Masthead

‘କଡ଼ା ଜବାବ ଦିଆଯିବ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମନ୍‌ କି ବାତ୍‌ର ୧୨୧ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ପହଲଗାମ ଆତଙ୍କୀ ହମ୍‌ଲା ବିଷୟରେ ଚର୍ଚ୍ଚା କରିଛନ୍ତି । ପହଲଗାମ୍‌ ଆତଙ୍କୀ ହମ୍‌ଲାକୁ ନେଇ ପୁଣିଥରେ ଦୁଃଖ ପ୍ରକାଶ କରିଛନ୍ତି । ଏହି ବର୍ବରୋଚିତ ଆକ୍ରମଣ ପ୍ରତିଟି ଭାରତୀୟଙ୍କୁ ଦୁଃଖ ଦେଇଛି । ସମସ୍ତଙ୍କ ମନରେ ଆକ୍ରୋଶ ରହିଛି । ଯିଏ ଯେଉଁ ରାଜ୍ୟର, ଯେଉଁ ଭାଷାଭାଷୀ ହୋଇଥାଆନ୍ତୁ ନା କାହିଁକି ସମସ୍ତଙ୍କ ମନରେ ପୀଡିତଙ୍କ ପ୍ରତି ଗଭୀର ସମବେଦନା ରହିଛି ।

ତେବେ ପୀଡିତଙ୍କ ପରିବାରକୁ ନିଶ୍ଚୟ ନ୍ୟାୟ ମିଳିବ ଏବଂ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦିଆଯିବ ବୋଲି ଭରସା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଆଜି ମୁଁ ଯେତେବେଳେ ଆପଣମାନଙ୍କ ସହ କଥା ହେଉଛି ମୋ ମନରେ ଅନେକ ପୀଡ଼ା ରହିଛି । ଏପ୍ରିଲ ୨୨ ତାରିଖରେ ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଅନେକ ନିରୀହ ପର୍ଯ୍ୟଟକଙ୍କ ଜୀବନ ଚାଲି ଯାଇଛି । ଏହି ବର୍ବରକାଣ୍ଡ ଦେଶର ପ୍ରତିଟି ନାଗରିକଙ୍କୁ ଦୁଃଖ ଦେଇଛି । ଯେଉଁମାନଙ୍କର ବି ଜୀବନ ଯାଇଛି ସେମାନଙ୍କ ପରିବାର ପ୍ରତି ମୋର ସମବେଦନା ଜଣାଉଛି । ଏଭଳି ଆତଙ୍କୀ ଆକ୍ରମଣକୁ ଆଜି ପ୍ରତିଟି ଦେଶବାସୀଙ୍କ ମନରେ କ୍ରୋଧ ଜନ୍ମ ନେଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେଉଁମାନେ ଏଭଳି ଭୀରୁତାପୂର୍ଣ୍ଣ କାର୍ଯ୍ୟ କରିଛନ୍ତି, ସେମାନେ କେତେ ହତାସ ତାହା ଦର୍ଶାଇଛନ୍ତି । ଯେତେବେଳେ କାଶ୍ମୀରରେ ଶାନ୍ତି ଫେରୁଥିଲା, ସ୍କୁଲ ଓ କଲେଜ ସ୍ୱାଭାବିକ ଢଙ୍ଗରେ ଚାଲିଥିଲା, ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେବା ସହ ଗଣତନ୍ତ୍ର ମଜଭୁତ ହେଉଥିଲା । ରେକର୍ଡ ସଂଖ୍ୟାରେ ପର୍ୟ୍ୟଟକ କାଶ୍ମୀରରେ ପାଦ ପକାଇଥିଲେ, ଏଣୁ ରୋଜଗାର ମଧ୍ୟ ବଢ଼ିବାରେ ଲାଗିଥିଲା । ହେଲେ ଏସବୁ ବିକାଶମୂଳକ କାର୍ଯ୍ୟକୁ ଆତଙ୍କୀମାନେ ସହିପାରିଲେ ନାହିଁ । ଆତଙ୍କବାଦୀ ବିରୁଦ୍ଧରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଦେଶବାସୀ ଏକ ହୋଇଛନ୍ତି । ଏହାହିଁ ଆମର ବଳ, ନିର୍ଣ୍ଣାୟକ ଲଢ଼େଇ ପାଇଁ ଏହି ବଳ ହିଁ ଆମ ଆଧାର ହେବ ।

ଆମକୁ କେବଳ ଆମ ସଂକଳ୍ପକୁ ମଜଭୁତ କରିବାର ଅଛି । ଯେଉଁମାନେ ଏଭଳି ବର୍ବର କାଣ୍ଡ ଘଟାଇଛନ୍ତି ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତୀୟଙ୍କ ମନରେ ଯେଉଁ ଆକ୍ରୋଶ ଅଛି, ତାହା ପୂରା ବିଶ୍ୱରେ ରହିଛି । ପହଲଗାମ୍ ଆକ୍ରମଣରେ ସାରା ବିଶ୍ୱ ସମବେଦନା ଜଣାଉଛି । ମୋତେ ବିଶ୍ୱନେତାମାନଙ୍କ ଫୋନ୍ ଆସୁଛି, ବାର୍ତ୍ତା ଆସୁଛି । ସମସ୍ତେ ଏହି ଜଘନ୍ୟ ଆତଙ୍କୀ ହମ୍‌ଲାକୁ କଡ଼ା ଶବ୍ଦରେ ନିନ୍ଦା କରିଛନ୍ତି ।

ପୀଡିତଙ୍କ ପରିଜନଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ସମଗ୍ର ବିଶ୍ୱ ଆତଙ୍କବାଦ ବିରୋଧରେ ଆମର ଲଢ଼େଇରେ ୧୪୦ କୋଟି ଭାରତୀୟଙ୍କ ସହ ଛିଡ଼ା ହୋଇଛି । ମୁଁ ପୀଡିତଙ୍କ ପରିବାରକୁ ପ୍ରତିଶ୍ରୁତି ଦେଉଛି ଯେ, ସେମାନଙ୍କୁ ନିଶ୍ଚୟ ନ୍ୟାୟ ମିଳିବ । ଆତଙ୍କବାଦୀ ଏବଂ ଷଡଯନ୍ତ୍ରକାରୀଙ୍କୁ କଠୋର ଜବାବ ଦିଆଯିବ । ଏହାସହିତ ପ୍ରଧାନମନ୍ତ୍ରୀ ମୋଦି ମନ୍‌ କୀ ବାତ୍‌ରେ ପୂର୍ବତନ ଇସ୍ରୋ ମୁଖ୍ୟ ବୈଜ୍ଞାନିକ ଡକ୍ଟର କେ. କସ୍ତୁରୀରଙ୍ଗନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼, ୨୭ ମୃତ 🔴 ତୁର୍କୀ, ଅଜରବୈଜାନ ସହ ବନ୍ଦ ହେବ କାରବାର  🔴 ମାନିଲେ ପାକ୍ ପୂର୍ବତନ ବାୟୁସେନା ଅଧିକାରୀ, ପାକିସ୍ତାନି ଆୱାକ୍ସକୁ ନଷ୍ଟ କରିଛି ବ୍ରହ୍ମୋସ 🔴 ନୀରଜ ଚୋପ୍ରାଙ୍କ ନୂଆ ରେକର୍ଡ, ଜାଭେଲିନ ଥ୍ରୋରେ ୯୦ ମିଟର ପାର 🔴 ସତ ମାନିଲା ପାକିସ୍ତାନ, ଭାରତର ଜବାବୀ ଆକ୍ସନରେ ବହୁ ଏୟାରବେସ୍ ଛାରଖାର ହୋଇଛି 🔴 ତପସ୍ବିନୀ ଏକ୍ସପ୍ରେସକୁ ପଥରମାଡ 🔴 ବିଦ୍ରୋହ ଭିତରେ ଆଜି ବସିବ ବିଜେଡିର ପ୍ରଥମ ପିଏସି ବୈଠକ 🔴 ଆଜିଠୁ ପୁଣି ଆରମ୍ଭ ହେବ ଆଇପିଏଲ 🔴 କାଲି ମୁନ୍ନା ଆଜି ରାଜା 🔴 ‘ଟ୍ରେଲର ଦେଖିଛନ୍ତି, ଫିଲ୍ମ ବାକି ଅଛି’ 🔴 ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼, ୨୭ ମୃତ 🔴 ତୁର୍କୀ, ଅଜରବୈଜାନ ସହ ବନ୍ଦ ହେବ କାରବାର  🔴 ମାନିଲେ ପାକ୍ ପୂର୍ବତନ ବାୟୁସେନା ଅଧିକାରୀ, ପାକିସ୍ତାନି ଆୱାକ୍ସକୁ ନଷ୍ଟ କରିଛି ବ୍ରହ୍ମୋସ 🔴 ନୀରଜ ଚୋପ୍ରାଙ୍କ ନୂଆ ରେକର୍ଡ, ଜାଭେଲିନ ଥ୍ରୋରେ ୯୦ ମିଟର ପାର 🔴 ସତ ମାନିଲା ପାକିସ୍ତାନ, ଭାରତର ଜବାବୀ ଆକ୍ସନରେ ବହୁ ଏୟାରବେସ୍ ଛାରଖାର ହୋଇଛି 🔴 ତପସ୍ବିନୀ ଏକ୍ସପ୍ରେସକୁ ପଥରମାଡ 🔴 ବିଦ୍ରୋହ ଭିତରେ ଆଜି ବସିବ ବିଜେଡିର ପ୍ରଥମ ପିଏସି ବୈଠକ 🔴 ଆଜିଠୁ ପୁଣି ଆରମ୍ଭ ହେବ ଆଇପିଏଲ 🔴 କାଲି ମୁନ୍ନା ଆଜି ରାଜା 🔴 ‘ଟ୍ରେଲର ଦେଖିଛନ୍ତି, ଫିଲ୍ମ ବାକି ଅଛି’