Masthead

ପୋଲିସ ମାଡ଼ରେ ୫ ଗୁରୁତର

ପିପିଲି/ନିମାପଡା (ବଡ଼ ଖବର ବ୍ୟୁରୋ): ପୋଲିସର ବର୍ବରତା ସବୁ ସୀମା ଟପିଯାଇଛି । ଦୁଇ ଦୁଇଟି ହାଜତ ମୃତ୍ୟୁ ଅଭିଯୋଗ ପରେ ମଧ୍ୟ ପୋଲିସର ଅମାନୁଷିକ କାର୍ଯ୍ୟକଳାପରେ ଆସୁନି ସୁଧାର । ପୁଣି ପୁରୀ ପୋଲିସର ଖାକି ପୋଷାକରେ ଲାଗିଛି ନିର୍ଯାତନାର ଦାଗ । ୬ ଦିନ ଧରି ପ୍ଲାଷ୍ଟିକ ପାଇପ ଓ ରୋଲ ବାଡ଼ିରେ ୬ଅଭିଯୁକ୍ତଙ୍କୁ ର୍ନିଦ୍ଧୁମ ପିଟିଛି ପିପିଲି ପୋଲିସ । ସେମାନଙ୍କ ମଧ୍ୟରୁ ପ୍ରତାପ ବେହେରା, ଜଗନ୍ନାଥ ପୁଷ୍ପାଳକ, ଧରଣୀଧର ବେହେରା, ମହମ୍ମଦ ତଫିକ, ହାପିଜ ଖାନ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମାତ୍ରାଧିକ ମାଡ଼ ମାରିବାରୁ ସେମାନଙ୍କର ମାଂସ ସିଝି ଯାଇଛି । ଅଭିଯୁକ୍ତ ରାଜୁ ବେହେରାକୁ ପିପିଲି ପୋଲିସ ନିମାପଡା ଜେଲରେ ଛାଡିଛି । ପୁରୀ ଜିଲ୍ଲା ପୋଲିସ ନିକଟରେ ସ୍ଥାନୀୟ ଅଞ୍ଚଳକୁ ଅପରାଧି ମୁକ୍ତ କରିବାକୁ ଯାଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ସ୍ପଟ ଫଇସଲା କରିଥିଲା । ଯାହା ଫଳରେ ପୋଲିସକୁ ପ୍ରବଳ ବଦନାମ ମୁଣ୍ଡାଇବାକୁ ପଡିଛି ।

ଏବେ ପିପିଲି ଘଟଣା ନିଆଁରେ ଘିଅ ଢାଳିବା ସଦୃଶ ହୋଇଛି । ଗତ ୧୩ ତାରିଖରେ ପିପିଲି ପୋଲିସ ଏକ ମାମଲାରେ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ୧୯ ତାରିଖ ରାତି ୧୦.୩୦ରେ ପୋଲିସ ଅଭିଯୁକ୍ତଙ୍କୁ ନିମାପଡା ସବଜେଲକୁ ଆଣିଥିଲା । ମାତ୍ର ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଜେଲ ସୁପରଟେଣ୍ଡଟ ସେମାନଙ୍କୁ ଚିକିତ୍ସା ପାଇଁ ପଠାଇ ଥିଲେ ନିମାପଡା ସ୍ୱାସ୍ଥ୍ୟକେନ୍ଦ୍ରକୁ । ପୋଲିସ ସେଠାରେ ଅଭିଯୁକ୍ତଙ୍କର ଚିକିତ୍ସା କରାଇ ନିଜ ହେପାଜତରେ ରଖିଥିଲା । ମାତ୍ର ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ନ ଆସିବାରୁ ୨୦ ତାରିଖ ଦିନ ୧୨ ଟାରେ ପୁଣି ସେମାନଙ୍କୁ ନିମାପଡା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା । ଅଭିଯୁକ୍ତ ରାଜୁ ବେହେରାକୁ ଛାଡିଦେଇ ଅନ୍ୟ ୫ ଜଣଙ୍କର ଦେହରେ ଗଭୀର କ୍ଷତ ହୋଇଥିବାରୁ ଡାକ୍ତର ସେମାନଙ୍କୁ ସଙ୍ଗେସଙ୍ଗେ କଟକ ବଡ଼ ସ୍ଥାନାନ୍ତର କରିଥିଲେ । ଅଭିଯୁକ୍ତ ରାଜୁକୁ ୨୦ ତାରିଖରେ ନିମାପଡା ଜେଲରେ ପିପିଲି ପୋଲିସ ଛାଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ