Masthead

ଆଜି ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି

ମୁମ୍ବାଇ(ବଡ଼ ଖବର ବ୍ୟୁରୋ)  ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି । ଆର୍ଯ୍ୟନଙ୍କୁ ବେଲ କେବେ ମିଳିବ ତାହାକୁ ନେଇ ସସପେନ୍ସ ବଢୁଛି । ତେବେ ଖବର ଅନୁଯାୟୀ ଆଜିର ଜାମିନ ଆବେଦନ ଶୁଣାଣି ବହୁତ ଗୁରୁତ୍ୱପୂର୍ଣ୍ଣ । ବାରମ୍ବାର ଜାମିନର ଶୁଣାଣି ପରେ ବି କୋର୍ଟ ତାଙ୍କୁ ଏଯାଏଁ ଆଶ୍ୱସ୍ତି ଦେଇନାହିଁ ।

ଆଜି ମୁମ୍ବାଇ ସେସନ୍ସ କୋର୍ଟରେ ତାଙ୍କ ଜାମିନ ଆବେଦନ ଶୁଣାଣି ହେବ । ଆଜିର ଶୁଣାଣି ଆର୍ଯ୍ୟନଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଆଜି ଯଦି ତାଙ୍କୁ ଜାମିନ ନ ମିଳିବ ତା ହେଲେ ତାଙ୍କୁ ୧୯ ତାରିଖ ଯାଏ ଆର୍ଥର ଜେଲରେ ରହିବାକୁ ପଡିବ । କାରଣ ଦଶହରା ପାଇଁ ୧୫ ତାରିଖରୁ ୧୯ ତାରିଖ ଯାଏ ଜାମିନ ଆବେଦନ ହୋଇପାରିବ ନାହିଁ ।

ସୂଚନା ଥାଉକି ଅକ୍ଟୋବର ୩ରେ ମୁମ୍ବାଇ ଡ୍ରଗ୍ସ କେସ ପାର୍ଟି ମାମଲାରେ ଏନସିବ ଅନେକ ପ୍ରକାରର ଅସିଦ୍ଧ ନିଶାଦ୍ରବ୍ୟ ଠାବ କରିଥିଲା । ଏହି ଘଟଣାରେ ଆଉ ୮ ଜଣଙ୍କୁ ଗିରଫ କରିଥିଲା ଏନସିବି । ଏନସିବିର କହିବା ମୁତାବକ ଆର୍ଯ୍ୟନ ଡ୍ରଗ୍ସ ଖାଇବା ସହ ଡ୍ରଗ୍ସ ପେଡେଲରମାନଙ୍କ ଠାରୁ ଆଣୁଥିଲେ । କିନ୍ତୁ ରେଡ ବେଳେ ଆର୍ଯ୍ୟନଙ୍କ ଠାରୁ କୌଣସି ଡ୍ରଗ୍ସ ପାଇ ନ ଥିଲା ଏନସିବି । ତେବେ ଏସବୁ ଭିତରେ ଆଜି ଆର୍ଯ୍ୟନଙ୍କୁ ଜାମିନ ମିଳିବ ନାଁ ଆଉ ଗୋଟିଏ ସପ୍ତାହ ତାଙ୍କୁ ଜେଲରେ ରଖାଯିବ । ଏବେ ଯାଏ କିଛି ସୂଚନା ମିଳିନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ