦେଇ ଆସିଥିଲେ ବୋଲି ଅଭିଯୋଗ କରିଛନ୍ତି ନଳିନୀ। ପରେ ତାଙ୍କ ଭାଇ ଓ ଗ୍ରାମର କେତେଜଣ ଭଦ୍ରବ୍ୟକ୍ତି ତାଙ୍କୁ ଆଶ୍ରମରୁ ଉଦ୍ଧାର କରି ଆଣିଥିଲେ। ଜଗଦଳପୁର ଥାନା, ପଦ୍ମପୁର ଥାନାକୁ ଯାଇ ନିରାଶ ହେବା ଫଳରେ ଶେଷରେ ନଳିନୀ ପଦ୍ମପୁର ସିଭିଲ୍ କୋର୍ଟର ଦ୍ୱାରସ୍ଥ ହୋଇ ନ୍ୟାୟଭିକ୍ଷା କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ