Masthead

ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା

ବାଲୁଗାଁ (ବଡ଼ ଖବର ବ୍ୟୁରୋ): ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା । ଏଥିପାଇଁ ସମଗ୍ର ଚିଲିକା ରେ ୨୨ ଟି ଟିମ୍ ନିୟୋଜିତ ହୋଇଛନ୍ତି । ଭାରତୀୟ ବନ ସେବା ବରିଷ୍ଠ ଅଧିକାରୀ ଓ ଓଡ଼ିଶା ଜୈବ ବିବିଧତା ବୋର୍ଡର ବୈଜ୍ଞାନିକ ସାମିଲ ଅଛନ୍ତି । ଏହାସହ ପ୍ରାଣୀ ଚିକିତ୍ସକ ୱାଇଲ୍ଡ ଲାଇଫ ଓଡ଼ିଶା, ଓୟୁଟି ଭୁବନେଶ୍ୱର, ବମ୍ବେ ନେଚର୍ ସୋସାଇଟ୍‌ର ସଦସ୍ୟ, ଛାତ୍ର ଛାତ୍ରୀ ଏବଂ ବନ ବିଭାଗର କର୍ମଚାରୀ, ସିଡିଏ କର୍ମଚାରୀ, ପକ୍ଷୀ ବିଶାରଦ ମାନେ ସାମିଲ ହୋଇଛନ୍ତି ।

ବାଇନା କୁଲାର, କ୍ୟାମେରା ଏବଂ ଜିପିଏସ ସାହାଯ୍ୟରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ଚିଲିକା ଡିଭିଜନ ଅଧିନସ୍ଥ ବାଲୁଗାଁ ରେଞ୍ଜ ଅଧିନ ନଳବଣ ୪ ଟି ଓ ପାରିକୁଦ ଗଡ଼ ୧, ନୂଆପଡା ୧,ସାତପଡ଼ା ୩, ଟାଙ୍ଗୀ ୫ ଓ ଅନ୍ୟାନ୍ୟ ରେଞ୍ଜରେ ଗଣନାକାରୀ ଟିମଙ୍କ ସହ ବନବିଭାଗ କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କ ସହ ପକ୍ଷୀ ବିଷାରଦ ,ବନ ସୁରକ୍ଷା ସମିତି ପ୍ରମୁଖଙ୍କୁ ପକ୍ଷୀ ଗଣନାରେ ନିୟୋଜିତ କରାଯାଇଥିବା ବେଳେ ବାଇନାକୁଲାର ମାଧ୍ୟମରେ ପକ୍ଷୀ ଗଣନା ହୋଇଥିଲା। ନୀଳ ଜଳରାଶି ଚିଲିକାର ଶୋଭାବର୍ଦ୍ଦନ କରୁଥିବା ପ୍ରବାସୀ ଅତିଥି ପକ୍ଷୀଙ୍କୁ ନେଇ ଉତ୍ସାହ ଦେଖାଦେଇଛି। ଚିଲିକାରେ ଚଳିତ ବର୍ଷ ଲକ୍ଷାଧିକ ବିଦେଶାଗତ ପକ୍ଷୀ ଓ ସ୍ଥାନୀୟ ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳିଛି । ସକାଳ ୬ଟାରୁ ଅପରାହ୍ଣ ୧ ଘଟିକା ଯାଏଁ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ୨୨ଟି ଟିମ (ଜଳ ଭାଗରେ ୨୦ଟି ଓ ସ୍ଥଳ ଭାଗରେ ୨ଟି) ପକ୍ଷୀ ଗଣନା କରିବେ ।

ପ୍ରତି ଟିମରେ ଜଣେ ପକ୍ଷୀ ବିଶାରଦ ଏବଂ ୩ରୁ ୫ ଜଣ ଗଣନାକାରୀ ରହିବେ । ଗଣନା କାର୍ଯ୍ୟରେ ବମ୍ବେ ନାଚୁରାଲ ହିଷ୍ଟ୍ରି ଅଫ ସୋସାଇଟି, ଓଡ଼ିଶା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟି ଛାତ୍ରଛାତ୍ରୀ, ପକ୍ଷୀ ବିଶେଷଜ୍ଞ, ପକ୍ଷୀ ସୁରକ୍ଷା ସମିତି ସଦସ୍ୟମାନେ ସାମିଲ ହୋଇଛନ୍ତି । ଗଣନା ସମୟରେ ଚିଲିକାରେ ମତ୍ସ୍ୟଜୀବୀ ଓ ଯାତ୍ରୀବାହୀ ଡଙ୍ଗା ଚଳାଚଳ ନିଷେଧ କରାଯାଇଛି। ସେହିପରି ଚିଲିକାରେ ଡଲ୍ଫିନ ଗଣନା ୨୦ ତାରିଖରେ ହେବ । ଏହି ଗଣନା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ୧୯ରେ ସାତପଡ଼ା ଓ ବାଲୁଗାଁ ଠାରେ ଗଣନାକାରୀଙ୍କୁ ତାଲିମ ଦିଆଯିବ । ସାତପଡ଼ାରେ ୮ଟି ଓ ବାଲୁଗାଁରେ ୧୦ଟି ଟିମ ନିୟୋଜିତ ହେବେ । ପ୍ରତି ଟିମରେ ୫ରୁ ୬ଜଣଙ୍କ ସମେତ ଦୁଇ ଜଣ ଡଙ୍ଗା ଚାଳକ ରହିବେ ବୋଲି ଡିଏଫ୍ଓ ଜଣାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼