Masthead

ରାଷ୍ଟ୍ରପତିଙ୍କ ପ୍ରୋଟକଲ ପାଇଁ ଯାଇଥିଲା ଜୀବନ, କ୍ଷମା ମାଗିଲା ପୋଲିସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଶନିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାନପୁର ଗସ୍ତ ବେଳେ ଗାଡି ଚଳାଚଳ ବନ୍ଦ କଲଥିଲା ପୋଲିସ । ଟ୍ରାଫିକ ଜାମରେ ଅସୁସ୍ଥ ଜଣେ ମହିଳାଙ୍କ ମୃତ୍ୟୁ ଘଟଥିଲା । ତେବେ ମହିଳାଙ୍କ ମୃତ୍ୟୁ ପାଇଁ କ୍ଷମା ମାଗିଥିଲେ ଉତ୍ତରପ୍ରଦେଶର କାନପୁର ପୋଲିସ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ଘର କାନପୁରକୁ ୩ ଦିନିଆ ଗସ୍ତରେ ଯାଇଥିଲେ । କାନପୁର ଆସିବା ସମୟରେ ଏହି ଅଭାବନୀୟ ଘଟଣା ଘଟିଥିଲା । ରାଷ୍ଟ୍ରପତିଙ୍କ ଆଗମନକୁ ଦେଖି ଟ୍ରାଫିକ୍ ନିୟନ୍ତ୍ରଣ କରାଯାଇଥିଲା । ଲୋକମାନେ ଦୀର୍ଘ ସମୟ ଧରି ରାଷ୍ଟ୍ରପତିଙ୍କ ଯୋଗୁଁ ରାସ୍ତାରେ ଅଟକି ରହିଥିଲେ ।

ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଜଣେ ଗୁରୁତର ରୋଗୀ ହସ୍ପିଟାଲ ପହଂଚି ନପାରି ମୃତ୍ୟୁବରଣ କରିଥିଲେ । ବେଶ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ଶନିବାର ତାଙ୍କ ଅବସ୍ଥା ଅତି ଗୁରୁତର ହୋଇଯାଇଥିଲା । ପରିବାର ଲୋକ ତାଙ୍କୁ ଗାଡ଼ିରେ ହସ୍ପିଟାଲ ନେଇ ଯାଇଥିଲେ । ରାଷ୍ଟ୍ରପତିଙ୍କ ଗସ୍ତ ଯୋଗୁଁ ତାଙ୍କୁ ରାସ୍ତାରେ ବହୁ ସମୟ ଧରି ଅଟକି ରହିବାକୁ ପଡ଼ିଥିଲା । ହସ୍ପିଟାଲ ପହଂଚିବା ବେଳକୁ ବହୁତ ବିମ୍ବଳ ହୋଇସାରିଥିଲା । ସେତେବେଳେ ତାଙ୍କର ମୃତ୍ୟୁ ହୋଇସାରିଥିଲା । ଏହି ଘଟଣାକୁ ନେଇ ପୁଲିସ ଦୁଃଖ ପ୍ରକାଶ କରିଥିବା ବେଳେ ୪ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ପୁଲିସ କମିଶନରଙ୍କ ସହ ଆଲୋଚନା କରିଥିଲେ ରାଷ୍ଟପତି ରାମନାଥ କୋବିନ୍ଦ । ଏମିତି କି ତାଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବାକୁ କହିଥିଲେ ରାଷ୍ଟପତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ