ନବମୀ ଓ ଭସାଣିରେ ଖୋଲା ରହିବ ଆରଟିଓ ଅଫିସ

କଟକ, (ବଡ଼ ଖବର ବ୍ୟୁରୋ): ଗାଡ଼ିଗୁଡ଼ିକର ନୂତନ ପଞ୍ଜୀକରଣ ନିମନ୍ତେ ସରକାର ଗୁରୁତ୍ଵ ଦେଇଛନ୍ତି। ଆସନ୍ତା ୨୫ ତାରିଖ ରବିବାର ଦଶହରା ପଡ଼ୁଥିବାବେଳେ ୨୪ ତାରିଖ ନବମୀ ଓ ୨୬ ତାରିଖ ଏକାଦଶୀ ପଡ଼ୁଛି। ଏହି ଦିନ ସରକାରୀ ଅଫିସଗୁଡ଼ିକ ଛୁଟି ଥିବାବେଳେ ଆରଟିଓ ଅଫିସ କିନ୍ତୁ ଖୋଲା ରହିବ। ତେବେ ଏହି ଦୁଇଦିନ କେବଳ ଦୁଇ ଘଣ୍ଟା ପାଇଁ ଅଫିସ୍ ଖୋଲା ରହିବ। ଆଞ୍ଚଳିକ ପରିବହନ ଅଫିସରେ କର୍ମଚାରୀ କାର୍ୟ୍ୟ କରିବେ। ପୂର୍ବରୁ କରୋନା ଲକଡାଉନ୍ ପାଇଁ ଗାଡ଼ି ମାଲିକ ପଞ୍ଜୀକରଣ ଲାଗି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେଣୁ ଦଶହରାରେ ଲୋକେ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଆଞ୍ଚଳିକ ପରିବହନ ଅଫିସ ଖୋଲା ରଖିବାକୁ ରାଜ୍ୟ ପରିବହନ କମିଶନର ନିର୍ଦ୍ଦେଶ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’