Masthead

ପିପିଲି ଉପନିର୍ବାଚନ ପାଇଁ ଆଜିଠୁ ବାଲାଟ ପେପରରେ ମତଦାନ ଆରମ୍ଭ

ପିପିଲି(ବଡ଼ ଖବର ବ୍ୟରୋ):   ଆସନ୍ତା ୩୦ରେ ହେବାକୁ ଯାଉଛି ପିପିଲି ଉପନିର୍ବାଚନ । ଏ ନେଇ ଆଜିଠାରୁ ପୋଷ୍ଟାଲ ବାଲାଟ ପେପରରେ ମତଦାନ ଆରମ୍ଭ ହୋଇଯାଇଛି । ସୂଚନା ଅନୁଯାଇ ୮୦ ବର୍ଷରୁ ଉର୍ଦ୍ଧ ବୟସର ଭୋଟର , ଦିବ୍ୟାଙ୍ଗ, କୋଭିଡ ଆକ୍ରାନ୍ତଙ୍କ ନିମନ୍ତେ ପୋଷ୍ଟର ବାଲାଟରେ ମତଦାନର ସୁବିଧା କରାଯାଇଛି । ତେବେ ମାଇକ୍ରୋ ଅବଜରଭର ଓ ପ୍ରିଜାଇଡିଂ ଅଫିସର ସମେତ ପୋଲିଙ୍ଗ ଅଫିସର ମଧ୍ୟ ଭୋଟରଙ୍କ ଘର ଘର ବୁଲି ମତ ଗ୍ରହଣ କରିବେ ବୋଲି ନିର୍ଦ୍ଦେଷ ଦିଆଯାଇଛି ।

ପିପିଲିରେ ମୋଟ ୧୦୭୭ ପୋଷ୍ଟର ବାଲାଟ ଭୋଟର ଅଛନ୍ତି । ସେମାନଙ୍କ ମଧ୍ୟରୁ ପିପିଲିରୁ ୩୫୬ ଓ ଡେଲାଙ୍ଗର ୭୧୨ ଜଣ ଅଛନ୍ତି । ଏହି ପ୍ରକ୍ରିୟାରେ ୭ ପୁଲିଂ ପାର୍ଟିକୁ ମୁତାୟନ କରାଯାଇଛି । ମାଇକ୍ରୋ ଅବଜରଭର, ପୋଲିସ,ପୁଲିଂ,ପର୍ସନ,ଭିଡିଓଗ୍ରାଫରଙ୍କୁ ସାମିଲ କରାଯାଇଛି । ସେମାନଙ୍କୁ ଅଲଗା ଅଲଗା ରୁଟରେ ଯାଇ ଭୋଟ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପ୍ରକ୍ରିୟା ଅସନ୍ତା ୩,୪ ଦିନ ମଧ୍ୟରେ ସରିବ ।

ପିପିଲି ଉପନିର୍ବାଚନ ପାଇଁ ତାରିଖ ପାଖେଇ ଆସିବାରୁ ବିଭିନ୍ନ ରାଜନୈତିକ ଦଳମାନେ ନିଜ ନିଜର ପ୍ରଚାର ଆରମ୍ଭ କରି ଦେଇଛନ୍ତି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳକୁ ନର୍ବାଚନୀ ପ୍ରଚାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହା ଅସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ମୋଟର ରାଲି, ସାଇକେଲ ରାଲି, ବାଇକ ରାଲିକୁ ଅନୁମତି ଦିଆଯାଇନି । କିଛି ଜାଗାରେ କୋଭିଡ ନିୟମ ଉଲ୍ଲଘଂନ କରାଯାଇଥିବା ସୂଚନା ମିଳିଛି । ନିୟମ ଅନୁଯାଇ ଯଦି କୋଭିଡ ନିୟମ ଉଲ୍ଲଘଂନ କରାଯାଏ ତେବେ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହ୍ରାସ ପାଇଲା ରେପୋ ରେଟ୍ 🔴 ନିଟ୍ ପିଜି ପରୀକ୍ଷାକୁ ନେଇ ବଡ ଖବର 🔴 ବିଶ୍ୱର ସର୍ବୋଚ୍ଚ ଚେନାବ ସେତୁର ଲୋକାର୍ପଣ 🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ହ୍ରାସ ପାଇଲା ରେପୋ ରେଟ୍ 🔴 ନିଟ୍ ପିଜି ପରୀକ୍ଷାକୁ ନେଇ ବଡ ଖବର 🔴 ବିଶ୍ୱର ସର୍ବୋଚ୍ଚ ଚେନାବ ସେତୁର ଲୋକାର୍ପଣ 🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର